ମଧ୍ୟରାତ୍ରଠାରୁ ଲାଗୁ ହେବ ଗ୍ୟାସର ନୂଆ ଦର ! ଉଭୟ ସବସିଡି ଏବଂ ବିନା ସବସିଡି ଘରୋଇ ଗ୍ୟାସ୍ ର ବଦଳିବ ଦାମ୍ ।

1,489

ଲଗାତାର ବଢୁଥିବା ତଥା ଖାଉଟିଙ୍କ ପାଇଁ ସମସ୍ୟା ପାଲଟିଥିବା ଲିକ୍ୟୁଫାଇଡ୍ ପେଟ୍ରୋଲିୟମ୍ ଗ୍ୟାସ୍ (ଖଚଏ) ର ଦାମ୍ କମ୍ ହୋଇଛି । ଅଏଲ୍ ମାର୍କେଟିଙ୍ଗ୍ କମ୍ପାନୀ ୩୦ ନଭେମ୍ବର ଅର୍ଥାତ୍ ଆଜିଠାରୁ ବିନା ସବସିଡି ଥିବା ୧୪.୨ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡରର ଦାମ୍ ୧୩୩ ଟଙ୍କା କମିଛି । ଅନ୍ୟପକ୍ଷରେ ସବସିଡି ଥିବା ଏଲପିଜି ସିଲିଣ୍ଡରର ଦାମ୍ ୬.୨୫ ଟଙ୍କା କମିଛି । କଞ୍ଚା ତେଲ ଦାମ୍ କମିବା ଏବଂ ଭାରତୀୟ ମୁଦ୍ରା ଅଧିକ ହେବା କାରଣରୁ ଅଏଲ୍ ମାର୍କେଟ୍ କମ୍ପାନୀ ଦରଦାମ କମ୍ କରିବାକୁ ଚେଷ୍ଟା କରିଛନ୍ତି । ଆଜି ମଧ୍ୟରାତ୍ରରୁ ଦୂଆ ଦର ଲାଗୁ ହେବାକୁ ଯାଉଛି ।

କେମିତି ରହିବ ଦରଦାମ୍ ?

୧ . ଦିଲ୍ଲୀରେ ବିନା ସବସିଡିର ଏଲପିଜି ସିଲିଣ୍ଡରର ଦାମ୍ ୯୪୨.୫୦ ଟଙ୍କା ହେଉଥିବା ବେଳେ  ବର୍ତ୍ତମାନ ଏଥିରେ ୮୦୯.୫୦ ଟଙ୍କା ହେବାକୁ ଯାଉଛି ।

୨ . ଅନ୍ୟପକ୍ଷରେ ସବସିଡିର ଏଲପିଜି ସିଲିଣ୍ଡରର ଦାମ୍ ୫୦୦.୯୦ ଟଙ୍କା ହେଉଥିବା ବେଳେ  ବର୍ତ୍ତମାନ ୫୦୭.୪୨ ଟଙ୍କା ହେବ ।