ଜାଣନ୍ତୁ କେବେ ଓ କେମିତି ହୋଇଥିଲା ମାତୃ ଦିବସର ଆରମ୍ଭ ?

77

ମା’ ଶବ୍ଦ ନିଜେ ହିଁ ସ୍ୱୟଂସମ୍ପୂର୍ଣ୍ଣ । ପିଲାର ଖୁସିରେ ମା’ ଖୁସି ଅନୁଭବ କରେ । ଦୁନିଆରେ ମା’ ଜଣେ ମାତ୍ର ମଣିଷ ଯିଏ କି ବିନା ସ୍ୱାର୍ଥରେ ଆମ ପାଇଁ ସବୁ କରେ । ଆଜିକାଲି ଦୁନିଆରେ ସ୍ୱାର୍ଥବିହୀନ ଭଲପାଇବା କେବଳ ମା’ ହିଁ ଦେଇପାରେ । ପିଲାର ଖୁସି ପାଇଁ ନିଜେ ସଳିତା ଭଳି ଜଳି ମା’ ବଞ୍ଚେ, ସେଥିପାଇଁ ଦୁନିଆ ମା’କୁ ସମର୍ପିତ କରି ଏହି ଗୋଟିଏ ଦିନକୁ ପାଳନ କରେ ।

ମଦର୍ସ ଡେ ବା ମାତୃ ଦିବସ ପଶ୍ଚିମ ଭର୍ଜିନିଆରେ ହୋଇଥିଲା । ପରେ ଏହିି ଦିନ ବହୁତ ଲୋକପ୍ରିୟ ହୋଇଥିଲା ।
କୁାହାଯାଏ ମାତୃ ପୁଜାର ଆରମ୍ଭ ପୁରୁଣା ଗ୍ରୀସରେ ଆରମ୍ଭ ହୋଇଥିଲା । ଗ୍ରୀସରେ ଏହି ଦିବସ ୧୮ ମାର୍ଚ୍ଚରେ ପାଳନ କରାଯାଏ ।

ୟୁରୋପ ଓ ବ୍ରିଟେନରେ ଏହି ଦିନକୁ ଏକ ସ୍ୱତନ୍ତ୍ର ରବିବାରରେ ପାଳନ କରାଯାଏ । କିନ୍ତୁ ଭାରତରେ ମଦର୍ସ ଡେ ବା ମାତୃ ଦିବସ ମଇ ମାସର ଦ୍ୱିତୀୟ ରବିବାରରେ ପାଳନ କରାଯାଏ । ଚୀନରେ ମାତୃ ଦିବସ ଦିନ ମା’କୁ ଏକ ସ୍ୱତନ୍ତ୍ର ଫୁଲ ଦେବାର ପରମ୍ପରା ରହିଛି ।