ନୂଆପଡ଼ାରେ ନୃସଂଶ ବାପାର ନାରକୀୟ କାଣ୍ଡ ! ୮ ବର୍ଷର ଝିଅକୁ ବିଲରେ ହାଣି ହତ୍ୟା କଲା ବାପା

32

କନକ ବ୍ୟୁରୋ: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଡେକୁନପାଣି ଗ୍ରାମରେ ନିଜ ୮ ବର୍ଷର ଝିଅକୁ ଚାଷ ଜମିରେ ହାଣି ହତ୍ୟା କରିଛି ବାପା । ହଠାତ ଉତ୍ତେଜିତ ହୋଇ ବାପା ନିଜ ଝିଅକୁ ହତ୍ୟା କରିଥିବା ପୁଲିସ କହୁଥିବା ବେଳେ ବାପା ନିଜ ଚାଷ ଜମିରେ ଝିଅକୁ ବଳି ଦେଇଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡେକୁନପାଣି ଗ୍ରାମର ରାମଚନ୍ ପହରିଆ (୩୬ ବର୍ଷ) ଗତ ୨୬ ତାରିଖ ଅପରାହ୍ଣରେ ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିବା ବେଳେ ସାଙ୍ଗରେ ୮ ବର୍ଷର ଝିଅ ଜମୁନା ବାଇ ପହରିଆଙ୍କୁ ନେଇ ଯାଇଥିଲା । ତେବେ ସେଠାରେ ସେ କୌଣସି କାରଣରୁ ଟାଙ୍କିଆରେ ଜମୁନାବାଇଙ୍କୁ ହାଣି ହତ୍ୟା କରି ଥିଲା । ପରେ ଘରକୁ ପେରି ଆସିଥିଲା । ଏ ସମ୍ପର୍କରେ ଗତକାଲି ସନ୍ଧ୍ୟାରେ କୋମନା ପୁଲିସ ଖବର ପାଇ ଚାଷ ଜମିରେ ପଡ଼ିଥିବା ଜମୁନା ବାଇଙ୍କ ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ରାମଜନ୍ ପହରିଆଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରୁଛି ।

ଅପରପକ୍ଷେ ରାମଚନ୍ କୌଣସି ଗୁଣିଆଙ୍କ କଥାରେ ପ୍ରରୋଚିତ ହୋଇ ତାଙ୍କ ନିଜ ଝିଅକୁ ଚାଷ ଜମିରେ ବଳି ଦେଇଥିବା ସମଗ୍ର କୋମନା ଅଞ୍ଚଳରେ ଚର୍ଚ୍ଚା ହେଉଛି ।