ଆପଣଙ୍କୁ ରାତିରେ ନିଦ ଆସୁନାହିଁ କି ? ତେବେ ଏହି ସବୁ ଖାଦ୍ୟରେ କରନ୍ତୁ ପରିବର୍ତ୍ତନ

39

କ’ଣ ଆପଣ ରାତିରେ ଠିକ ଭାବରେ ଶୋଇ ପାରୁ ନାହାନ୍ତି? ତେବେ ଏହାର ଏକମାତ୍ର କାରଣ ହେଉଛି ଚିନ୍ତା । ଚିନ୍ତାକୁ ଦୂର କରିବା ପାଇଁ ଅନେକ ଲୋକ ଅନେକ ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ଔଷଧ ମଧ୍ୟ ଖାଇଥାନ୍ତି । ଏହା ପରେ ମଧ୍ୟ ରାତିରେ ଭଲ ଭାବେ ନିଦ ହୋଇନଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣ ଦିନରେ ଯାହା ସବୁ ଖାଇଥାନ୍ତି ତାହାର ପ୍ରଭାବ ସିଧା ସଳଖ ନିଦ୍ରା ଏବଂ ଅଧୀରତାର କାରଣ ହୋଇଥାଏ । ଖାଦ୍ୟ ଖାଇବା ସମୟରେ ଆମେ ଅନେକ ଜିନିଷ ଖାଇଥାଉ ଯାହା ଆମର ଦୈନଦିନ ଜୀବନର ଏକ ଅଂଶ ଏହା ସହିତ ଏହି ଖାଦ୍ୟ ଗୁଡିକୁ ପୈଷ୍ଟିକ ଆହାର ମଧ୍ୟ କୁହାଯାଇଥାଏ । କିନ୍ତୁ ଏହି ସବୁ ଖାଦ୍ୟ ଆମର ଶ୍ନାୟୁକୋଷଗୁଡିକୁ ଉତେଜିତ କରିଦେଇଥାଏ । ଫଳରେ ରାତିରେ ନିଦ ଆସିନଥାଏ ଏବଂ ଅଧୀରତା ଲାଗିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଏଥିପାଇଁ ଦାୟୀ…

• ଅନେକ ଗବେଷଣାରେ କୁହାଯାଇଛି ଯେ କୈଫିନର ସେବନ କରିବା ଦ୍ୱାରା ଷ୍ଟ୍ରେସ୍ ହରମୋନ ବଢିଯାଇଥାଏ । ଯାହା ଫଳରେ ପାନିକ ଆର୍ଟାକ ହେବାର ଆଶଙ୍କା ବଢି ଯାଇଥାଏ । ଆପଣ ଦେଖିଥିବେ ଯେ ନିଦ୍ରାକୁ ଦୂରେଇବା ପାଇଁ ଲୋକ କଫି ପିଇଥାନ୍ତି । ସୂଚନା ଅନୁସାରେ କଫିରେ ଥିବା କୈଫିନ ମସ୍ତିଷ୍କର ଆଡେନେସିସ ରିସେପ୍ଟରସକୁ ବ୍ଲକ କରି ଦେଇଥାଏ । ଗବେଷଣା ଅନୁସାରେ କୈଫିନ ଶରୀରରୁ ବାହାରକୁ ଯିବା ପାଇଁ ୨୪ ଘଂଟା ସମୟ ନେଇଥାଏ । ତେଣୁ ଆପଣଙ୍କୁ କଫି ପିଇବା କମ କରିବା ଆବଶ୍ୟକ । ହୋଇପାରେ ଏହି କାରଣରୁ ଆପଣଙ୍କୁ ନିଦ ମଧ୍ୟ ଆସିନଥାଏ ।

• ବାଇଗଣ, ଆଳୁ, ଟମାଟୋ ଏବଂ ଗୋଲମରିଚ ନାଇଟସେଡ ଫ୍ୟାମିଲିର ଖାଦ୍ୟ ପଦାର୍ଥ ଅଟନ୍ତି । ନାଇଟସେଡ ଫ୍ୟାମିଲିର ଅଧିକାଂଶ ଖାଦ୍ୟ ପଦାର୍ଥ ଗ୍ଲାଇକୋଲିସାଇଡ ପ୍ରସ୍ତୁତ କରଥାନ୍ତି । ଏହା ଏକ ପ୍ରାକୃତିକ ପେଷ୍ଟିସାଇଡ ଯାହା ପୋକକୁ ମାରିଦେଇଥାଏ । କିନ୍ତୁ ଏହି ପେଷ୍ଟିସାଇଡ ମାନବ ଶରୀରର କୋଷ ଗୁଡିକ ପାଇଁ ନକରାତ୍ମକ ପ୍ରଭାବ ପକାଇଥାଏ । ଏହା ନର୍ଭସ ସିଷ୍ଟମକୁ ଅତି ଉତେଜିତ କରିବା ସହିତ ଅଧୀରତା ସୃଷ୍ଟି କରିଥାଏ । ନାଇଟସେଡରେ ଆସୁଥିବା ଖାଦ୍ୟକୁ ଆମେ ଦୈନଦିନ ଖାଇବାରେ ବ୍ୟବହାର କରିଥାଉ । ତେଣୁ ଏଥିରେ ଥିବା କେମିକାଲ୍ସ ଶରୀରରେ ଜମା ହୋଇ ରହିଥାଏ । ଏହି କେମିକାଲ୍ସ ଶରରରୁ ବାହାରକୁ ଯିବା ପାଇଁ ୫ ରୁ ୭ ଦିନ ସମୟ ଲାଗିଥାଏ ।

• ମଦ୍ୟପାନୀୟ ରିଲାକ୍ସ ହୋଇ ଶୋଇବା ପାଇଁ ସାହାଯ୍ୟ କରିଥାଏ ବୋଲି ଅନେକଙ୍କର ଧାରଣା ରହିଛି । କିନ୍ତୁ ଆପଣ ଜାଣି ନଥିବେ ଯେ ମଧ୍ୟରାତ୍ରରେ ମଦର ନିଶା କମ ହୋଇଯାଇଥାଏ ଏହା ଫଳରେ ନିଦ୍ରା ଉପରେ ପ୍ରଭାବ ପଡିଥାଏ । ମଦର ନିଶା ଛାଡିବା ଆରମ୍ଭ ହେଲେ ପ୍ୟାନିକ ଆର୍ଟାକ୍ ଏବଂ ନିଦ୍ରା ସମୟରେ ଉଦବେଗ ବଢିବାକୁ ଲାଗିଥାଏ । ତେଣୁ ଯେଉଁମାନେ ପ୍ରତିଦିନ ମଦ୍ୟ ପାନୀୟ ସେବନ କରିଥାନ୍ତି ସେମାନେ ଧୀରେ ଧୀରେ ଏହି ଅଭ୍ୟାସ ଛାଡିବା ଆବଶ୍ୟକ ।

• ଦହି, କମଳା ଜୁସ ଏବଂ ଧାନ ଜାତୀୟ ଶସ୍ୟରେ ଥିବା ସୁଗାରକୁ କାର୍ବୋହାଇଡ୍ରେଟସ କହାଯାଇଥାଏ । ଏହା ଆମର ବ୍ଲଡ ସୁଗାର ସ୍ତରକୁ ବଢାଇ ଦେଇଥାଏ ଯାହା ଫଳରେ ଆମ ଭିତରେ ଶକ୍ତି ଆସିବା ପରି ଲାଗିଥାଏ । ଯେତେବେଳେ ଶରୀରରେ ଥିବା ଇଂସୁଲିନ ବ୍ଲଡ ସୁଗାର ସ୍ତରକୁ ସାଧାରଣ ସ୍ତରକୁ ଆଣିଥାଏ ଯେତେବେଳେ କାର୍ଟିସୋଲ ରିଲିଜ ହୋଇଥାଏ । କର୍ଟିସୋଲ ଏକ ପ୍ରକାର ଷ୍ଟ୍ରେସ ହରମୋନ । ତେଣୁ ରାତିରେ ବ୍ରେଡ, ଚିପ୍ସ କିମ୍ବା ନୁଡୁଲସ ପରି ରିଫାଇଣ୍ଡ କାର୍ବୋସ ଖାଇବା ଦ୍ୱାରା ରାତିରେ ନିଦ ହୋଇନଥାଏ ।

• ସତେଜ ଖାଦ୍ୟରେ ଫରମେଣ୍ଟେଡ ଜରିଆରେ ବ୍ୟାକଟେରିଆ ଅଣାଯାଇ ଖାଦ୍ୟକୁ ସ୍ୱାଦିଷ୍ଟ କରାଯାଇଥାଏ । ଏହି ବ୍ୟ।।କଟେରିଆ ଖାଦ୍ୟରେ ଥିବା ପ୍ରୋଟିନକୁ ଛୋଟ ଛୋଟ ଅଣୁରେ ପରିଣତ କରିଥାନ୍ତି । ଏହି ଅଣୁ ଗୁଡିକ ସମୟ ସହିତ ବଢିଥାଏ । ଏହି ଅଣୁ ଗୁଡିକ ଆମ ଶରୀରର ଡାଇଜେଷ୍ଟିଭ ସିଷ୍ଟମ, କାର୍ଡିଓଭାସ୍କୁଲାର ଏବଂ ନର୍ଭସ ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଶରୀରରେ ଆଡ୍ରେନାଲିନ ସ୍ତରକୁ ବଢାଇଥାଏ । ଫଳରେ ଅଧୀରତା ସହିତ ନିଦ ଆସିନଥାଏ ।