କେତେ ଜାଣନ୍ତି ଆପଣଙ୍କ ବସଙ୍କୁ! ଜାଣନ୍ତୁ ମହିଳା ବସଙ୍କ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

39

ବର୍ତ୍ତମାନ ସମୟରେ ମହିଳାମାନେ ସଫଳତାର ଶୀର୍ଷରେ ରହି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତେବେ ଯଦି ଆପଣଙ୍କର ମହିଳାଙ୍କ ସଫଳତା ପ୍ରତି ସେଭଳି କିଛି ସନ୍ଦେହ ରହିଛି ତେବେ ଏପରି ଚିନ୍ତା ସଂପୂର୍ଣ୍ଣ ଭୁଲ ଅଟେ । ଏକ ଅଧ୍ୟୟନରୁ ଏକଥା ସାମ୍ନାକୁ ଆସିଛି କି, ଜଣେ ପୁରୁଷ ବସ୍ ଅପେକ୍ଷା ଜଣେ ମହିଳା ବସ୍ ଏକ କଂପାନୀ ବା ସଂସ୍ଥାକୁ ଭଲଭାବେ ପରିଚାଳନା କରିପାରନ୍ତି । କାରଣ,ସେ ନିଜ କର୍ମଚାରୀଙ୍କ ଉପରେ ସେତେଟା ଆଶା ରଖନ୍ତି ନାହିଁ ଯାହା ତାଙ୍କୁ ମିଳିବା ସମ୍ଭବପର ହୋଇ ନଥାଏ ।

ଏଥିସହ ନିଜ କର୍ମଚାରୀ ଏବଂ ସହକର୍ମୀଙ୍କ ସହ ସେମାନେ ଭଲଭାବରେ ମିଳାମିଶା କରନ୍ତି । ସେମାନଙ୍କ ଭଲମନ୍ଦ ସଂପର୍କରେ ଜାଣିବାକୁ ପ୍ରୟାସ କରିଥାନ୍ତି । ଏବଂ କାମ କରିବାର ପରିବେଶରେ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିଥାନ୍ତି । କେବଳ ଏତିକି ନୁହେଁ କର୍ମଚାରୀଙ୍କୁ ଆଗକୁ ବଢିବାକୁ ମଧ୍ୟ ଉତ୍ସାହିତ କରନ୍ତି ।

ଅଧ୍ୟୟନରେ ଏହା ମଧ୍ୟ ଉଲ୍ଲେଖ ରହିଛି କି, ଏଭଳି କଂପାନୀରେ କର୍ମଚାରୀମାନେ ନିଜ କର୍ମ ପ୍ରତି ଅଧିକ ଯତ୍ନବାନ ହୋଇଥାନ୍ତି । ଯାହା ଏକ ପୁରୁଷ ବସ୍ ଥିବା କଂପାନୀମାନଙ୍କରେ ଆଶା କରାଯାଇ ନଥାଏ । ଏଠାରେ ଆଉ ମଧ୍ୟ ଖୁଲାସା କରାଯାଇଛି କି ମହିଳା ବସ୍ ନିଜ କର୍ମଚାରୀଙ୍କ ଭଲ ପ୍ରଦର୍ଶନ ପାଇଁ ତାଙ୍କର ପ୍ରଶଂସା ସର୍ବ ସାଧାରଣରେ ବ୍ୟକ୍ତ କରନ୍ତି ମାତ୍ର ପୁରୁଷ ବସମାନଙ୍କରେ ଏପରି ଦେଖିବାକୁ ମିଳି ନଥାଏ ।