ସ୍ନେହ, ପ୍ରେମ ଆଦରର ପ୍ରତୀକ ମା’ ପାଇଁ ଦିନଟିଏ ! ଏନେଇ ପୁରୀ ବେଳାଭୂମିରେ ବାଲୁକା କଳା

102

ସ୍ନେହ, ପ୍ରେମ, ଆଦର ଓ ସେବାର ଚଳନ୍ତି ପ୍ରତିମା ମାଆ । ଦୁଇଟି ଅକ୍ଷରରେ ସାରା ବିଶ୍ୱ । ଯିଏ ଜୀବନର ପ୍ରଥମ ଓ ଶେଷ ଉଚାରଣ । ତାଙ୍କ ପାଇଁ ଆଜିର ଦିନଟି । ମାଆ ଶବ୍ଦ ଆକାଶଠୁ ବ୍ୟାପକ ଆଉ ମାଟିଠୁ ନିବିଡ । ଯିଏ ଆମକୁ ପୃଥିବୀର ପ୍ରଥମ ସୂର୍ଯ୍ୟ ଦେଖିବା ପାଇଁ ସୁଯୋଗ ଦେଇଥାଏ ତାଙ୍କ ପାଇଁ ଆଜିର ଦିନଟି ।

ମା’ ପାଇଁ ଗୋଟିଏ ଦିନ ନୁହେଁ, ସବୁଦିନ । ବିଶ୍ୱ ମାତୃତ୍ୱ ଦିବସରେ ଯିଏ ଯେଉଁଠି ଥାଆନ୍ତୁ ପଛେ ସମସ୍ତଙ୍କର ମନେପଡେ ସେହି ପଣତ । ବିଶ୍ୱ ମାତୃତ୍ୱ ଦିବସ ଅବସରରେ ପୁରୀ ବେଳାଭୂମିରେ ଶୋଭା ପାଉଛି ବାଲୁକାଶିଳ୍ପ । ମା’ଙ୍କ ପାଇଁ ବାଲୁକାଶିଳ୍ପୀ ମାନଓ ସାହୁ କରିଛନ୍ତି ବାଲୁକାକଳା । ଏଥିରେ ସେ ମା’ ଓ ଶିଶୁର ସ୍ନେହକୁ ଚିତ୍ରିତ କରିଛନ୍ତି ।