ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି ! ଘରୋଇ ନୁହେଁ ବରଂ କମରସିଆଲ ଇଲେକ୍ଟ୍ରିକ ଯାନ ଉପରେ ମିଳିବ ସବସିଡି

ସାରା ଦେଶ ବର୍ତମାନ ସମୟରେ ଡିଜିଟାଲ କ୍ଷେତ୍ରରେ ଅଗ୍ରସର ହେବାରେ ଲାଗିଛି

189

କନକ ବ୍ୟୁରୋ : ସାରା ଦେଶ ବର୍ତମାନ ସମୟରେ ଡିଜିଟାଲ କ୍ଷେତ୍ରରେ ଅଗ୍ରସର ହେବାରେ ଲାଗିଛି । ପ୍ରତ୍ୟେକ ସମୟରେ କିଛି ନା କିଛି ନୂଆ କଥା ବା ଟେକ୍ନୋଲୋଜି ଦେଖିବାକୁ ମିଳୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗତ କିଛି ଦିନ ତଳେ ଦେଶରେ ପ୍ରଦୂଷଣ ରୋକିବା ପାଇଁ ଇଲେକ୍ଟ୍ରିକ ଗାଡିର ଅଧିକ ବ୍ୟବହାର କରିବା ପାଇଁ ଚେଷ୍ଟା କରାଯାଉଛି । କେବଳ ଯେ, ଚେଷ୍ଟା କରାଯାଉଛି ତାହା ନୁହେଁ ବରଂ ଲୋକମାନେ କିପରି ଭାବରେ ଅଧିକରୁ ଅଧିକ ଭାବରେ ଏହି ଗାଡିକୁ ଆପଣାଇବେ ତାହା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ମିଳିଥିବା ସୂଚନା ଅନୁସାରେ, ଏହି ପ୍ରକାର ଗାଡି ଲୋକମାନେ କିଣିଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସବସିଡି ମିଳିବ ବୋଲି ଜଣାଯାଇଥିଲା । ଯାହାକୁ ନେଇ ଗାଡି କିଣିବା ପାଇଁ ଲୋକମାନେ ଉତ୍କଣ୍ଠା ପ୍ରକାଶ କରୁଥିଲେ ।

electric car
image courtesy-https://ichef.bbci.co.uk

ହେଲେ ବର୍ତମାନ ସମୟରେ ମିଳିଥିବା ଖବର କାର କିଣାଳିଙ୍କ ମନକୁ ଫିକା କରିଦେବ । କାରଣ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରାଇଭେଟ କାର କିଣିଲେ ଏହି ଫାଇଦା ମିଳିବା ନାହିଁ ବରଂ କମରସିଆଲ ଗାଡି କିଣିଲେ ତାହାର ଫାଇଦା ସମ୍ପୃକ୍ତ ମାଲିକଙ୍କୁ ମିଳିବ ବୋଲି ଜଣାଯାଇଛି । ତେବେ ଏ ସମ୍ପର୍କରେ ବିଭାଗୀୟ ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ବର୍ତମାନ ସମୟରେ ସରକାର କମରସିଆଲ ଇଲେକ୍ଟ୍ରିକାଲ ଗାଡି ବଢାଇବା ଲାଗି ଚାହୁଁଛନ୍ତି । ତେଣୁ ସରକାର ଏ ଦିଗରେ ପଦକ୍ଷେପ ନେବା ସହ ସବସିଡିର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ସରକାରଙ୍କ ବର୍ତମାନ ସମୟରେ ଏକମାତ୍ର ଲକ୍ଷ୍ୟ ଯେ, ଦେଶରେ ଇଲେକ୍ଟ୍ରିକାଲ ଗାଡିର ସଂଖ୍ୟା ବଢାଇବା । କାରଣ ଯେପରି ଭାବରେ ଦେଶର ଜଳବାୟୁ ପରିବର୍ତନ ହେଉଛି ତାହାକୁ ଦୃଷ୍ଟିରେ ରଖି ତଥା ପରିବେଶକୁ ସୁରକ୍ଷା ଦେବା ଲାଗି ଏହା କରିବା ନିହାତି ଜରୁରୀ ବୋଲି ସେ କହିଛନ୍ତି । ଏଥିପାଇଁ ସରକାର FAME-2 ଯୋଜନା ମଧ୍ୟ କରିଛନ୍ତି । ଆଗାମୀ ଦିନରେ ଯୋଜନାର ସଠିକ କାର୍ଯ୍ୟକାରୀ ଲାଗି ୧୦ ହଜାର କୋଟି ଟଙ୍କାର ସବସିଡିର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । କେବଳ ତିନି ଚକିଆ ଓ ୪ ଚକିଆ ଯାନ କିଣିଲେ ଏହି ସବସିଡି ମିଳିପାରିବ ବୋଲି ଜଣାଯାଇଛି । କେବଳ ଏତିକି ନୁହେଁ ବରଂ ଅନେକ କମ୍ପାନୀ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚା ଜୋର ଧରିଛି । କାରଣ ଆଗାମୀ ପିଢି ଲାଗି ଏହା କରିବା ନିହାତି ଜରୁରୀ ବୋଲି ରାଜ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।