ଆପଣ କେଶକୁ ସଫା ରଖିବାକୁ ଯାଇ ପ୍ରତ୍ୟେକ ଦିନ ଶାମ୍ପୋ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ସବୁବେଳେ କେଶ ଧୋଇବା ଦ୍ୱାରା କେଶ ଖରାପ ହେବାର ସମ୍ଭାବନା ଅଧିକ ଥାଏ । ଏଥିପାଇଁ ଜରୁରୀ ଶାମ୍ପୋ କରିବାର ଠିକ ଉପାୟ ।
Kanak News is now on WhatsApp
Join and get latest news updates delivered to you via WhatsApp
-ଯଦି ଆପଣଙ୍କ କେଶମୂଳ ଶୁଷ୍କ ତେବେ ଆପଣ ସବୁଦିନ ସାମ୍ପୋ କରିବା ଅନୁଚିତ । ଏପରି କରିବା ଦ୍ୱାରା ଆପଣଙ୍କ କେଶମୂଳ ଅଧିକ ଶୁଷ୍କ ହୋଇଯିବ ଯଦ୍ୱାରା ଆପଣ ରୂପି ସମସ୍ୟା ମଧ୍ୟ ଭୋଗି ପାରନ୍ତି ।
– କେଶମୂଳ ଶୁଷ୍କ ହୋଇଥିଲେ ସପ୍ତାହରେ ୨ରୁ ୩ ଥର ହିଁ କେଶ ସଫା କରନ୍ତୁ ।
-ଯହି ଆପଣଙ୍କ କେଶମୂଳ ତେଲିଆ କିମ୍ବା ଆପେ ଆପେ ତେଲିଆ ହୋଇ ଯାଉଛି ଆପଣ ସପ୍ତାହରେ ୪ ଥର ହିଁ ଶାମ୍ପୋ କରନ୍ତୁ ।
-ଶାମ୍ପୋ କରିବା ସମୟରେ ମୁଣ୍ଡକୁ ହାଲକା ଭାବରେ ମସାଜ କରନ୍ତୁ । ଏପରି କରିବା ଦ୍ୱାରା ରକ୍ତ ସଂଚାଳନ ଅଧିକ ଭଲ ହୋଇଥାଏ ଓ କେଶକୁ ସୁନ୍ଦର କରିଥାଏ ।
-ଗରମ ପାଣିରେ କେବେ ବି ଆପଣ କେଶ ସଫା କରନ୍ତୁ ନାହିଁ । ଏପରି କଲେ କେଶ ରୁକ୍ଷ ହେବା ସହ ଅସୁନ୍ଦର ଦେଖାଯାଏ ।