ବିଳମ୍ବରେ ରାତ୍ରିଭୋଜନ କରୁଛନ୍ତି କି ? ଶରୀରରେ ଦେଖା ଦେଇପାରେ ଅନେକ ସମସ୍ୟା

64

ଖାଦ୍ୟ ଶରୀରପକ୍ଷେ ନିହାତି ଆବଶ୍ୟକ । ତେବେ ଖାଦ୍ୟ ଖାଇବାର ବି ସଠିକ୍ ସମୟ ରହିଛି । ଯଦି ସଠିକ୍ ସମୟରେ ଭୋଜନ ନକରିବା ତେବେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବ। ଅନେକସମୟରେ ଦେଖାଯାଏ ଆମେ ରାତ୍ରିଭୋଜନକୁ ବହୁ ବିଳମ୍ବରେ ଖାଇଥାଉ । ଏହା ସ୍ୱାସ୍ଥ୍ୟ ସମସ୍ୟାର ଏକ ମୁଖ୍ୟ କାରଣ ହୋଇଥାଏ। ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

• ରାତ୍ରିଭୋଜନକୁ ବହୁ ବିଳମ୍ବରେ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ଉପକାରୀ ରସ କ୍ଷରଣରେ ବାଧା ଉପୁଜେ ।

• ଗ୍ଲୁକୋଜ, ଇନସୁଲିନ୍ ଓ ରକ୍ତ ଚାପ ବୃଦ୍ଧିପାଇଥାଏ ।

• କେବଳ ଏତିକି ନୁହେଁ ଏହା ମଧୁମେହ ସମସ୍ୟା ସୃଷ୍ଟି କରାଏ।

• ଖାଦ୍ୟ ସଠିକ୍ ଭାବେ ହଜମ ହୁଏ ନାହିଁ ଏବଂ ଚର୍ବି ବୃଦ୍ଧିପାଇଥାଏ ।

• ଅଧିକ ଦିନ ପର୍ଯ୍ୟନ୍ତ ବିଳମ୍ବରେ ରାତ୍ରିଭୋଜନ, ମସ୍ତିଷ୍କ ଓ ହୃତ୍ପିଣ୍ଡ ପାଇଁ ବିପଜ୍ଜନକ ହୋଇଥାଏ ।

ତେବେ ରାତ୍ରିଭୋଜନର ଦୁଇ ଘଣ୍ଟା ମଧ୍ୟରେ ଶୋଇପଡ଼ୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଆଶଙ୍କା ଅଧିକ ଥିବା ପେନ୍ସିଲଭାନିଆ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ-ଗବେଷକଙ୍କ ମତ ଦେଇଛନ୍ତି । ରାତି ଆଠଟା ମଧ୍ୟରେ ରାତ୍ରିଭୋଜନ ଖାଇନେବା ଉଚିତ । ଏହାର ଦୁଇ ଘଣ୍ଟା ପରେ ଶୋଇବାକୁ ଗଲେ ବିପଦ କମ୍ ରହିଥାଏ । ଚାପ ବାଉଥିବା ହର୍ମୋନ୍ ଆଡ୍ରେନାଲାଇନ୍ କ୍ଷରଣ ପ୍ରଭାବିତ ହୁଏନାହିଁ ଓ ମେଦ ଜମେନାହିଁ । କେବଳ ଏତିକି ନୁହେଁ ରାତି ଅଧରେ ବିସ୍କୁଟ୍ ଖାଇଲେ ସ୍ମରଣ ଶକ୍ତି କମିଥାଏ ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।