ସଂଜୟ ଦାସ ବର୍ମାଙ୍କୁ ପୁଣି ଲୁଲୁଙ୍କ ଟାର୍ଗେଟ : ଚିଟଫଣ୍ଡ ଲିଙ୍କ ନେଇ ଗଣମାଧ୍ୟମ ଆଗରେ ଦେଖାଇଲେ ଫଟୋ

27

ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପିଛା ଛାଡୁନି ବିବାଦ । ପୁଣି ତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗର ଲମ୍ବା ଫର୍ଦ୍ଦ ଯୋଡିଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ତଥା ବରିଷ୍ଠ କଂଗ୍ରେସ  ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର । ଆଜି ଗଣମାଧ୍ୟମ ସାମ୍ନାରେ ଏକ ଫଟୋ ଉପସ୍ଥାପନ କରିଛନ୍ତି ଲୁଲୁ । ଏଥିରେ ମନ୍ତ୍ରୀ ସଂଜୟ ଦାସବର୍ମା ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ପୁରୀର ଏକ ହୋଟେଲରେ ଏକାଠି ବସିଥିବା କହିଛନ୍ତି ଲୁଲୁ । ସଂଜୟଙ୍କ ପାଖରେ ବସିଥିବା ଚିଟଫଣ୍ଡ ଅଭିଯୁକ୍ତ ଜଣକ ଏବେ ଝାରପଡା ଜେଲରେ ଥିବା ସେ ସୂଚନା ଦେଇଛନ୍ତି । ଲୁଲୁ ଅଭିଯୋଗ କରିଛନ୍ତି, ପୁରୀର ଏହି ହୋଟେଲରେ ସାଧାରଣ ନିର୍ବାଚନ ପୂର୍ବରୁ ହୋଇଥିଲା ଟଙ୍କା କାରବାର । ଏପରିକି ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ ଏହି ହୋଟେଲରେ ରେଡ କରି କିଛି ଟଙ୍କା ମଧ୍ୟ ଜବତ କରିଥିଲେ । ଏବଂ ଏହି ଚିଟଫଣ୍ଡ ଟଙ୍କାରେ ବିଜେଡି ନିର୍ବାଚନୀ ବୈତରଣୀ ପାର ହୋଇଥିବାଭଳି ସଂଗୀନ ଅଭିଯେଗା କରିଛନ୍ତି ଲୁଲୁ । ତେବେ ସଂଜୟଙ୍କ ନାଁ ନନେଇ କେବଳ ଫଟୋ ଦେଖାଏ ଏ ସଂପର୍କରେ ତଦନ୍ତ କରିବାକୁ ଲଲୁ ଦାବି କରିଛନ୍ତି ।