‘ଅପରେସନ୍ ବାଲାକୋଟ୍’ ରେ ଯଦି ଭାରତୀୟ ବାୟୁସେନା ପାଖରେ ଥାଆନ୍ତା ରାଫେଲ ବିମାନ…ଜାଣନ୍ତୁ ରାଫେଲର ୧୦ଟି ବିଶେଷତ୍ୱ

747

ପାକିସ୍ତାନରୁ ସଂଚାଳିତ ହେଉଥିବା ଆତଙ୍କବାଦୀ କ୍ୟାମ୍ପରେ ‘ଅପରେସନ୍ ବାଲାକୋଟ୍’ ଅଧିନରେ କାର୍ଯ୍ୟାନୁଷ୍ଠାନ ଓ ତା’ପରର ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ କହିଥିଲେ କି, ଦେଶ ରାଫେଲର ଅନୁପସ୍ଥିତିକୁ ଅନୁଭବ କରୁଛି । ଭାରତ ପାଖରେ ଏହି ଯୁଦ୍ଧ ବିମାନ ଥାନ୍ତା, ତେବେ ଆହୁରି ଭଲ ହୋଇଥାନ୍ତା । ସେ ଏକ ମିଡିଆ ହାଉସ୍ କାର୍ଯ୍ୟକ୍ରମରେ କହିଛନ୍ତି କି, ରାଫେଲକୁ ନେଇ ସ୍ୱାର୍ଥନୀତି ଓ ଏବେ ରାଜନୀତି କାରଣରୁ ଦେଶର ବହୁତ କ୍ଷତି ହୋଇଛି । ରାଫେଲର ଅନୁପସ୍ଥିତିକୁ ଆଜି ଦେଶ ଅନୁଭବ କରୁଛି ।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଚୁକ୍ତିକୁ ନେଇ ମୋଦି ଉପରେ ଆକ୍ରମଣ କରିଚାଲିଥିଲେ । ତାଙ୍କ ଅଭିଯୋଗ ଏହା କି, ଏହି ଚୁକ୍ତିରେ ଦୁର୍ନୀତି ଓ ନିଜ ପସନ୍ଦର ଧ୍ୟାନ ରଖାଗଲା । ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରିଛି । ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ତରଫରୁ ଟ୍ୱିଟ୍ କରି କହିଛନ୍ତି କି, “ପ୍ରିୟ ପ୍ରଧାନମନ୍ତ୍ରୀ, କଣ ଆପଣଙ୍କୁ ଲାଜ ନାହିଁ ? ଆପଣ ୩୦ ହଜାର କୋଟି ଟଙ୍କା ଚୋରି କରି ଅନିଲ ଅମ୍ବାନୀଙ୍କୁ ଦେଇଛନ୍ତି । ରାଫେଲ ବିମାନ ଆସିବାରେ ବିଳମ୍ବ ପାଇଁ କେବଳ ଆପଣ ଦାୟୀ ।”

ରାଫେଲ ବିମାନର ବିଶେଷତ୍ୱ :

• ଏହା ଦୁଇ ଇଂଜିନ୍ ବିଶିଷ୍ଟ ଯୁଦ୍ଧ ବିମାନ, ଯାହା ଭାରତୀୟ ବାୟୁସେନାର ପ୍ରଥମ ପସନ୍ଦ । ସବୁ ପ୍ରକାରର ମିଶନରେ ପଠାଯାଇପାରିବ ।

• ଅତ୍ୟାଧୁନିକ ଅସ୍ତ୍ରଯୁକ୍ତ ହେବ ରାଫେଲ, ପ୍ଲେନ ସହିତ ମେଟେଅର ମିସାଇଲ ମଧ୍ୟ

• ୧୫୦ କିମିର ବେୟୋଣ୍ଡ ଭିଜୁଆଲ ରେଂଜ ମିସାଇଲ, ଆକାଶରୁ ସ୍ଥଳଭାଗରେ ଯୁଦ୍ଧ କରିପାରୁଥିବା ମିସାଇଲ

• ସ୍କେଲ୍ପ ମିସାଇଲର ରେଂଜ ୩୦୦ କିମି, ଅସ୍ତ୍ରଶସ୍ତ୍ରର ଷ୍ଟୋରେଜ ପାଇଁ ୬ ମାସର ଗ୍ୟାରେଣ୍ଟି

• ସର୍ବାଧିକ ସ୍ପୀଡ ୨,୧୩୦ କିମି/ଘଣ୍ଟା ଓ ୩୭୦୦ କିମି ପର୍ଯ୍ୟନ୍ତ ମାରଣ କ୍ଷମତା

• ୧ ମିନିଟରେ ୬୦,୦୦୦ ଫୁଟ୍ ଉଚ୍ଚ ଓ ୪.୫ ଜେନେରେସନ୍ ଟ୍ୱିନ୍ ଇଂଜିନ୍ ଯୁକ୍ତ ।

• ୨୪,୫୦୦ କିଲୋ ଉଠାଇବାର କ୍ଷମତା ଓ ୬୦ ଘଂଟାର ଅତିରିକ୍ତ ଉଡାଣର ଗ୍ୟାରେଂଟି

• ୭୫% ବିମାନ ସର୍ବଦା ଅପରେସନ୍ ପାଇଁ ପ୍ରସ୍ତୁତ ଅଛି, ପରମାଣୁ ଅସ୍ତ୍ରଶସ୍ତ୍ର ନେବାରେ ସକ୍ଷମ

• ଆଫଗାନିସ୍ତାନ ଓ ଲିବିୟାରେ ନିଜ ଶକ୍ତି ପ୍ରଦର୍ଶନ କରିସାରିଛି

• ଭାରତୀୟ ବାୟୁସେନା ହିସାବରେ ପରିବର୍ତ୍ତନ କରାଯାଇଛି