ଆଶ୍ଚର୍ଯ୍ୟ କରିଦେବ ମେଡିକାଲ ରିପୋର୍ଟ ! ଭଙ୍ଗା ପଂଜରା ଏବଂ ଶରୀରରେ ଲାଗିଥିବା ଆଭ୍ୟନ୍ତରୀଣ ଆଘାତର ଗଭୀର ଯନ୍ତ୍ରଣାରେ ବି ହସ ହସ ମୁହଁରେ ଫେରିଥିଲେ ଅଭିନନ୍ଦନ

3,011

ଶତ୍ରୁ ଦେଶରେ ଦୀର୍ଘ ୬୦ ଘଂଟାର ବନ୍ଦୀ ଜୀବନ ବିତାଇବା ପରେ ନିଜ ମାଟିକୁ ଫେରିଆସିଛନ୍ତି ଭାରତୀୟ ପାଇଲଟ୍ ଅଭିନନ୍ଦନ । ବୀର ପାଇଲଟଙ୍କୁ ଦେଖି ଦେଶବାସୀ ଅତ୍ୟନ୍ତ ଖୁସି ହୋଇଯାଇଥିଲେ ସତ ହେଲେ ତାଙ୍କ ଫେରିବାରେ ବିଳମ୍ବକୁ ନେଇ ସଭିଏଁ ବ୍ୟସ୍ତବିବ୍ରତ ହୋଇପଡିଥିଲେ । ତେବେ ସେ ଯାହା ହେଉନା କାହିଁକି ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇଥିଲା ସାରା ଭାରତ । ଏବେ ତାଙ୍କର ଚିକିତ୍ସା ଦିଲ୍ଲୀରେ ଏୟାରଫୋର୍ସ ସେଂଟ୍ରାଲ ହସ୍ପିଟାଲ ଚାଲିଛି । ଏବଂ ତାଙ୍କର ମେଡିକାଲ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ତେବେ ଏହି ମେଡିକାଲ ରିପୋର୍ଟରେ ଯାହା ରହିଛି ତାହା ଏବେ ସମସ୍ତଙ୍କୁ ଚକିତ କରିପକାଇଛି ।

ଗଭୀର ଯନ୍ତ୍ରଣାରେ ଥାଇ ବି ବୀର ପାଇଲଟ୍ ଅଭିନନ୍ଦନ କାହାକୁ ବି ଜଣାଇବାକୁ ଦେଇନଥିଲେ କି ସେ ସୁସ୍ଥ ନାହାଁନ୍ତି ବୋଲି । ଏକ କଥା ଆମେ କହୁନାହୁଁ ବରଂ ତାଙ୍କ ମେଡିକାଲ ରିପୋର୍ଟରେ ଉଲ୍ଲେଖ ରହିଛି । ଅଭିନନ୍ଦନଙ୍କର ଶରୀରରେ ଆଭ୍ୟନ୍ତରୀଣ ଆଘାତ ଅଧିକ ରହିଛି । ଯଦିଓ ତାଙ୍କ ମସ୍ତିସ୍କରେ ସେଭଳି କୌଣସି ଗଭୀର ଆଘାତ ଲାଗିନାହିଁ । କିନ୍ତୁ ତାଙ୍କର ପଂଜରା ହାଡ ଭାଙ୍ଗି ଯାଇଥିବା ଏହି ରିପୋର୍ଟରେ ଜଣାପଡିଛି । ସେହିପରି ଅଭିନନ୍ଦନଙ୍କ ପିଠିରେ ମଧ୍ୟ ଗଭୀର ଆଘାତ ଲାଗିଛି । ତେବେ ଏହି ଆଘାତ ତାଙ୍କୁ ବିମାନରୁ ତଳେ ପଡିବା କାରଣରୁ କିମ୍ବା କୌଣସି ମାଡ ମରାଯିବା କାରଣରୁ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ହେଲେ ବଡ କଥା ହେଲା, ଗଭୀର ଯନ୍ତ୍ରଣାରେ ଥାଇ ବି ହସ ହସ ମୁହଁରେ ଦେଶବାସୀଙ୍କୁ ସାନ୍ତ୍ୱନା ଦେଇଛନ୍ତି ଏହି ବୀର ୱିଙ୍ଗ କମାଣ୍ଡର ଅଭିନନ୍ଦନ ।  ଅଧିକାରୀଙ୍କ ସୂଚନା ମୁତାବକ, ଶନିବାର ଓି୍ୱଙ୍ଗ କମାଣ୍ଡର ଅଭିନନ୍ଦନଙ୍କର ଯେଉଁ ମେଡିକାଲ ଚେକଅପ ହୋଇଥିଲା, ସେଥିରେ ତାଙ୍କର ପଂଜରା ହାଡ ଭାଙ୍ଗି ଯିବା ସହ ପୀଠିରେ ଆଭ୍ୟନ୍ତରୀଣ ଆଘାତ ଏବଂ କିଛି ଆଘାତ ସଂପର୍କରେ ଜଣା ପଡିଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ଆହୁରୀ କିଛି ଦିନ ସେ ଡାକ୍ତରଙ୍କ ନଜରରେ ରହିବେ ।

ଅନ୍ୟପଟେ ପାକିସ୍ତାନରେ ଭାରତର ବୀର ଯବାନଙ୍କ ସହ ଦୀର୍ଘ ୬୦ ଘଂଟା ଧରି କଣ ଘଟିଥିଲା ତାର ଗୁମର ଫିଟୁଛିି । ପାକିସ୍ତାନୀ ସେନା ଅଭିନନ୍ଦନଙ୍କୁ ଶରୀରିକ ଆଘାତ ଦେବାର ଦୁଃସାହସ କରିପାରି ନାହିଁ ସତ,କିନ୍ତୁ ଦେଇଛି ମାନସିକ ନିର୍ଯ୍ୟାତନା । ସ୍ଥାନୀୟ ଲୋକେ ମାଡ ମାରି ତାଙ୍କୁ ଯେତିକି କଷ୍ଟ ଦେଇନଥିଲେ , ବାସ୍ତବରେ ଶତ୍ରୁ ଦେଶର ସେନା ଶିବିରରେ ମିଳିଛି ତାଠାରୁ ଶହେ ଗୁଣରେ ମାନସିକ ଯନ୍ତ୍ରଣା ।

ସେଠାରେ ସେ ସାହସ ହରାଇନଥିଲେ, କୌଣସି ତଥ୍ୟ ବି ଦେଇନଥିଲେ । ପାକ୍ ସେନା ବି ବୁଝି ସାରିଥିଲା ଭାରତୀୟ ଏୟାରଫୋର୍ସ ଯବାନଙ୍କ ଠାରୁ କଥା ଆଦାୟ ସହଜ ନୁହଁ । ତେଣୁ ଆରମ୍ଭ ହୋଇଥିଲା ମାଇଣ୍ଡ୍ ଗେମ୍ । ବୁଧବାର ଗିରଫ ହୋଇଥିବା ଅଭିନନ୍ଦନଙ୍କୁ ଭାରତକୁ ଦିଆଯିବା ନେଇ ପାକ୍ ସଂସଦରେ ଗୁରୁବାର ମଧ୍ୟାହ୍ନରେ ଘୋଷଣା କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ । ଶୁକ୍ରବାର ଏହାକୁ ନେଇ ସକାଳ ୧୦ଟାରୁ ରାତି ୯ଟା ଯାଏ ପାକ୍ ଖେଳି ଚାଲିଲା ଲୁଚକାଳି ଖେଳ । ଏପଟେ ସାରା ଦେଶବାସୀ ଚାହିଁ ବସିଥିଲେ ଅଭିନନ୍ଦନଙ୍କ ଫେରିବା ବାଟକୁ । ଶତ୍ରୁ ଶିବିରରେ ପ୍ରତିଟି ସେକେଣ୍ଡରେ ଯେପରି ଭାରତୀୟ ଯବାନଙ୍କୁ ମାନସିକ ଚାପ ଓ ଯନ୍ତ୍ରଣା ମିଳିବ ସେ ନେଇ ଫୁଲ୍ ପ୍ଲାନ୍ କରାଯାଇଥିଲା ।