ମୁହଁ ଖୋଲିଲେ ଅରବାଜ ! କହିଲେ ପରିବାର ପ୍ରତି ଉଭୟେ ଅଛନ୍ତି ଯତ୍ନବାନ

18

ବର୍ଷେ ହେବ ଅରବାଜ ଖାନ ଏବଂ ମଲାଇକା ଅରୋରା ଖାନଙ୍କ ମଧ୍ୟରେ ତଲାକୁ ନେଇ ବହୁକଥା ଶୁଣିବାକୁ ମିଳୁଥିଲେ ହେଁ ଏନେଇ ନା ଅରବାଜ ନା ମଲାଇକା କେହି ବି ମୁହଁ ଖୋଲୁନଥିଲେ । କିନ୍ତୁ କିଛିଦିନ ତଳେ ଅରବାଜ ଏକ ସାକ୍ଷାତକାରରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ।

ତାଙ୍କୁ ଯେତେବେଳେ ପଚାରଯାଇଥିଲା ସେମାନଙ୍କ ତଲାକ ବିଷୟରେ ସେ ପ୍ରଥମେ ତ ମଲାଇକାଙ୍କର ଜବରଦସ୍ତ ପ୍ରଶଂସା କରିଥିଲେ । ଆଉ କହିଥିଲେ ଆମେ ଆମ ପିଲାଙ୍କ ଭବିଷ୍ୟତକୁ ନେଇ କଥା ହେଉଛୁ । କାରଣ ଆମେ ଭଲଭାବରେ ଅବଗତ ଯେ, ଆମର ପୁଅଟିଏ ଅଛି ଏବଂ ତାର ଭବିଷ୍ୟତ କିପରି ଭାବରେ ଭଲହେବ ତା ଉପରେ ଆମେ ଯତ୍ନ ବାନ ହେବୁ । ତେଣୁ ଯେତେବେଳେ ବି ସମୟ ମିଳୁଛି ଆମେ ଏକାଠି ହେଉଛୁ ,ସୁଖ ଦୁଃଖ ମଧ୍ୟ ସେୟାର କରୁଛୁ ।