ବିଜେପି ଅଧ୍ୟକ୍ଷ ଅମିତ ଶାହା ମାଧୁରୀଙ୍କୁ ଦେଲେ ବଡ ଅଫର୍ : ପଦ୍ମ ଧରିବେ କି ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ !

ମାଧୁରୀ ବିଜେପିରେ ଯୋଗ ଦେବା ନେଇ ହେଲା ଚର୍ଚ୍ଚା !

287

ଭାରତୀୟ ଜନତା ଦଳ ୨୦୧୯ର ଲୋକସଭା ନିର୍ବାଚନରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ପୁଣେ ସିଟରୁ ନିର୍ବାଚନୀ ମଇଦାନରେ ଓହ୍ଲାଇବାର ବିଚାର କରୁଛନ୍ତି । ଦଳୀୟ ସୂତ୍ରରୁ ଜଣାପଡିଛି । ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବର୍ଷ ଜୁନରେ ମାଧୁରୀଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ । ଶାହା ସେହି ସମୟରେ ଦଳର ‘ସପର୍କ ରଥ ସମର୍ଥନ’ ଅଭିଯାନ ଅଧିନରେ ମୁମ୍ବାଇ ଯାଇଥିଲେ । ଅମିତ ଶାହା ଏହି ସମୟରେ ଅଭିନେତ୍ରୀଙ୍କୁ ନରେନ୍ଦ୍ର ମୋଦି ସରକାରଙ୍କ ଉପଲବ୍ଧିଗୁଡିକ ବିଷୟରେ ଅବଗତ କରାଇଥିଲେ । ରାଜ୍ୟର ଏକ ବରିଷ୍ଠ ବିଜେପି ନେତା କହିଛନ୍ତି କି, ମାଧୁରୀଙ୍କ ନାଁ ପୁଣେ ଲୋକସଭା ସିଟ୍ ପାଇଁ ଚୟନ କରାଯାଇଛି ।

ସେ କହିଛନ୍ତି କି, “ଦଳ ୨୦୧୯ରେ ସାଧାରଣ ନିର୍ବାଚନରେ ମାଧୁରୀ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିବା ଉପରେ ଗମ୍ଭୀରତାର ସହିତ ବିଚାର କରୁଛନ୍ତି । ପୁଣେ ଲୋକସଭା ସିଟ୍ ତାଙ୍କ ପାଇଁ ଉପଯୁକ୍ତ ହେବ । ଦଳ ଅନେକ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀଙ୍କ ନାମ ନିର୍ଦ୍ଧାରିତ କରିବା ପ୍ରକ୍ରିୟାରେ ଅଛି ଏବଂ ମାଧୁରୀଙ୍କ ନାମ ପୁଣେ ଲୋକସଭା ନିର୍ବାଚନ କ୍ଷେତ୍ର ପାଇଁ ଚୟନ କରାଯାଇଛି । ଏଥିପାଇଁ ତାଙ୍କର ନାମ ଗମ୍ଭୀରତାର ସହ ବିଚାର କରାଯାଉଛି ।”  ୫୧ ବର୍ଷୀୟ ମାଧୁରୀ ‘ତେଜାବ’, ‘ହମ ଆପକେ ହେଁ କୌନ’, ‘ଦିଲ ତୋ ପାଗଲ ହେ’, ‘ସାଜନ’ ଓ ‘ଦେବଦାସ’ ସହିତ ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି ।