ମୁକ୍ତ ହେବେ ଆଜୀବନ ସଜ୍ଜା କାଟୁଥିବା କଏଦୀ

38

କନକ ବ୍ୟୁରୋ : ଆଜୀବନ ସଜ୍ଜା କାଟୁଥିବା କଏଦୀଙ୍କୁ ମୁକ୍ତ କରାଯିବ । ଏହି ବର୍ଗରେ ଅଛନ୍ତି ୧୪ ବର୍ଷ, ୨୦ ବର୍ଷ ଓ ୨୫ ବର୍ଷ ସଜା କାଟୁଥିବା କଏଦୀ । ସେମାନଙ୍କ ଖଲାସ ପାଇଁ ଆଜି ଷ୍ଟେଟ ସେଂଟେନ୍ସ ରିଭ୍ୟୁ ବୋର୍ଡ଼ର ବୈଠକ ହୋଇଛି । ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏହି ବୈଠକରେ ଆଇଜି ପ୍ରିଜନ, ଆଇଜି କ୍ରାଇମ୍ ଓ ଆଇନ ସିଚିବ ତଥା ଡ଼ିଷ୍ଟ୍ରିକ୍ ଜଜ୍ ଉପସ୍ଥିତ ଥିଲେ ।

ଏଥିରେ ବହୁ ବର୍ଷ ଧରି ସଜା କାଟୁଥିବା କଏଦୀଙ୍କ ବିଷୟରେ ଆଲୋଚନା ହେବା ସହ ସେମାନଙ୍କ ଆଚରଣ ଉପରେ ଆଲୋଚନା ହୋଇଥିଲା । ଏପରି ୨୦୦ଟି ମାମଲା ଥିବାବେଳେ ଆଜି ୨୨ ଜଣ କଏଦୀଙ୍କ ସଂପର୍କରେ ଆଲେଚନା ହୋଇଛି । ତେବେ ଏନେଇ ଆସନ୍ତା ୧୯ରେ ଆଉ ଏକ ବୈଠକ ବସିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି ।