କିଣିବାକୁ ଚାହୁଁଛନ୍ତି ଟିଭି , ଫ୍ରିଜ୍ ଆଦିି ଘରୋଇ ଉପକରଣ କି ? ସାଥିରେ ନେଇଯା’ନ୍ତୁ ସ୍ତ୍ରୀଙ୍କୁ ! କାହିଁକି , ଏହାର କାରଣ ଜାଣନ୍ତୁ

40

ଏହା ବିଗତ ଦିନର କଥା ହୋଇଗଲାଣି , ଯେବେ ଟିଭି , ଫ୍ରିଜ୍ ଓ ୱାସିଂମେସିନ୍ ଭଳି ଘରୋଇ ଉପକରଣ କିଣିବା କାମ ପୁରୁଷ କରୁଥିଲେ । କିନ୍ତୁ ନୂଆ ଦଂପତିଙ୍କ କଥା ଯଦି କହିବା କୌଣସି ଜିନିଷ ବା ଦ୍ରବ୍ୟ କିଣିବା ବେଳେ ଏବେ ପତି-ପତ୍ନୀ ଉଭୟଙ୍କର ସହମତି ନିଆଯାଉଛି । ଆଉ ବୟସ୍କ ଦଂପତିଙ୍କ ମଧ୍ୟରେ ଏହି ପ୍ରକାରର ନିଷ୍ପତ୍ତି ନେବାରେ ପତ୍ନୀମାନେ ଆଗରେ ।

ମାଇକା ପ୍ରଫେସର ମିନି ମାଥୁରଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଅନେକ ମାମଲାରେ ଏମିତି ନିର୍ଣ୍ଣୟ ନେବାର ଶକ୍ତି ପରିବାରର ମହିଳାଙ୍କ ପାଖରେ ଥାଏ । ମାଥୁରଙ୍କ ଅନୁଧ୍ୟାନ ମୁତାବକ ପତି, ପ୍ରଡକ୍ଟର ବ୍ରାଣ୍ଡ , ଫିଚର୍ସ ଓ ଦାମ୍ ବିଷୟରେ ନିର୍ଣ୍ଣୟ ନେଇଥାନ୍ତି । ଆଉ ପତ୍ନୀମାନେ ପ୍ରଡକ୍ଟର କଲର ଓ ସେଲ୍ସ ପରେ ସର୍ଭିସ କିପରି ରହିବ ସେ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଏହି ଅନୁଧ୍ୟାନ ପାଖାପାଖି ୨୦ ଯୋଡା ଦଂପତିକୁ ନେଇ ହୋଇଥିଲା । ଯେତେବେଳେ ଲୋକେ କୌଣସି କଂଜ୍ୟୁମର ଡ୍ୟୁରେବଲ୍ ଷ୍ଟୋରକୁ ଯାଇଥାନ୍ତି , ଆଉ ସାଥିରେ ପରିବାର ସଦସ୍ୟ ଥା’ନ୍ତି ତ ଜିନିଷ କିଣିବାର ସମ୍ଭାବନା ୮୦ ପ୍ରତିଶତ ଥାଏ । ଏହା ଏଥିପାଇଁ ହୋଇଥାଏ କି ଜିନିଷ କ୍ରୟ କରିବାର ୭୦ ପ୍ରତିଶତ ନିଷ୍ପତ୍ତି ଷ୍ଟୋର ଭିତରେ ନିଆଯାଇଥାଏ ।

କିଛି ସମୟ ଧରି ଏହା ଏକ ଭାବନା ଥିଲା କି ମୋବାଇଲ ଫୋନ , ୱାଶିଂମେସିନ ଓ ମାଇକ୍ରୋୱେଭ୍ , ଓଭନ ଭଳି ଜିନିଷ କିଣିବାରେ ପୁରୁଷ ହିଁ ସବୁ ନିର୍ଣ୍ଣୟ ନେଇଥାନ୍ତି । କିନ୍ତୁ ବାସ୍ତବିକ୍ ଅଦିକତର ମାମଲାରେ ନିର୍ଣ୍ଣୟ ନେବାର ଅଧିିକାର ମହିଳାଙ୍କ ହାତରେ ଥାଏ । ମିନି ମାଥୁରଙ୍କ କହିବାନୁସାରେ , ‘ ଆମେ ଅନୁମାନ କରିଥିଲୁ ଯେଉଁ ଲୋକ ପରିବାର ସହ ଏମିତି ଜିନିଷ ସବୁ କିଣିବାକୁ ଯାଇଥାନ୍ତି ସେମାନଙ୍କ ଭିତରେ ସେହି ଜିନିହ କିଣିବାର ସମ୍ଭାବନା ବେଶୀ ଥାଏ । ଯଦି କୌଣସି ସମ୍ଭାବିତ କଷ୍ଟମର ନିଜର ବନ୍ଧୁଙ୍କୁ ନେଇ କୌଣସି ଜିନିଷ କିଣିବାକୁ ଯାଇଥାନ୍ତି , ତ ଏମିତି ମାମଲାରେ ବନ୍ଧୁ ବେଶୀ ରିକ୍ସ ନେଇନଥାନ୍ତି । ପରିବାର ସହ ଗଲେ ଜିନିଷର କିଣା ଖୁବ୍ ଶୀଘ୍ର ହୋଇଥାଏ । କାରଣ ଷ୍ଟୋର ଭିତରେ ଜିନିଷକୁ ନେଇ ଚର୍ଚ୍ଚା ହୁଏ । ଯେଉଁଥିରେ ଜିନିଷ କିଣିବାର ନିଷ୍ପତ୍ତି ତୁରନ୍ତ ନିଆଯାଇଥାଏ ।’

ମାଥୁର କୁହନ୍ତି, ଯଦି ଦମ୍ପତିଙ୍କ ବୟସ ୪୦ ବର୍ଷରୁ ଅଧିକ , ଅନେକଥର ଦେଖାଯାଇଛି ପୁରୁଷଙ୍କ ନିଷ୍ପତ୍ତି ହିଁ ଅନ୍ତିମ ହୋଇଥାଏ । ଯେତେବେଳେ ଯୁବା ଦମ୍ପତିଙ୍କୁ କଥା କହିବା ତ ମହିଳାଙ୍କ ନିଷ୍ପତ୍ତି ଅନ୍ତିମ ହୋଇଥାଏ ।