ରୁପି ଓ ବ୍ରଣ ସହ ବିଭିନ୍ନ ସମସ୍ୟାରୁ ମୁକ୍ତି ଦିଏ ଆସପିରିନ୍ ବଟିକା ! ଜାଣନ୍ତୁ କିପରି କରିବେ ବ୍ୟବହାର

101

ଆସପିରିନକୁ ଏକ ସୁପର ମେଡିସିନ୍ ହିସାବରେ ଧରାଯାଏ । ଯେକୌଣସି ଫାଷ୍ଟ୍ ଏଡ୍ ବକ୍ସ ଖୋଲିଲେ ସେଥିରେ ଆସପିରିନ୍ ନିଶ୍ଚିତ ଭାବରେ ଉପଲବ୍ଧ ଥାଏ । ଜ୍ୱର, ହାର୍ଟ ଆଟାକ୍, ଛାଡି ଯନ୍ତ୍ରଣା ହେଉ ବା ଅନ୍ୟ କୌଣସି ପେନ୍ । ଏସବୁରୁ ଆରାମ ଦେଇଥାଏ ଆସପିରିନ୍ । ତେବେ ଏହି ସବୁ ରୋଗ ବାଦ୍ ଆସପିରିନ୍ ରୁପି, ବ୍ରଣ, ଭାତୁଡି ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ । ଏବେ ଜାଣନ୍ତୁ କେମିତି କରିବେ ବ୍ୟବହାର ।

• ଆସପିରିନରେ ସାଇକ୍ଲିକ୍ ଏସିଡ୍ ଥାଏ । ଯାହା ମୁଣ୍ଡରେ ରୁପିକୁ ତିଆରି କରିବାରେ କମ୍ କରିଥାଏ । ୩/୪ଟି ଆସପିରିନ ବଟିକା ନେଇ ତାକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ । ମୁଣ୍ଡ ଧୋଇବା ସମୟରେ ଏହି ଗୁଣ୍ଡକୁ ସାମ୍ପୋରେ ମିଶାଇ କେଶ ମୂଳରେ ଭଲ ଭାବରେ ମାଲିସ୍ କରି ଲଗାନ୍ତୁ । ୫-୧୦ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ । ସପ୍ତାହକୁ ଏପରି ୨ଥର କଲେ ରୁପି ହୋଇ ନଥାଏ ।

• ଆସପିରିନରେ ଥିବା ସାଇକ୍ଲିକ୍ ଏସିଡ୍ ବ୍ରଣରୁ ମୁକ୍ତି ଦେଇଥାଏ । ୩/୪ଟି ବଟିକା ନେଇ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ । ତା ପରେ ୪/୫ ଚାମଚ ନଖ ଉଷୁମ ପାଣିରେ ଏହାକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ବ୍ରଣ ହୋଇଥିବା ସ୍ଥାନରେ ଏହି ପେଷ୍ଟକୁ ଲଗାଇ ୧୦ ମିନିଟ୍ ଯାଏଁ ରଖନ୍ତୁ । ତାପରେ ନଖ ଉଷୁମ ପାଣିରେ ଧୋଇ ମଶ୍ଚୁରାଇଜିଙ୍ଗ୍ କ୍ରିମ୍ ଲଗାନ୍ତୁ ।

• ଭାତୁଡିକୁ ଭଲ କରିବାରେ ସାହାଯ୍ୟ କରିଥାଏ ଆସପିରିନ୍ । ଭାତୁଡି ହୋଇଥିବା ସ୍ଥାନରେ ଅଳ୍ପ ପରିମାଣର ଆସପିରିନ୍ ରଖି ଛୋଟ କପଡାରେ ରାତି ସାରା ଘୋଡାଇ ରଖନ୍ତୁ । ଏପରି ଲଗାତାର କିଛି ଦିନ କଲେ ଧୀରେ ଧୀରେ ଏହା ଭଲ ହୋଇଥାଏ ।

• ଏହା ବ୍ୟତୀତ କପଡାରୁ ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ ଆସପିରିନ୍ । ୩/୪ଟି ଆସପିରିନ୍ ବଟିକାକୁ ଭଲ ଭାବରେ ଗୁଣ୍ଡ କରି ନଖ ଉଷୁମ ପାଣିରେ ମିଶାନ୍ତୁ । କପଡାରେ ଦାଗ ଲାଗିଥିବା ସ୍ଥାନକୁ ଏହି ପାଣିରେ ଅଧ ଘଂଟା ପାଇଁ ରଖି ଧୋଇଦିଅନ୍ତୁ ।