ବୈଜୟନ୍ତଙ୍କ ମୋଦି ପ୍ରେମ : କହିଲେ , ମୋଦିଙ୍କ ବିଦେଶଗସ୍ତ ଦେଶର ବିକାଶରେ ସହାୟକ ହେବ

30

କନକ ବ୍ୟୁରୋ : ପୁଣି ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ସାଂସଦ ବୈଜୟନ୍ତ ପଣ୍ଡା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରମ୍ବାର ବିଦେଶ ଗସ୍ତ ଦେଶର ବିକାଶରେ ସହାୟକ ହେଉଛି ବୋଲି କହିଛନ୍ତି ବୈଜୟନ୍ତ । ବର୍ତମାନ ଅନେକ ରାଷ୍ଟ୍ର ଭାରତର ବିକାଶକୁ ଅବରୋଧ କରୁଥିବାରୁ ବୈଦେଶିକ ସମର୍ଥନ ଆବଶ୍ୟକ ଥିବା କହିଛନ୍ତି ଜୟ ପଣ୍ଡା । ବର୍ତମାନ ମୋଦି ଆଫ୍ରିକା ଗସ୍ତରେ ଥିବା ବେଳେ ଆଫ୍ରିକାରେ ଥିବା ପ୍ରବାସୀ ଭାରତୀୟ ଭାରତର ବିକାଶରେ ସହାୟକ ହେବେ ବୋଲି ସେ କହିଛନ୍ତି ।