ଦିଦିଙ୍କ ଭବିଷ୍ୟବାଣୀ ! କହିଲେ ସରକାର ଆଗାମୀ ମାସରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ କରିପାରନ୍ତି ।

434

ଏୟାର୍ ଷ୍ଟ୍ରାଇକ୍ କୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଟିଏମସି ପ୍ରମୁଖ ତଥା ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ସମସ୍ତଙ୍କୁ ଚକିତ କଲା ଭଳି ବୟାନ୍ ଦେଇଛନ୍ତି । ମମତା ବାନାର୍ଜୀଙ୍କ ମୁତାବିକ ଆଗାମୀ ମାସରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇପାରେ । ମମତା ଏକ ପ୍ରେସ୍ କନଫ୍ରେନ୍ସରେ କହିଛନ୍ତି ଯେ , କିଛି ବରିଷ୍ଠ ପତ୍ରକାର ମୋତେ କହିଛନ୍ତି ଯେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହେବ । ମୁଁ କହିପାରୁନାହିଁ ଯେ କେଉଁ ପ୍ରକାର ଆକ୍ରମଣ ହେବ । କିନ୍ତୁ ଅପ୍ରେଲରେ ତଥାକଥିତ… ତଥାକଥିତ … ତଥାକଥିତ ନାମରେ ହେବ । ତେଣୁ ଏହି ନିର୍ବାଚନ ପ୍ରକ୍ରିୟା ୧୯ ମଇ ପର୍ଯ୍ୟନ୍ତ ଜାରୀ ରହିବ ।

ମମତା କହିଥିଲେ ଯେ , ନିର୍ବାଚନ ଆୟୋଗ ଭଳି ସମ୍ବିଧାନିକ ସଂସ୍ଥା ପାଇଁ ମୋ ମନରେ ବହୁତ ସମ୍ମାନ ରହିଛି । ଦୟାକରି ଏହାକୁ ନେଇ ମୋତେ ଭୁଲ୍ ପ୍ରଦର୍ଶନ କରାନ୍ତୁ ନାହିଁ । କିନ୍ତୁ ପଶ୍ଚିମବଙ୍ଗରେ ବାତାବରଣ ଖରାପ କରିବା ପାଇଁ ବିଜେପିର ଯୋଜନା ରହିଛି । ସେ କହିଥିଲେ ଯେ ଏହାକୁ ନେଇ ଅଧିକ ମୁଁ ଆଉ କିଛି କହିପାରିବି ନାହିଁ । ମମତାଙ୍କ ଏହି ବୟାନ୍ ବାଲାକୋଟ୍ ରେ ହୋଇଥିବା ଏୟାର୍ ଷ୍ଟ୍ରାଇକ୍ ର ୧୫ ଦିନ ପରେ ଆସିଛି । ବାଲାକୋଟ୍ ରେ ଭାରତୀୟ ବାୟୁସେନା ପକ୍ଷରୁ ଆତଙ୍କବାଦୀ ଶିବିରରେ ହୋଇଥିବା ଏୟାର୍ ଷ୍ଟ୍ରାଇକ୍ କୁ ନେଇ ପ୍ରଥମେ ଟିଏମସି ପାର୍ଟି ହିଁ ସରକାରଙ୍କୁ ଏନେଇ ପ୍ରମାଣ ମାଗିଥିଲା । ବିଦେଶୀ ମିଡିଆଙ୍କ କଥା କହି ମମତା କହିଥିଲେ ଯେ ତଥ୍ୟ ସହ ପ୍ରମାଣ ନେଇ ସରକାରଙ୍କୁ ଆଗକୁ ଆସିବା ଆବଶ୍ୟକ । ସେ କହିଥିଲେ, ଆମକୁ ଏବଂ ଦେଶବାସୀଙ୍କୁ ଜାଣିବାର ଅଧିକାର ଅଛି ଯେ ବାଲାକୋଟ୍ ରେ କେତେ ଜଣ ଆତଙ୍କବାଦୀ ମରିଗଲେ? ବାସ୍ତବରେ ବୋମା କେଉଁଠାରେ ବିସ୍ଫୋରଣ କରାଗଲା ।

ମତାମତ

Your email address will not be published.