୧୫୦ ଗାଁର ପିଲାଙ୍କୁ ପାଠ ପଢ଼ାଉଛନ୍ତି ଲକ୍ଷ୍ନୌର ୧୩ ବର୍ଷିୟ ଆନନ୍ଦ ! ଗରିବ ପିଲାଙ୍କ ପାଇଁ ତିଆରି କରିଛନ୍ତି ଚାଟଶାଳୀ

119

ତୁଳସୀ ଦୁଇ ପତ୍ରରୁ ବାସେ । ଅର୍ଥାତ ପିଲାବେଳୁ ହିଁ ଜଣଙ୍କର ଗୁଣ ତଥା ବୁଦ୍ଧିମତା ବିଷୟରେ ଜଣାପଡ଼େ । ତେବେ ଏଥିପାଇଁ ଦରକାର ଦୃଢ଼ ମନୋବଳ । କୌଣସି କାମ କରିବା ପାଇଁ ମନସ୍ଥ କଲେ ବୟସ, ରଙ୍ଗ, ଭାଷା ତଥା ଦେଶ କିଛି ବି ବାଧା ସୃଷ୍ଟି କରିପାରିବ ନାହିଁ । ଯେତେବେଳେ କିଛି ଭଲ କାମ ତଥା ପରୋପକାର କରିବା କଥା ଚିନ୍ତା ଆସେ, ସେଥିପାଇଁ କୌଣସିି ବାଧାବନ୍ଧନ ରାସ୍ତା ରୋକି ପାରିବ ନାହିଁ । ଆଉ ଏପରି କିଛି କରିଛନ୍ତି ଲକ୍ଷ୍ନୌର ଆନନ୍ଦ କୃଷ୍ଣା ମିଶ୍ର । ମାତ୍ର ୧୩ ବର୍ଷ ବୟସରୁ ସେ ଗରିବ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି । ବୟସ କମ ହେଲ ସୁଦ୍ଧା ତାଙ୍କର ସ୍ୱପ୍ନ ଓ କାମ ବୟସ ଠାରୁ ଢ଼େର ଗୁଣ ଅଧିକ ।

ଆନନ୍ଦ ଏବେ ନବମ ଶ୍ରେଣୀର ଛାତ୍ର । ପାଠପଢ଼ାରେ ସେ ସବୁବେଳେ ଆଗୁଆ । ଜଣେ ଉତ୍ତମ ଛାତ୍ର ରୂପେ ସେ ୨୦୧୩ ଲକ୍ଷ୍ନୌ ମହତ୍ସୋବରେ ପୁରସ୍କାର ମଧ୍ୟ ଜିତି ସାରିଛନ୍ତି । କେବଳ ପାଠପଢ଼ାରେ ନୁହେଁ ଖେଳକୁଦରେ ମଧ୍ୟ ସେ ବେଶ୍ ପାରଙ୍ଗମ । ତେବେ ସବୁଠାରୁ ବଡ଼ କଥା ହେଲା ୯ ବର୍ଷ ବୟସୁରି ହିଁ ସେ ଗାଁର ଗରିବ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ । ସେ ଏବେ ଗାଁ ଗାଁ ଯାଇ ପିଲାଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି । ଯେଉଁ ପିଲାମାନେ ସ୍କୁଲ ଯାଉନାହାନ୍ତି ବା ଅର୍ଥ ଅଭାବରୁ ପଢ଼ିପାରୁ ନାହାନ୍ତି ତାଙ୍କୁ ସେ ପଢ଼ାଉଛନ୍ତି । ଏପରି ପିଲାମାନେ ନିଜ ଗୋଡ଼ରେ ଛିଡ଼ା ହୁଅନ୍ତୁ ବା ଆତ୍ମନିର୍ଭରଶୀଳ ହୁଅନ୍ତୁୁ ବୋଲି ଲକ୍ଷ୍ୟ ରଖିଛନ୍ତି ଆନନ୍ଦ । କେହି ବି ପିଲା ଶିକ୍ଷାରୁ ବଞ୍ଚିତ ହୋଇ ହୋଟେଲ କିମ୍ବା ଅନ୍ୟ କୌଣସି କାମ କରୁ ଆନନ୍ଦ ସେପରି ଚାହନ୍ତି ନାହିଁ । ଏଥଇପାଇଁ ସେ ଯଥାସମ୍ଭବ ପ୍ରୟାସ କରନ୍ତି ।

ଏବେ ସେ ପ୍ରାୟ ୧୫୦ ଟି ଗାଁରେ ଚାଟଶାଳୀ ତିଆରି କରି ପାଠ ପଢ଼ାଉଛନ୍ତି । କେବଳ ଏତିକି ନୁହେଁ ସୋସିଆଲ ମିଡ଼ିଆର ଉପକାରିତା ବିଷୟରେ ମଧ୍ୟ ସେ ପିଲାଙ୍କୁ ପଢ଼ାନ୍ତି । ଗରିବ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ଲକ୍ଷ୍ନୌ ଠାରୁ ୧୨ କିଲୋମିିଟର ଦୂର ଏକ ଗାଁରୁ ଆରମ୍ଭ କରିଥିଲେ ଶିକ୍ଷାଦାନ । ସେ ଗାଁରେ ଚାଟଶାଳୀ ତିଆରି କରି ପିଲାଙ୍କୁ ପଢ଼ିବା ପାଇଁ ପ୍ରେରିତ କରୁଛନ୍ତି । ଆନନ୍ଦ କେବଳ ୫ ଘଂଟା ଶୁଅନ୍ତି । ତାଙ୍କର ଅଧିକରୁ ଅଧିକ ସମୟ ପାଠପଢ଼ା ଓ ପାଠ ପଢ଼ାଇବାରେ ବସମୟ ଯାଏ ।

ଆନନ୍ଦଙ୍କ କହିବା ଅନୁସାରେ କିଛି ବର୍ଷ ପୂର୍ବରୁ ସେ ଏକ ବାଳକଙ୍କୁ ମହମବତୀରେ ପଢ଼ୁଥିବାର ଦେଖିବାକୁ ପାଇଲେ । ତା’ପରଠାରୁ ସେ ଏପରି ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛନ୍ତି । ନିଜ ବାପଙ୍କ ପରାମର୍ଶ କ୍ରମେ ସେ ଚାଟଶାଳୀ ଆରମ୍ଭ୍ କରି ପଢ଼ାଇବା ଆରମ୍ଭ କରିଥିଲେ । ଏହାସହ ଝିଅମାନଙ୍କ ପାଇଁ ମଧ୍ୟ ସେ ସ୍କୁଲ ଖୋଲିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି ।  କାରଣ ଘର ଲୋକେ ଡାରୁ ଦୂରଦୂରାନ୍ତର ସ୍ଥାନରେ ପାଠ ପଢ଼ନ୍ତୁ ବୋଲି ପରିବାର ଲୋକ ଚାହୁଁନାହାନ୍ତି । ଏଥିପାଇଁ ସେ ରାଜ୍ୟପାଳଙ୍କୁ ଏପ ଚିଠି ମଧ୍ୟ ଲେଖିଛନ୍ତି । ଆନନ୍ଦ ନିଜେ ଜଣେ ଆଇଏଏସ୍ ଅଫିସର ହେବାକୁ ଚାହାନ୍ତି ।