ବିମାନ ବନ୍ଦରରେ ଏହି ୧୦ଟି ପରିଚୟ ପତ୍ର ମଧ୍ୟରୁ କୌଣସି ଗୋଟିକରେ ବି ଆପଣ କରିପାରିବେ ପ୍ରବେଶ : ଜାଣନ୍ତୁ ଏ ବିଷୟରେ କିଛି ତଥ୍ୟ

74

ଆଭିଏସନ ସିକ୍ୟୁରିଟି ବ୍ୟୁରୋ ଏବେ କିଛି ନୂଆ ନିୟମ ଘୋଷଣା କରିଛି । ବିମାନବନ୍ଦରରେ ପ୍ରବେଶ କରିବା ପାଇଁ ୧୦ଟି ପରିଚୟ ପତ୍ରର ଅନିବାର୍ଯ୍ୟ ଭାବେ ଦର୍ଶାଇଛି । ବ୍ୟୁରୋ ପରିଚୟ ପତ୍ରକୁ ନେଇ ଜାରି ଦ୍ୱନ୍ଦାତ୍ମକ ସ୍ଥିତିକୁ ଦୂର କରିବା ପାଇଁ ଏହି ସୂଚନା ଦେଇଛି । ବ୍ୟୁରୋ କହଛିି ଏହି ଦସ୍ତାବିଜକୁ ଦେଖାଇ ବିମାନବନ୍ଦର ଟର୍ମିନାଲରେ ପ୍ରବେଶ କରିପାରିବେ । ଏବଂ ଚେକ୍ ଇନ୍ କରାଯାଇପାରିବ ।

ଯେଉଁ ଡକ୍ୟୁମେଂଟଗୁଡିକୁ ବ୍ୟୁରୋ ଅଫ୍ ସିଭିସ୍ ଆଭିଏସନ ସିକ୍ୟୁରିଟି ପ୍ରବେଶ ପାଇଁ ଜରୁରୀ ଘୋଷଣା କରିଛି । ତାହା ହେଲା –

୧ – ପାସପୋର୍ଟ
୨- ଆଧାର ବା ମୋବାଇଲ-ଆଧାର
୪ – ପ୍ୟାନ୍ କାର୍ଡ
୫- ଡ୍ରାଇଭିଂ ଲାଇସେନ୍ସ
୬-ସର୍ଭିସ ଆଇଡି
୭ – ଷ୍ଟୁଡେଂଟ ଆଇଡି କାର୍ଡ
୮- ରାଷ୍ଟ୍ରୀୟକୃତ ବ୍ୟାଙ୍କର ଫଟୋ ଯୁକ୍ତ ପାସବୁକ୍
୯- ପେନସନ୍ କାର୍ଡ ବା ଫଟୋ ସହ ପେନସନର ଡକ୍ୟୁମେଂଟ
୧୦ -ଦିବ୍ୟାଙ୍ଗତା ପ୍ରମାଣ ପତ୍ର ବା ଦିବ୍ୟାଙ୍ଗ ମେଡିକଲ ପ୍ରମାଣପତ୍ର

ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ ସିକ୍ୟୁରିଟିର ମୁଖ୍ୟ କୁମାର ରାଜେନ୍ଦ୍ର ଚନ୍ଦ୍ର କହିଛନ୍ତି , ଏମିତି ବ୍ୟବସ୍ଥା ମଧ୍ୟ କରାଯାଇଛି କି ଯଦି କୌଣସି ବ୍ୟକ୍ତିର ପରିଚୟ ପତ୍ର ହଜିଯାଏ , ସେ ନିଜର ପରିଚୟ ଦେଇ ପ୍ରବେଶ କରିପାରିବ । ରାଜେନ୍ଦ୍ର ଚନ୍ଦ୍ର କହିଛନ୍ତି , ‘ଯଦି କୌଣସି କାରଣରୁ କେହି ଯାତ୍ରୀ ନିଜର ବୈଦ ଦସ୍ତାବିଜ୍ ଦେଖାଇପାରୁନାହାଁନ୍ତି ତ କେନ୍ଦ୍ର ବା ରାଜ୍ୟ ସରକାରଙ୍କର ଗେଜେଟେଡ୍ ଅଫିସରଙ୍କର ଲେଟରହେଡ୍ ରେ ଜାରି ଫଟୋ ପରିଚୟ ପ୍ରମାଣ ପତ୍ରକୁ ମାନ୍ୟତା ଦିଆଯିବ । ’ ଏହା ବ୍ୟତୀତ ମାତା-ପିତା ଯଦି ବୈଧ ଦସ୍ତାବିଜ ସହ ଯାତ୍ରା କରୁଛନ୍ତି , ଘରୋଇ ଉଡାଣରେ ନାବାଳିକ ବା ନବଜାତ ଶିଶୁ ପାଇଁ ଅଲଗା ପରିଚୟ ପ୍ରମାଣ ପତ୍ର ଦେଖାଇବା ଜରୁରୀ ହେବ ନାହିଁ । କିନ୍ତି ଅଲଗା ଭାବେ ଯାଉଥିବା ନାବାଳିକ ପରିଚୟ ପତ୍ର ଦେଖାଇବାର ନିୟମ ରହିଛି ।

(ସୌଜନ୍ୟ- ନବଭାରତ ଟାଇମ୍ସ)