ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ବାସି ଭାତ! ଫିଙ୍ଗିବା ପୂର୍ବରୁ ଜାଣି ରଖନ୍ତୁ ଏହାର ୫ଟି ଫାଇଦା

157

ପ୍ରତିଦିନ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ। ଏପରି କି ଅନେକ ଖାଦ୍ୟକୁ ଆମେ ନଖାଇ ପାରି ରଖି ତା’ପର ଦିନ ପାଇଁ ରଖି ଦେଇଥାଉ। ଯାହାକି ବାସି ହୋଇଯାଇଥାଏ। ତେବେ ଏହି ବାସି ଖାଦ୍ୟ ଖାଇବା ଉପଯୋଗୀ ନୁହେଁ ବୋଲି ଆମେ ବାରବୁଲା କୁକୁର, ଗାଈ ଆଦିଙ୍କୁ ଦେଇଥାଉ। କିନ୍ତୁ ଏହି ବାସି ଖାଦ୍ୟକୁ ବି ଖାଦ୍ୟ ଉପଯୋଗୀ କରାଯାଇପାରିବ ।

ଉଦାହରଣ ସ୍ୱରୂପ ବାସି ରୁଟିକୁ ବି ଆମେ ବିଭିନ୍ନ ଶୈଳୀରେ ଖାଇ ପାରିବା। ସେହିପରି ଭାତରେ ପଲାଉ, ଉପମା ଓ ପୋକୋଡା ଇତ୍ୟାଦି କରି ଆମେ ଖାଇପାରିବା । ଏଥିସହିତ ସବୁଠୁ ଭଲ ଖାଦ୍ୟ ହେଲା ପଖାଳ । ଭାତକୁ ଆମେ ପଖାଳ କରି ମଧ୍ୟ ଖାଇବା ପାରିବା । ଯାହା ଶରୀରକୁ ସୁସ୍ଥ ରଖିବା ସହ ଫୁର୍ତ୍ତି ମଧ୍ୟ କରିଥାଏ । ଏହାବ୍ୟତୀତ ଆପଣ ଭାସିଭାତର ଅନ୍ୟାନ୍ୟ ଭଲ ଗୁଣ ସଂପର୍କରେ ଯଦି ଜାଣିବେ ତେବେ ଆପଣଙ୍କୁ ଆଉ ତାକୁ ଫିଙ୍ଗିବାକୁ ମନ କରିବେ ନାହିଁ । ତେବେ ଆସନ୍ତୁ ଜାଣିବା ବାସି ଭାତ ଖାଇବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ ।

• ଅସ୍ତ୍ର ଘା ଜନିତ ସମସ୍ୟାରେ ଚିନ୍ତିତ ଥିଲେ ଆପଣ ଏହାକୁ ଖାଇ ପାରିବେ । ଏଥିପାଇଁ ଆପଣ ସପ୍ତାହରେ ତିନି ଥର ବାସି ଭାତ ଖାଇବାକୁ ଚେଷ୍ଟା କରନ୍ତୁ । କାରଣ ବାସି ଭାତ ଖାଇବା ଦ୍ୱାରା ପେଟ ଜନିତ ସବୁ ସମସ୍ୟା ଦୂର ହୋଇଥାଏ ।

• ବାସି ଭାତରେ ଅନେକ ପ୍ରକାରର ପୋଷକ ତତ୍ୱ ରହିଥାଏ । ଯାହା ଶରୀରକୁ ପୃଷ୍ଟି ଯୋଗାଇଥାଏ ।

• ବାସି ଭାତ ଖାଇବା ଦ୍ୱାରା ଶରୀରର ତାପମାନ ଥଣ୍ଡା ରହିଥାଏ । କାହିଁକି ନା ବାସି ଭାତ ସାଧାରଣ ଥଣ୍ଡା ହୋଇଥାଏ, ଯେଉଁ କାରଣରୁ ଏହାକୁ ଖାଇବା ଦ୍ୱାରା ଶରୀରର ଟେମ୍ପ୍ରେଚର ମଧ୍ୟ ହ୍ରାସ ପାଇଥାଏ ।

• ଯଦି ଆପଣ ଆପଣଙ୍କ ସ୍କିନକୁ ନେଇ ଅଧିକ ଯନ୍ତ୍ରବାନ ଅଛନ୍ତି ତେବେ ଆପଣ ଯଦି ବାସି ଭାତ ଖାଆନ୍ତି ତେବେ ଏହା ସ୍ୱାସ୍ଥ୍ୟ ସହିତ ଚର୍ମକୁ ବି ସତେଜ ରଖିଥାଏ ।

• ବାସି ଭାତ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ଏହାର ମୁଖ୍ୟ କାରଣ ହେଲା ବାସି ଭାତ ଥଣ୍ଡା ହେବା କାରଣରୁ ଏଥିରେ ବହୁ ପ୍ରକାରର ରୋଗବେମାରୀକୁ ନଷ୍ଟ କରିବାରେ କ୍ଷମତା ଥାଏ ।