କରୁଣାନିଧି, ମୃତ୍ୟୁ ପର୍ଯ୍ୟନ୍ତ ହାରିନଥିବା ନେତାଙ୍କ କଥା ।

36

ତାମିଲନାଡୁର ପୂର୍ବ ମୂଖ୍ୟମନ୍ତ୍ରୀ ଏବଂ ଡିଏମକେ ପ୍ରମୁଖ ଏମ. କରୁଣାନିଧି ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । କରୁଣାନିଧି ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ । ତାମିଲ ସିନେମାରେ ଲୋକପ୍ରିୟତା ହାସଲ କରିବା ପରେ ରାଜନୀତିରେ ପାଦ ଦେଇଥିଲେ । ରାଜନୀତିରେ ପାଦ ଦେବା ପରେ ସେ ଲୋକମାନଙ୍କ ପାଇଁ ଅନେକ ଭଲ କାମ କରିଛନ୍ତି । ସେ ଆଜି ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ଲୋକ ମାନଙ୍କ ମନରେ ଥିବା ଭଲପାଇବା ତାଙ୍କୁ ଜୀବନ ସାରା ପାଇଁ ଅମର କରି ରଖିବ । କରୁଣାନିଧି ଜଣେ ଆଦର୍ଶ ବ୍ୟକ୍ତିତ୍ୱ ହୋଇଥିବାରୁ ଆଜି ଯାଏ ପ୍ରତିଟି ନିର୍ବାଚନରେ ସେ ବିଜୟ ହୋଇ ଆସୁଥିଲେ ।

କରୁଣାନିଧି ପାଞ୍ଚଥର ରାଜ୍ୟରେ ମୂଖ୍ୟମନ୍ତ୍ରୀ ପଦ ହାସଲ କରିବାରେ ସଫଳ ହୋଇଥିଲେ । ସେ ପ୍ରଥମ ଥର ପାଇଁ ୧୯୬୯ରେ ମୂଖ୍ୟମନ୍ତ୍ରୀ ପଦରେ ବିରାଜମାନ ହୋଇଥିଲେ । ପରେ ପୂନର୍ବାର ୧୯୭୧, ୧୯୮୯, ୧୯୯୬ ଏବଂ ୨୦୦୬ରେ ରାଜ୍ୟରେ ମୂଖ୍ୟମନ୍ତ୍ରୀ ହୋଇଥିଲେ । କରୁଣାନିଧି ୧୯୫୭ରେ ପ୍ରଥମ ଥର ପାଇଁ ନିର୍ବାଚନରେ ଛିଡା ହୋଇଥିଲେ ଏବଂ ବିଜୟ ଲାଭ କରିଥିଲେ । ସେବେ ଠାରୁ ନେଇ ଆଜି ଯାଏ ତାଙ୍କର ବିଜୟ ରଥ ସବୁବେଳେ ଆଗେଇ ଚାଲିଥିଲା । ସେ ତାଙ୍କ ରାଜନୀତି କ୍ୟାରିୟରରେ ଅନେକ ଥର ନିର୍ବାଚନ ଲଢିଥିଲେ ଏବଂ ପ୍ରତିଥର ସେ ବିଜୟ ହାସଲ କରିଥିଲେ । ସେ ୧୯୫୭ରେ କୁଲିଥାଲାଇ, ୧୯୬୨ରେ ଥାଂଜବୁର, ୧୯୬୮ ଓ ୧୯୭୧ରେ ସଇଦାପେଟ, ଏବଂ ୧୯୮୦ରେ ଅନ୍ନ ନଗରରେ ଜିତ ହାସଲ କରିଥିଲେ । ଏହା ପରେ କରୁଣାନିଧି ୧୯୮୪ରେ ନିର୍ବାଚନରେ ଅଂଶଗ୍ରହଣ କରିବା ବନ୍ଦ କରିଦେଇଥିଲେ । ରାଜନୀତିରୁ କିଛି ଦିନ ଦୁରେଇ ରହିବା ପରେ ପୂନର୍ବାର ୧୯୮୯-୧୯୯୧ରେ ହାର୍ବାର, ୨୦୦୧-୨୦୦୬ରେ ଚେପଁକ ଏବଂ ଏହା ପରେ ୨୦୧୧-୨୦୧୬ରେ ତିରୁବରୁରରେ ଜିତ ହାସଲ କରିଥିଲେ ।