ଚିତାକୁ ମହଙ୍ଗା ପଡିଲା କୁକୁଡା ଖାଇବା ଲୋଭ : ୧୮ ଘଂଟା ପରେ ସଫଳ ହେଲା ବନବିଭାଗର ଲିଓପାର୍ଡ ଅପରେସନ୍

16

ମାଲକାନଗିରି : ଚିତାକୁ ମହଙ୍ଗା ପଡିଲା କୁକୁଡା ଖାଇବା ଲୋଭ । କୁକୁଡା ଶିକାର କରିବାକୁ ଯାଇ ୩୦ ଫୁଟ୍ କୂଅ ଭିତରେ ଝାମ୍ପ ମାରିଥିଲା ଚିତା ବାଘ । ମଙ୍ଗଳବାର ସକାଳେ କୂଅ ଭିତରେ ଚିତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ଛତିଶଗଡ କାଂକେର ଜିଲ୍ଲା ମାନେକସର ଗାଁର ଲୋକେ । ଘଟଣାସ୍ଥଳରେ ବନ କର୍ମଚାରୀ ପଂହଚି ଆରମ୍ଭ କରିଥିଲେ ଲିଓପାର୍ଡ ଅପରେସନ । ପ୍ରଥମ ପର୍ଯ୍ୟାୟରେ କୂଅ ଭିତରେ ଗୋଟିଏ କାଠ ସିଡିପକାଇ ଚିତା ବାଘଟିକୁ ଉଦ୍ଧାର କରିବା ଉଦ୍ୟମ କରାଗଲା । ହେଲେ ସିଡିଟି କୂଅ ଭିତରେ ଗଳି ପଡିବାରୁ ଦିନ ତମାମ୍ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡିଥିଲା । ପରେ ରାୟପୁରରୁ ବିଶେଷଜ୍ଞ ଦଳ ଆସି ଲିଓପାର୍ଡ ଅପରେସନ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରିଥିଲେ । ଶେଷରେ ଅଗ୍ନିଶମ ବିଭାଗର ସହାୟତାରେ ୧୮ ଘଂଟାର ସଂଘର୍ଷ ପରେ ଅପରେସନ ଲିଓପାର୍ଡ ସଫଳ ହୋଇଛି । ଗତକାଲି ରାତି ୨ଟାରେ କୂଅ ଭିତରୁ ଚିତା ବାଘକୁ ଉଦ୍ଧାର କରାଯାଇଥିଲା । ବାଘର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ଜଙ୍ଗଲରେ ଛାଡି ଦେଇଛି ବନ ବିଭାଗ । ଅଧିକ ତଥ୍ୟ ଦେଖିବା ଏହି ଭିଡିଓରେ :