ଫୁଟବଲର ଯାଦୁଗର : ଶରୀରରେ ଲାଗିଛି ଆତ୍ମବିଶ୍ୱାସର ଗୋଡ

73

12କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ । ପଙ୍ଗୁ ବି ଗିରି ଲଂଘି ପାରେ । ଏହାର ଉଦାହରଣ ହେଉଛନ୍ତି ବାଙ୍ଗଲାଦେଶର ୨୨ ବର୍ଷୀୟ ମହମ୍ମଦ ଅବଦୁଲ୍ଲା । ଗୋଡ଼ ନାହିଁ ହେଲେ ଫୁଟବଲ ପଡ଼ିଆରେ ବେଶ ଚମତ୍କାର ଖେଳ ଖେଳୁଛନ୍ତି ଅବଦୁଲ୍ଲା । ଅନେକ ପେଶାଦାର ଫୁଟବଲ ଖେଳାଳୀ ହେବାକୁ ସ୍ୱପ୍ନ ଦେଖନ୍ତି। ହେଲେ ସେ ସ୍ତରରେ ଖୁବ୍ କମ ପହଁଚନ୍ତି । କିନ୍ତୁ ଅବଦୁଲ୍ଲାଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଭିନ୍ନ । ସେ ତାଙ୍କର ଦୁଇ ଗୋଡ ହରାଇ ବି ଆଗେଇ ଚାଲିନ୍ତି ଆଗକୁ ଆଗକୁ । ଦେଖିଛନ୍ତିି ବଡ ସ୍ୱପ୍ନ । ହେବେ ପେଶାଦାର ଫୁଟବଲ ଖେଳାଳୀ ।

13ଅନେକ ଦୁଃଖ ଓ ଯନ୍ତ୍ରଣାରେ ଜୀବନ ବିତାଇଛନ୍ତି ଅବଦୁଲ୍ଲା । ସାମ୍ନା କରିଛନ୍ତି ବହୁତ ଘାତପ୍ରତିଘାତ । ମାତ୍ର ୮ ବର୍ଷ ବୟସରେ ବାପା ଓ ସାବତ ମା’ର ଅତ୍ୟାଚାର ସହିନପାରି ଘର ଛାଡ଼ିଥିଲେ । ହେଲେ କେବେ ହାରିଯାଇନାହାଁନ୍ତି । ନିଜର ଭୋକ ମେଟଂଇବା ପାଇଁ ଏକ ନୈାକା ଷ୍ଟେସନରେ କୁଲି ଭାବେ କାମ କରୁଛନ୍ତି ସେ । ଇଚ୍ଛା ଥିଲା ଭଲ ଫୁଟବଲ ଖେଳାଳୀ ହେବା ପାଇଁ । ମାତ୍ର ଭାଗ୍ୟର ବିଡ଼ମ୍ବନା ଏମିତି ଯେ ଏକ ଦୁର୍ଘଟଣାରେ ନିଜର ଦୁଇ ଗୋଡ଼ ହରାଇଲେ । ହ୍ୱିଲଚେୟାର ହେଲା ଏକମାତ୍ର ସାହାଭରସା ଓ ଜୀବନ ସାଥୀ ।

ro-1ମାତ୍ର ଦୃଢ଼ ଇଚ୍ଛାଶକ୍ତି ଅବଦୁଲ୍ଲାଙ୍କୁ ଟାଣି ଆଣିଲା ଫୁଟବଲ ଗ୍ରାଉଣ୍ଡକୁ । ଗୋଡ଼ ନଥିବା ହେତୁ ପ୍ରଥମେ ହାତରେ ଅଭ୍ୟାସ କରୁଥିଲେ । କିନ୍ତୁ ସାଥୀ ଖେଳାଳୀଙ୍କ ପରାର୍ମଶ କ୍ରମେ ନିଜ କଟା ଗୋଡ଼ରେ ଫୁଟବଲ ଖେଳିବା ଆରମ୍ଭ କଲେ । ଦିନକୁ ଦିନ ତାଙ୍କ ଖେଳରେ ବେଶ ଉନ୍ନତି ପରିଲିକ୍ଷିତ ହେଲା । କ୍ରିଷ୍ଟିଆନ ରୋନାଲ୍ଡଙ୍କୁ ନିଜର ଆଦର୍ଶ ମାନି ତାଙ୍କ ଭଳି ପେଶାଦାର ଫୁଟବଲ ଖେଳାଳୀ ହେବା ପାଇଁ ଇଚ୍ଛା ଅବଦୁଲ୍ଲାଙ୍କର । ଶରୀରରେ ଆତ୍ମବିଶ୍ୱାସର ଗୋଡ ଲଗେଇ ଫୁଟବଲର ଯାଦୁଗର ପାଲଟି ଯାଇଛନ୍ତି ଅବଦୁଲ୍ଲା ।

ବାସ୍ତବରେ ଅବଦୁଲ୍ଲାଙ୍କର ଏ ଜୀବନ ସଂଘର୍ଷର କାହାଣୀ ବିଶ୍ୱର ଲକ୍ଷ ଲକ୍ଷ ଯୁବଗୋଷ୍ଠିଙ୍କୁ ଅନୁପ୍ରାଣୀତ କରିବ , ଏଥିରେ ସନ୍ଦେହ ନାହିଁ ।

ଅବଦୁଲ୍ଲାଙ୍କୁ ଦେଖନ୍ତୁ ଏହି ଭିଡିଓରୁ –