ଗାନ୍ଧିଗିରି ପରେ ଦବଙ୍ଗଗିରି ସୋ’! ମାଓବାଦୀଙ୍କ ଗଡରେ ପଶିଲେ, ଘର କବାଟ ଭାଙ୍ଗି ଦୁର୍ଷ୍କମକାରୀ ଆସାମୀକୁ ଉଠାଇନେଲେ

39

କନକ ବ୍ୟୁରୋ : ଗାନ୍ଧିଗିରିରୁ ଦବଙ୍ଗଗିରି ! ଏହା କୌଣସି ଫିଲ୍ମର ଟାଇଟଲ ନୁହେଁ । ଗତକିଛି ଦିନ ପୂର୍ବେ କାନ୍ଧରେ କୋଦାଳ ହାତରେ ଝାଡୁ ଧରି ଗାନ୍ଧିଗିରି ଅବତାରରେ ନଜରକୁ ଆସିଥିବା ମାଲକାନଗିରି ଡି.ଏସ.ପି ଦବଙ୍ଗଗିରିକୁ ନେଇ ଚର୍ଚା । ପୂରା ସିଂହମ ଷ୍ଟାଇଲରେ ମାଓବାଦୀଙ୍କ ଅଭେଦ୍ୟ ଗଡରେ ପଶି ଘର ଭାଙ୍ଗି ଜଣେ ବଳାକ୍ରାର ଆସାମୀକୁ ଗରିଫ କରିଛନ୍ତି ଡି.ଏସ.ପି ମାନସ ବାରିକ । ବର୍ଷେ ତଳେ ଜଣେ ନାବାଳିକା ବଳାକ୍ରାର କରିବା ନେଇ ମାଥିଲି ଥାନା କଂସାରିପୁଟ ଗାଁର ବ୍ୟବସାୟୀ ଧରମୁ ଜିରମଙ୍କ ନାଁରେ ଅଭିଯୋଗ ହୋଇଥିଲା । ତେବେ ମାଓବାଦୀଙ୍କ ଆଳ ଦେଖାଇ ଆସାମୀକୁ ଗିରଫ କରୁନଥିଲା ପୋଲିସ ।

dabang 2ଅଭିଯୁକ୍ତ ମଦ ବ୍ୟବସାୟୀ ଧରମୁ ଖାଲାଖୋଲି ପୁଲିସକୁ ଚ୍ୟାଲେଞ୍ଜ କରି ବାହାରେ ବୁଲୁ ଥିଲା । ତେବେ ଯୁବ ଓ.ପି.ଏସ ଅଧିକାରୀ ମାନସ ବାରିକ ଗତକାଲି ମାଥିଲି ଥାନା କଂସାରିପୁଟ ଗାଁରେ ହଠାତ ଚଢାଉ କରି ଥିଲେ । ପୋଲିସ ଆସିବା ଖବର ପାଇ ବାହାରୁ ତାଲା ପକାଇ ଦୋକାନ ଭିତରେ ଲୁଚି ଯାଇ ଥିଲେ ଧରମୁ ଜିରମ । ତେବେ ମାଓଗଡରେ ସାହସ ଦେଖାଇ ତାଲା ବାଙ୍ଗି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଏଥିସହ ଘର ଭିତରୁ ନଗତ ୫ ଲକ୍ଷ ଟଙ୍କା ଏବଂ ୩୦୦ ଲିଟର ବିଦେଶୀ ମଦ ଜବତ କରିଛି ପୋଲିସ । ବିଦେଶି ମଦ ଷ୍ଟିକର, ଠିପି ଆଦି ଜବତ ହୋଇଛି । ଯାହା ସ୍ପଷ୍ଟ କରୁଛି ରିତିମତ ନକଲି ମଦ ତିଆରୁ କରୁ ଥିଲେ ଅଭିଯୁକ୍ତ ଧରମୁ ଜିରମ । ଗତ ୪ ଦିନ ପୂର୍ବେ ହାତରେ କୋଡି କୋଦାଳ ଧରି ନାଳ ସଫା କରି ଚର୍ଚାକୁ ଆସି ଥିଲେ ଡି.ଏସ.ପି ବାରିକ । ତେବେ ଗାନ୍ଧିଗିରି ପରେ ଏବେ ଯୁବ ଡି.ଏସ.ପି ଙ୍କ ଦବଙ୍ଗଗିରିକୁ ନେଇ ଚାରିଆଡେ ଚର୍ଚା ।