ଶୀତ ଋତୁରେ କିପରି ପାଇବେ ଗୋଇଠି ଫଟାରୁ ମୁକ୍ତି ? ଜାଣନ୍ତୁ କିିଛି ଘରୋଇ ଉପଚାର

251

ଶୀତ ଦିନ ଆସିବାକ୍ଷଣି ସାଧାରଣତଃ ଚର୍ମ ଫାଟୁଥିବା ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସମୟରେ ସବୁଠାରୁ ଅଧିକ ସମସ୍ୟା ଦେଖାଦେଇଥାଏ ପାଦ ବା ଗୋଇଠିରେ । ଯାହାକୁ ନେଇ ମହିଳାମାନେ ନିଜ ମନ ପସନ୍ଦର ସ୍ୟାଣ୍ଡେଲ ପିନ୍ଧିବାରୁ ବଂଚିତ ହେଉଥିବା ଅଭିଯୋଗ ମଧ୍ୟ ରହିଛି । ତେବେ ଅଧିକାଂଶ ସମୟରେ ଏହି ସମସ୍ୟା ଏତେ ମାତ୍ରାରେ ବଢିଯାଇଥାଏ କି ସେହି ସ୍ଥାନରେ ଅଧିକ ଯନ୍ତ୍ରଣା ଦେଖାଦେବା ସହ ରକ୍ତ ମଧ୍ୟ ବାହାରି ଥାଏ । ତେଣୁ ଯଦି ଆପଣ ଏଭଳି ସମସ୍ୟାରେ ଜଡିତ ଅଛନ୍ତି ତେବେ ତଳେ ଉଲ୍ଲେଖ ଥିବା କିିଛି ଟିପ୍ସକୁ ପ୍ରୟୋଗ କରିପାରିବେ ।

ନଡିଆ ତେଲ

ରାତିରେ ଶୋଇବା ପୂର୍ବରୁ ନଖ ଉୁଷୁମ ପାଣିରେ ପାଦକୁ ଭଲ ଭାବରେ ଧୋଇଦିଅନ୍ତୁ । ଏହାପରେ ପାଦକୁ ପୋଛି ତା’ଉପରେ ନଡିଆ ତେଲ ଲଗାନ୍ତୁ ଏଥିସହ କଟର୍ନର ମୌଜା ପିନ୍ଧି ଶୁଅନ୍ତୁ । ସକାଳୁ ଉଠି ପିନ୍ଧିଥିବା ମୌଜାଟିକୁ ବାହାର କରି ପାଦକୁ ଧୋଇ ଦିଅନ୍ତୁ । ପ୍ରତିଦିନ ଏଉଳି ଭାବରେ କରିନ୍ତୁ ଯେ ପର୍ଯ୍ୟନ୍ତ ତାହା କୋମଳ ହୋଇ ନ ଯାଇଛି ।

ଲୁଣ

ପାଦ ବା ଗୋଇଠିର ଯନ୍ତ୍ର ନେବାପାଇଁ ଏହା ହେଉଛି ସବୁଠାରୁ ସହଜ ଉପାୟ । ଏଥିପାଇଁ ଗରମ ପାଣିରେ କିଛି ଲୁଣ ମିଶ୍ରଣ କରି ତାହା ମଧ୍ୟରେ ପାଦକୁ ବୁଡାଇ ରଖନ୍ତୁ ଏବଂ ଏଭଳି କିଛି ସମୟ ରଖିବା ପରେ ପାଦକୁ ବାହାର କରି ତା’ଉପରେ ପେଟ୍ରୋଲିୟମ ଜେଲି ଲଗାନ୍ତୁ । ଏଭଳି କରିବାଦ୍ୱାରା ଏହି ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯାଇଥାଏ ।

ମହୁ

ମହୁଦ୍ୱାରା ବିଭନ୍ନ ପ୍ରକାରର ମଶ୍ଚରାଇଜର ତିଆରି ହୋଇଥାଏ । ତେବେ ମହୁକୁ ଏହି ସମସ୍ୟାରେ ବ୍ୟବହାର କରିବାପାଇଁ ହେଲେ ଗରମ ପାଣିରେ କିିଛି ମାତ୍ରାରେ ମହୁକୁ ମିଶ୍ରଣ କରି ତା’ମଧ୍ୟରେ ପାଦକୁ ବୁଡାଇ ରଖନ୍ତୁ । ପାଖାପାଖା ଅଧ ଘଂଟା ଏପରି କରିବାପରେ ପାଦକୁ ବାହାର କରି ଏକ ନରମ କପଡାରେ ଭଲଭାବରେ ପୋଛି ନିଅନ୍ତୁ ।

ଗୋଲାପ ଜଳ ଓ ଗ୍ଲିସରିନ

ଏହା ପାଦକୁ କୋମଳ କରିବା କରିବା ପାଇଁ ସବୁଠାରୁ ଭଳ ଉପାୟ ବୋଲି କୁହାଯାଏ । ତିନି ଚାମଚ ଗୋଲାପ ଜଳ ସହ ଏକ ଚାମଚ ଗ୍ଲିସରିନ ମିଶାନ୍ତୁ । ଏବଂ ଏହାକୁ ପାଦ ବା ଗୋଇଠିରେ ଭଲଭାବରେ ମାଲିସ କରନ୍ତୁ ଏହାପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ତେବେ କିଛି ଦିନ ଏପରି କରନ୍ତୁ ଓ ଏହାର ଫରକ ଦେଖନ୍ତୁ ।

ଚାଉଳରେ ତିଆରି ଅଟା

ଆପଣ ଫଟା ପାଦ ଗୋଡ ବା ଗୋଇଠି ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାଉଳରେ ତିଆରି ଅଟାକୁ ସ୍କ୍ରର୍ବ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ମୁଠାଏଁ ଚାଉଳ ଅଟାରେ ମହୁ ଓ ଜଡା ତେଲକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ହାଲକା ଗରମ ପାଣିରେ ପାଦକୁ କିଛି ସମୟ ରଖିବା ସହ ବାହାରକୁ ବାହାର କରି ଭଲଭାବରେ ସଫା କରି ଦିଅନ୍ତୁ । ଏହାପରେ ଆପଣ କରିଥିବା ପେଷ୍ଟକୁ ଲଗାଇ ଦିଅନ୍ତୁ । ପାଖାପାଖି ୩୦ ମିନିଟ ଏହାକୁ ରଖନ୍ତୁ ଓ ପରେ ଭଲଭାବରେ ଧୋଇ ସଫା କରି ଦିଅନ୍ତୁ । ଏଉଳି କରିବା ଦ୍ୱାରା ଆପଣ ସବୁଦିନ ପାଇଁ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।