ବିନା ଡ୍ରାଇଭର୍‌ରେ ଚାଲିବ ଟ୍ରାକ୍ଟର ! ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା କମ୍ପାନି ତରଫରୁ ହେଲା ପ୍ରଦର୍ଶିତ

40

ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗତାକଲି ଡ୍ରାଇଭର ବିହୀନ ଟ୍ରାକ୍ଟରର ପ୍ରଦର୍ଶନ କରିଛି । କମ୍ପାନିର ଚେନ୍ନାଇ ସ୍ଥିତ ଗବେଷଣା ଦଳ ପକ୍ଷରୁ ଏହି ଟ୍ରାକ୍ଟରଟି ବିକଶିତ ହୋଇଛି । କମ୍ପାନିର ଏମ୍‌ଡି ପଓ୍ଵନ ଗୋଏଙ୍କା ଏହି ଟ୍ରାକ୍ଟରଟିକୁ ଉନ୍ମୋଚନ କରିଛନ୍ତି । ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ଟ୍ରାକ୍ଟରଟି ବଜାରକୁ ଆସିବା ସମ୍ଭାବନା ରହିଛି । ଡ୍ରାଇଭରବିହୀନ ଟ୍ରାକ୍ଟର କୃଷିକୁ ଅଧିକ ଲାଭଦାୟକ କରିବ ବୋଲି କମ୍ପାନି ଆଶାକରିଛି ।

ପ୍ରୋଗ୍ରାମିଂ ମାଧ୍ୟମରେ ବିଲରେ ଟ୍ରାକ୍ଟରଟି ଚାଷ କାର୍ଯ୍ୟ ସମ୍ପାଦନ କରିପାରିବ। ଦୂରରୁ ଟାବ୍‌ଲେଟ୍‌ ଭଳି ଉପକରଣ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଟ୍ରାକ୍ଟରଟି କାର୍ଯ୍ୟ କରୁଥିବା ବିଲରୁ ଅନ୍ୟ ବିଲକୁ ଯେଭଳି ନଯିବ ସେଥିପାଇଁ ଏଥିରେ ଜିଓଫେନ୍‌ସିଂ ପ୍ରଯୁକ୍ତି ରହିଛି । ଆବଶ୍ୟକ ପଡ଼ିଲେ ଏହି ଟ୍ରାକ୍ଟରର ଇଗ୍‌ନିସନକୁ ମଧ୍ୟ ଦୂରରୁ ଥାଇ ବନ୍ଦ କରାଯାଇ ପାରିବ ।  ଆଗାମୀ ଦିନରେ କମ୍ପାନି ଏହାର ସବୁବର୍ଗର ଟ୍ରାକ୍ଟରକୁ ଡ୍ରାଇଭରବିହୀନ କରିବା ଯୋଜନା ରଖିଛି ।