ପିଠି ଯନ୍ତ୍ରଣାର ଉପଚାର ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

91

ଏବେ ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧରେ ଯାହାଙ୍କୁ ପଚାରିବେ ଉତ୍ତର ମିଳିବ ବ୍ୟାକପେନ୍ ବା ପିଠି ଯନ୍ତ୍ରଣା । ଏହି ଯନ୍ତ୍ରଣା ତଳପିଠିରେ ବେଶୀ ହୁଏ ଓ ଆଗକୁ ନଇଁଗଲେ ଅସହ୍ୟ ହୋଇଯାଏ । ଯନ୍ତ୍ରଣା ହେବାରୁ ଜଣାପଡ଼େ ଯେ ପିଠି ମାଂସପେଶୀ ଦୁର୍ବଳ କିମ୍ବା କ୍ଷତିଗ୍ରସ୍ତ ହୋଇଛି । ବୟସ ବଢିଲେ ବି ବ୍ୟାକପେନ୍ ହୁଏ ଓ ମେରୁଦଣ୍ଡ ଉପରେ ଚାପ ଯୋଗୁ ଯନ୍ତ୍ରଣା ଗୋଡ଼କୁ ଗତି କରିଥାଏ । ଏହି ସମସ୍ୟାରୁ ମୁକୁଳିବା ଲାଗି ଘରୋଇ ଚିକିତ୍ସା କରାଯାଏ । ଆସନ୍ତୁ ଜାଣିବା କେମିତି କରିବା ଘରୋଇ ଚିକିତ୍ସା –

୧ – ବରଫ ବା ଆଇସପ୍ୟାକ୍ ଭଲ ଯନ୍ତ୍ରଣା ଉପଶମକାରୀ । ଦିନକୁ ଦୁଇ କିମ୍ବା ତିନିଥର ଏହାକୁ ବ୍ୟବହାର କରିପାରିବେ ଏହା ଫୁଲା କମାଇଦିଏ ।

୨ – ବେଶୀ ସମୟ ଗୋଟିଏ ଜାଗାରେ ବସୁଥିଲେ ଆମକୁ ସଠିକ୍ ଢଙ୍ଗରେ ବସିବାକୁ ପଡିବ । ଏହାଦ୍ୱାରା ପିଠି ଉପରେ ବେଶୀ ଚାପ ପଡେନି । ବସିବା ସହ ଶୋଇବା ଶୈଳୀ ମଧ୍ୟ ଠିକ୍ ହେବା ଆବଶ୍ୟକ ।

୩ – ମସାଜ ଦ୍ୱାରା ଯେ ପିଠି ଯନ୍ତ୍ରଣା କମିଯାଏ ତାହା ନୁହେଁ , ବରଂ ଏହା ଦ୍ୱାରା ବିଷାଦ ମଧ୍ୟ ଦୂର ହୋଇଯାଏ ।

୪ – ରସୁଣ ପିଠି ଯନ୍ତ୍ରଣା କମାଇବାରେ ସାହାଯ୍ୟ କରେ । ସକାଳେ ଖାଲି ପେଟରେ ଦୁଇ କିମ୍ବା ତିନି ପାଖୁଡ଼ା ରସୁଣ ଖାଆନ୍ତୁ । ରସୁଣ ତେଲ ବି ମସାଜ କରିପାରିବେ । ନଡିଆ କି ସୋରିଷ ତେଲ କିମ୍ବା ରାଶି ତେଲରେ ୮- ୧୦ ପାଖୁଡା ରସୁଣ ପକାଇ ତେଲର ରଙ୍ଗ ଧୂସରିଆ ହେବା ଯାଏ ଗରମ କରନ୍ତୁ । ନଖ ଉଷୁମ ତାପରେ ପିଠିରେ ମସାଜ କରନ୍ତୁ । କିଛି ସମୟ ରହି ଉଷୁମ ପାଣିରେ ଗାଧାନ୍ତୁ ।

୫- ନିୟମିତ ବ୍ୟାୟାମ କରନ୍ତୁ । ଏହାଦ୍ୱାରା ପିଠିର ସବୁ ମାଂସପେଶୀ ସୁସ୍ଥ ରହିବ । ପିଠି ଓ ତଳି ପେଟ ପାଇଁ ଉର୍ଦ୍ଦିଷ୍ଟ ବ୍ୟାୟାମ କରନ୍ତୁ ।

୬ – ନଖ ଉଷୁମ ପାଣି ଓ ଏପସମ୍ ବାଥ୍ ସଲ୍ଟ ଦ୍ୱାରା ପିଠି ଯନ୍ତ୍ରଣା କମିଯାଏ ।

୭ – କ୍ଷୀରରେ ହଳଦୀ ଓ ମହୁ ମିଶାଇ ପିଇବା ଦ୍ୱାରା ପିଠି ଯନ୍ତ୍ରଣା ପୂରା କମିଯାଏ । ଏହା ମଧ୍ୟ ଅନ୍ୟ ଗଣ୍ଠି ଯନ୍ତ୍ରଣା ଉପଶମରେ ସାହାଯ୍ୟ କରେ ।