ରୋହିଙ୍ଗିଆ ମୁସଲମାନ ମାନେ କିଏ ? ତାଙ୍କର ଅସ୍ୱିତ୍ୱ ଏବେ ସଙ୍କଟରେ କାହିଁକି

70

ରୋହିଙ୍ଗିଆ ମୁସଲମାନ ମାନେ ଏବେ ଚର୍ଚ୍ଚାରେ ଅଛନ୍ତି । ଖବର ଆସୁଛି ତାଙ୍କ ଉପରେ ଅତ୍ୟାଚର ହେଉଛି । ଏଥିପାଇଁ ରୋହିଙ୍ଗିଆ ମୁସଲମାନ ମାନେ ଦେଶ ଛାଡ଼ି ପଳାୟନ କରୁଛନ୍ତି । ଭାରତ ମଧ୍ୟ ମିଆଁମାରୁ ଆସିଥିବା ରୋହିଙ୍ଗିୟା ମୁଲସମାନଙ୍କୁ ଆପଣାଇବା ପାଇଁ ମନା କରିଦେଇଛି । ମିଆଁମାରରେ ମଧ୍ୟ ରୋହିଙ୍ଗିଆ ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଛି । ଏଥିପାଇଁ ରୋହିଙ୍ଗିଆ ମୁସଲମାନ ମାନେ ବାଙ୍ଗଲାଦେଶକୁ ପଳାୟନ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ରୋହିଙ୍ଗିଆ ମୁସଲାମନ କିଏ ଏବଂ ଏବେ ତାଙ୍କର ଅସ୍ୱିତ୍ୱ ସଙ୍କଟରେ କାହିଁକି ପଡ଼ିଛି ?

ରୋହିଙ୍ଗିଆ ମୁସଲମାନ ୧୫ତମ ଶତାବ୍ଦୀରୁ ମିଆଁମାରରେ ବସବାସ କରୁଛନ୍ତିି । କିନ୍ତୁ ତାଙ୍କୁ ବାଙ୍ଗଲାଦେଶୀ ପ୍ରବାସୀ ବୋଲି କୁହାଯାଏ । ବ୍ରିଟିଶ ସମୟରେ ୧୯୪୮ ପର୍ଯ୍ୟନ୍ତ ଭାରତ ଓ ବାଙ୍ଗଲାଦେଶରୁ ଅନେକ ସଂଖାରେ ରୋହିଙ୍ଗିଆ ମୁସଲମାନ ମିଆଁମାର ଚାଲିଯାଥିଲେ । ମିଆଁମାରରୁ ବାସ କରୁଥିବା ରୋହିଙ୍ଗିଆ ମୁସଲମାନଙ୍କ ସଂଖ୍ୟା ପାଖାପାଖି ୧୦ ଲକ୍ଷ । ୧୯୪୮ରେ ମିଆଁମାର ସରକାର ଏମାନଙ୍କର ନାଗରିକତା ରଦ୍ଦ କରିଦେଇଥିଲା । ମିଆଁମାରରେ ଅଧିକ ସଂଖ୍ୟକ ବୌଦ୍ଧ ବସବାସ କରୁଥିବା ଯୋଗୁଁ ତାଙ୍କୁ ସେଠାରେ ଆପଣାଇଲେ ନାହିଁ । ଏଇଠି କହିରଖୁଛୁ ସ୍ୱାଧୀନତା ପରେ କିଛି ଲୋକଙ୍କୁ ମିଆଁମାରରେ ନାଗରିକତା ଦିଆଯାଇଥିଲା । କିନ୍ତୁ ୧୯୬୨ରେ ସୈନ୍ୟ ବିଦ୍ରୋହ ପରେ ସେମାନଙ୍କର ମୁସ୍କିଲ ବଢ଼ିଗଲା । ଏହା ପରେ ୧୯୮୨ରେ ନିୟମରେ ପବରିବର୍ତ୍ତନ କରିଦିଆଗଲା । ନିୟମ ରେ ପରିବର୍ତ୍ତନ ଯୋଗୁଁ ସବୁ ରୋହିଙ୍ଗିଆ ମୁସଲମାନଙ୍କ ନାଗରିକତା ରଦ୍ଦ କରିଦିଆଗଲା ।

ରୋହିଙ୍ଗିଆ ମୁସଲମାନଙ୍କୁ ଦିଆଯାଇଥିବା ସମସ୍ତ ଅଧିକାର ଛଡ଼ାଇ ନିଆଗଲା । ଅଧିକାର ହରାଇବା ପରେ ମିଆଁମାରରେ ତାଙ୍କ ଉପରେ ଅତ୍ୟାଚାର ହେବାରେ ଲାଗିଲା । ଅତ୍ୟାଚାର ବଢ଼ିବାର ଅଧିକ ମାଲା ସାମ୍ନାକୁ ଆସିବାରେ ଲାଗିଲା । ତାଙ୍କ ଉପରେ ବିଭିନ୍ନ ପ୍ରକାର ରୋକ ମଧ୍ୟ ଲଗାଗଲା । ଅତ୍ୟାଚାର ଯୋଗୁଁ ରୋହିଙ୍ଗିଆ ମୁସଲମାନମାନେ ଭାରତ ଓ ବାଙ୍ଗଲାଦେଶ ପଳାୟନ କରିବା ଆରମ୍ଭ କଲେ । କିଛି ଲୋକ ନିଜର ଅଧିକାର ପାଇବା ପାଇଁ ଆତଙ୍କବାଦୀ ଗତିବିଧର ସାହାରା ମଧ୍ୟ ନେଲେ । ନିକଟରେ ରୋହିଙ୍ଗିଆ ମୁସଲମାନଙ୍କ ସହ ହିଂସାର ଖବର ସାମ୍ନାକୁ ଆସିବାରେ ଲାଗିଲା । କଠୋରପନ୍ଥୀ ବୌଦ୍ଧ ଓ କଠୋରପନ୍ତୀ ରୋହିଙ୍ଗିଆ ମୁସଲମାନଙ୍କ ମଧ୍ୟରେ ଅନେକ ଥର ଏନେଇ ଗଣ୍ଡଗୋଳ ମଧ୍ୟ ହୋଇଛି ।

ସୂଚନା ଅନୁସାରେ ମିଆଁମାରେ ହିଂସାରେ ୪୦୦ ରୋହିଙ୍ଗିୟା ମୁସଲମାନ ଲୋକ ଜୀବନ ହାରି ସାରିଛନ୍ତି । ଜୁନ ୨୦୧୨ରେ ୨୦୦ ରୋହିଙ୍ଗିଆ ମୁସଲମାନ ମୃତ୍ୟୁ ବରଣ କରିଥିଲେ । ତାପରେ ୨୧୦୩ରେ ମଧ୍ୟ ମିଆଁମାରେ ଏକ ବିବାଦରେ ସାଂପ୍ରଦାୟିକ ହିଂସା ଘଟିି ୪୦ ରୋହିଙ୍ଗିଆ ମୁସଲମାନ ମୃତ୍ୟୁ ବରଣ କରିଥିଲେ । ଏହିପରି ୨୧୦୩ ଅଗଷ୍ଟ, ଜାନୁଆରୀ ୨୦୧୪ ଓ ୨୧୦୪ ଜୁନରେ ସାଂପ୍ରଦାୟିକ ହିଂସା ଘଟାଥିଲେ । ଯେଉଁଠି ଅନେକ ସଂଖ୍ୟାରେ ରୋହିଙ୍ଗିଆ ପୁରୁଷ, ମହିଳା ଓ ଶୁଶୁ ମୃତ୍ୟୁ ବରଣ କରିଥିଲେ । ମିଆଁମାରର ରଖାଇନରେ ରୋହିଙ୍ଗିୟା ମୁସଲମାନଙ୍କ ସଂଖ୍ୟା ଅଧିକ । ଯାହାର କିଛି ଅଂଶ ବାଙ୍କଗଲାଦେଶ ସହ ଯୋଡ଼ି ହୋଇଅଛି । ତେବେ ଏହି ସ୍ଥାନରେ ରୋହିଙ୍ଗିଆ ମୁସଲମାନ ଓ ମିଆଁମାରର ବୌଦ୍ଦ ମାନେ ଜଣେ ଜଣଙ୍କ ଉପରେ ଆରୋପ ଓ ପ୍ରତ୍ୟାରୋପ ଲଗାନ୍ତି । ରୋହିଙ୍ଗିଆ ମୁସଲମାନଙ୍କ କହିବା ଅନୁସାରେ ମିଅାଁମାର ସରକାର ତାଙ୍କ ଉପରେ ଅତ୍ୟାଚାର କରୁଛି । ଅନ୍ୟପଟେ ମିଆଁମାର ସରକାର କହିବା ଅନୁସାରେ ରୋହିଙ୍ଗିଆ ବୌଦ୍ଧ ଓ ହିନ୍ଧୁଙ୍କୁ ହତ୍ୟା କରୁଛନ୍ତି ।

ସୂଚନା ଅନୁସାରେ ୧ ଲକ୍ଷ ୨୩ ହଜାର ରୋହିଙ୍ଗିଆ ମୁସଲମାନ ବାଙ୍ଗଲାଦେଶ ଯାଇ ସାରିଛନ୍ତି । ବାଙ୍ଗଲାଦେଶ ଯାଇଥିବା ଏହି ରୋହିଙ୍ଗିଆ ମୁସଲମାନଙ୍କ ମାନେ ବାଙ୍ଗଲାଦଶେର କଙ୍ଗୁପଲାଁଙ୍ଗ ଓ ନୟାପରା ଅଞ୍ଚଳରେ ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ଭାରତରେ ୪୦ ହଜାରରୁ ଅଧିକ ରୋହିଙ୍ଗିଆ ମୁସଲମାନ ରହୁଛନ୍ତି , ଯାହାକୁ ଭାରତ ସରକାର ଆପଣାଇବା ପାଇଁ ନାରାଜ । ତେବେ ମିଆଁମାର ନେତା ଓ ନୋବଲେ ପୁରସ୍କାର ବିଜେତା ଆଙ୍ଗ ସାନ ସୁ ରୋହିଙ୍ଗିୟା ମୁସଲମାନ ମାନଙ୍କୁ ଆଶୟ ଦେବା ପାଇଁ ଆଶ୍ୱାସନା ଦେଇଛନ୍ତି । ମିଆଁମାରେ ନିକଟରେ ମୌଙ୍ଗଡ଼ଗ ସୀମାରେ ପୁଲିସ ଅଧିକାରୀଙ୍କୁ ହତ୍ୟା ହୋଇଛି । ରୋହିଙ୍ଗିୟା ମୁସଲମାନ ଏପରି କରିଥିବା ଅଭେିଯାଗ ହୋିଛି । ଏନେଇ ମିଆଁମାର ସେନା ରୋହିଙ୍ଗିଆ ମୁସଲମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । କୁହାଯାଉଛି ବିଗତ କିଛି ଦିନ ଭିତରେ ରୋହିଙ୍ଗିଆ ମୁସଲମାନଙ୍କ ଘର ମଧ୍ୟ ଭାଙ୍ଗି ଦିଆଯାଇଛି ।

ସୂଚନାଯୋଗ୍ୟ ନିକଟରେ ମୋଦିଙ୍କ ବ୍ରିକ୍ସ ଅଭିଯାନ ସଫଳ ହେବା ପରେ ମଙ୍ଗଳବାର ୨ ଦିନିଆ ମିଆଁମାର୍ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଘେରିବା ପରେ ଅନ୍ୟ ଏକ ପଡୋଶୀ ଦେଶ ମିଆଁମାର ସହ ସମ୍ପର୍କ ଦୃଢ କରିବା ପାଇଁ ମୋଦି ମିଆଁମାର ଗସ୍ତରେ ଯାଇଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ମିଆଁମାର ଯାତ୍ରା ଥିଲା । ମିଆଁମାର ଗସ୍ତରେ ପ୍ରଧାନମନ୍ତ୍ରୀ ସେଠାର ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ଅନେକ ଚୁକ୍ତିରେ ହସ୍ତାକ୍ଷର ହୋଇଥିଲା । ଆଲୋଚନା ସମୟରେ ରୋହିଙ୍ଗିୟା ମୁସଲମାନ ପ୍ରସଙ୍ଗ ବି ଉଠାଇଥିଲେ ମୋଦି । ପ୍ରଧାନମନ୍ତ୍ରୀ କହିଥିଲେ ଏହି ମୁସଲମାନଙ୍କ ପଳାୟନ ନିଶ୍ଚିତରୂପେ ଏକ ଚିନ୍ତାର ବିଷୟ । ତେବେ ଖୁବଶୀଘ୍ର ଏହାର ସମାଧାନର ବାଟ ବାହାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।