ମହୁକୁ କେଉଁ ଦ୍ରବ୍ୟ ସହ ମିଶାଇ ସେବନ ଉଚିତ୍ ନୁହେଁ, ଆସନ୍ତୁ ଜାଣିବା . . . .

40

ସମସ୍ତେ ଜାଣନ୍ତି, ମହୁ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ । ବିଶୁଦ୍ଧ ମହୁ ଅଧିକ ଦିନ ପର୍ଯ୍ୟନ୍ତ ରହିଲେ ମଧ୍ୟ ଖରାପ ହୁଏ ନାହିଁ । ମହୁରେ ପାଣି ଭାଗ ଖୁବ୍ କମ୍ ଥିବାରୁ ଏଥିରେ ବ୍ୟାକ୍ଟେରିଆ ହୋଇନଥାଏ । ମହୁ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହଯ୍ୟ କରିଥାଏ । କିନ୍ତୁ ଅନେକ ଲୋକ ଜାଣିନଥିବେ, ମହୁକୁ ଏପରି କିଛି ଦ୍ରବ୍ୟ ଅଛି ଯାହା ସହ ମିଶାଇ ସେବନ କଲେ ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା ଏଭଳି କିଛି ଦ୍ରବ୍ୟ ବିଷୟରେ ଯାହା ସହ ମହୁ ମିଶାଇ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇଥାଏ ।

– ମହୁ ଗରମ ଅଟେ । ସେଥିପାଇଁ ଗରମ ଖାଦ୍ୟ ସହ ମହୁ ମିଶାଇ ଖାଆନ୍ତୁ ନାହିଁ । ଯଦି ଆପଣ ଗରମ ଖାଦ୍ୟ ସହ ମହୁ ଖାଉଛନ୍ତି, ତାହା ହେଲେ ଆପଣଙ୍କ ପେଟ ଅଧିକ ଖରାପ ହେବା ସମ୍ବାବନା ଥାଏ । ତାହା ସହ ଆପଣଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍କ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି ।

– ଲୋକଙ୍କ କହିବା ଅନୁସାରେ, ଥଣ୍ଡା ସମୟରେ ମହୁକୁ ଚା’ କିମ୍ବା କଫି ସହ ମିଶାଇ ପିଇଲେ ଥଣ୍ଡା ଜ୍ୱରରୁ ମୁକ୍ତି ମିଳିଥାଏ । ଯଦି ଆପଣ ଏଭଳି କରୁଛନ୍ତି,ତାହା ହେଲେ ଭୁଲରେ ବି ଆଗକୁ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଶରୀରର ତାପମାତ୍ରା ଅଧିକ ବଢିଯାଏ । ଯାହାଫଳରେ ଅସ୍ଥିରତା ଦେଖାଯାଏ ।

– ଯଦି ଆପଣ ମୂଳା ସହ ମହୁ ଖାଉଛନ୍ତି, ତାହା ହେଲେ ଭୁଲରେ ବି ଆଗକୁ ମୂଳା ସହ ମହୁ ମିଶାଇ ଖାଆନ୍ତୁ ନାହିଁ । କାରଣ ମହୁ ସହିତ ମୂଳା ଖାଇବା ଶରୀର ପାଇଁ ବିଷ ସଦୃଶ ହୋଇଥାଏ । ଯାହା ଫଳରେ ଶରୀରର କିଛି ଅଙ୍ଗ କାମ କରିବା ବନ୍ଦ କରିଦିଅନ୍ତି । ସେଥିପାଇଁ ମୂଳା ଖାଇବାର ୧ ଘଣ୍ଟା ପରେ ମହୁ ଖାଇବା ଉଚିତ୍ ।

– ଅଧିକ ଗରମ ପାଣିରେ ମହୁ ମିଶାଇ ପିଅନ୍ତୁ ନାହିଁ । ଅଧିକାଂଶ ଲୋକ ଓଜନ ହ୍ରାସ ବା ଥଣ୍ଡା ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଗରମ ପାଣିରେ ମହୁ ମିଶାଇ ପିଇଥାନ୍ତି । ଯଦି ଆପଣ ପ୍ରତିଦିନ କରୁଛନ୍ତି, ତାହା ହେଲେ ପାଣିକୁ କମ୍ ଗରମ କରନ୍ତୁ । ଯଦି ଅଧିକ ଗରମ ପାଣି ସହ ମହୁ ମିଶାଉଛନ୍ତି, ତାହା ହେଲେ ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପକାଇବା ସହ ପେଟ ଗୋଳମୋଳ ଅଧିକା ସମ୍ଭାବନା ଥାଏ ।