ତୈଳ ଦର ଆକାଶଛୁଆଁ ହେବା ପରେ ଅଭିନବ ଉପାୟ ଆପଣେଇଲେ ଗୋପାଳକ : ବାଇକ୍ ବିକ୍ରି କରି ଚଢ଼ିଲେ ଘୋଡ଼ା
ଏଇ କିଛି ଦିନ ମଧ୍ୟରେ ପେଟ୍ରୋଲ୍ ଡିଜେଲ୍ ଦର ଆକାଶଛୁଆଁ ହୋଇଛି । ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ହେବାରୁ ଏବେ ଲୋକଙ୍କୁ ଘରୁ ଗାଡ଼ି ବାହାର କରିବାକୁ ଡ଼ର ଲାଗିଲାଣି । ତୈଳ ଦର ବୃଦ୍ଧିର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳୁଥିବା ବେଳେ କିଛି ଲୋକ ଗାଡ଼ି ରଖି ଅଟୋ ବା ବସରେ ଯିବା ପାଇଁ ବାଧ୍ୟ ହେଉଛନ୍ତି । ତୈଳ ଦର ବୃଦ୍ଧି ପରେ ମହାରାଷ୍ଟ୍ରର ଜଣେ ଯୁବକ ଯେଉଁ ବାଟ ଆପଣାଇଛନ୍ତି ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ମହାରାଷ୍ଟ୍ରର ଜଣେ ଗୋପାଳକ ତୈଳ ଦର ବୃଦ୍ଧି ପରେ ନିଜ ବାଇକ୍ ବିକ୍ରି କରି ଘୋଡ଼ା ଚଢ଼ୁଥିବା ଜଣାପଡ଼ିଛି । ଗୋପାଳକ ହୋଇଥିବାରୁ ଯୁବକଙ୍କୁ ଗାଁ ଗାଁ ବୁଲି କ୍ଷୀର ବିକିବାକୁ ପଡ଼ିଥାଏ । ତେଲ ଦର ବୃଦ୍ଧି ପରେ ଏତେ ଟଙ୍କା ପାଖରେ ନଥିବାରୁ ଗୋପାଳକ ଜଣକ ବାଇକ ବଦଳରେ ଘୋଡ଼ା ଚଢ଼ି ନିଜ ବ୍ୟବସାୟ ଚଳାଉଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମୁମ୍ବାଇରୁ ୧୦୦ କି.ମି ଦୂରରେ ରହୁଥିବା ଗୋପାଳକ ଜଣକ ପ୍ରତିଦିନ ସକାଳୁ ୭କିମି ଯାତ୍ରା କରି କ୍ଷୀର ବିକିଥାନ୍ତି । ତେଲ ଦର ବଢ଼ିବାରୁ ସେ ପ୍ରତିଦିନ ଗାଡ଼ିରେ୨୦୦ଟଙ୍କା ଖର୍ଚ୍ଚ କରିବା ଆରମ୍ଭ କରିଥିଲେ । ଯାହା ତାଙ୍କ ଆୟ ଠାରୁ ଅଧିକ ଥିଲା । ତାଙ୍କ କହିବା ଅନୁଯାୟୀ “ଆଗରୁ ମୋ ବାପା ଏହି କାମ କରୁଥିଲେ । କିନ୍ତୁ ତାଙ୍କ ସମୟରେ ୭କିମି ଚାଲି ଚାଲି ଯିବା ଅତି ସାଧାରଣ ଥିଲା । ସେ ଯିବା ପରେ ଶୀଘ୍ର କାମ ସାରି ଘରର ଅନ୍ୟ କାମ କରିବା ପାଇଁ ମୁଁ ବାଇକ୍ କିଣିଥିଲି । କିନ୍ତୁ ତୈଳ ଦର ବୃଦ୍ଧି ପରେ ମୁଁ ବାଧ୍ୟ ହୋଇ ୨୨,୦୦୦ଟଙ୍କାରେ ଗାଡ଼ି ବିକି ଘୋଡ଼ା ଚଢ଼ିବା ଆରମ୍ଭ କରିଛି । ଘୋଡ଼ାକୁ ୨୫,୦୦୦ଟଙ୍କା ଦେଇ କିଣିଥିବା ବେଳେ ପ୍ରତି ସପ୍ତାହରେ ଘୋଡ଼ା ପାଇଁ ମୁଁ କେବଳ ୫୦ ଟଙ୍କା ଖର୍ଚ୍ଚ କରୁଛି” ବୋଲି ସେ କହିଛନ୍ତି ।