ତୃତୀୟ ଲିଙ୍ଗୀଙ୍କ ଅନ୍ତିମ ସଂସ୍କାର କିଭଳି ହୁଏ ଜାଣିଛନ୍ତି କି ? ଜାଣିଲେ ହତବାକ ହୋଇଉଠିବେ । 

123

କିନ୍ନର ମାନଙ୍କ ଦୁନିଆ ଅତ୍ୟନ୍ତ ରହସ୍ୟମୟ । ସେମାନଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଆଗ୍ରହ ଥାଏ କିନ୍ତୁ ଏପର୍ୟ୍ୟନ୍ତ ତାଙ୍କ ବିଷୟରେ ବହୁତ କମ ଖବର ହିଁ ମିଳିପାରିଛି । କିନ୍ନରମାନଙ୍କ ସହ ଯୋଡି ହୋଇଥିବା ଏପରି ଏକ ବିଷୟ ଅଛି ଯାହାକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଥାଏ । ଆଉ ତାହା ହେଉଛି କିନ୍ନରଙ୍କ ମୃତ୍ୟୁ । କଣ ହୁଏ ଯେତେବେଳେ ଜଣେ କିନ୍ନରଙ୍କର ମୃତ୍ୟୁ ହୋଇଥାଏ ? ଆଜି ଆମେ ଆପଣଙ୍କୁ କହୁଛୁ କି କେମିତି ହୋଇଥାଏ କିନ୍ନର ମାନଙ୍କର ଅନ୍ତିମ ସଂସ୍କାର ।

ଯେତେବେଳେ କୌଣସି କିନ୍ନରଙ୍କର ମୃତ୍ୟୁ ହୋଇଥାଏ, ତେବେ ପ୍ରଥମେ ତାଙ୍କର ମୃତଦେହକୁ ଏକ ଧଳା ବସ୍ତ୍ରରେ ଘୋଡାଇ ଦିଆଯାଏ । ମୃତଦେହରେ ବନ୍ଧା ହୋଇଥିବା ଜିନିଷକୁ କାଢି ନିଆଯାଇଥାଏ । କିନ୍ନରଙ୍କ ଆତ୍ମାର ସଦଗତି ପାଇଁ ଏବଂ ସମସ୍ତ ପ୍ରକାରର ସମ୍ପର୍କ ଓ ବନ୍ଧନରୁ ସବୁଦିନ ପାଇଁ ମୁକ୍ତି ହେବା ପାଇଁ ଏପରି କରାଯାଇଥାଏ । ଅନ୍ତିମ ସଂସ୍କାର ପୂର୍ବରୁ ମୃତଦେହକୁ ଜୋତା ଓ ଚପଲରେ ପିଟାଯାଇଥାଏ । ଏପରି କରିବା ଦ୍ୱାରା ଏହି ଜନ୍ମରେ କରିଥିବା ସମସ୍ତ ପାପର ପ୍ରାୟଶ୍ଚିତ ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ନରମାନଙ୍କର ଅନ୍ତିମ ସଂସ୍କାର ଲୁଚାଛପାରେ କରାଯାଇଥାଏ, ଯେପରିକି ଏହାକୁ କେହି ଦେଖିନପାରିବେ । ସେଥିପାଇଁ ବେଶ ଯତ୍ନବାନ ହୋଇଥାନ୍ତି କିନ୍ନର । ଯଦି କିନ୍ନର ମାନଙ୍କର ଶବ ଯାତ୍ରାକୁ କେହି ସାଧାରଣ ଲୋକ ଦେଖି ଦିଅନ୍ତି, ତେବେ ଉକ୍ତ କିନ୍ନରଙ୍କ ପରବର୍ତୀ ଜନ୍ମ ମଧ୍ୟ କିନ୍ନର ଭାବରେ ହିଁ ହେବ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ସାଧାରଣ ଲୋକଙ୍କର ଶବଯାତ୍ରାକୁ ଦିନ ବେଳେ କରାଯାଉଥିବା ବେଳେ କିନ୍ନର ମାନଙ୍କର ଅନ୍ତିମ ସଂସ୍କାର ରାତି ସମୟରେ କରାଯିବାର ପରମ୍ପରା ରହିଛି ।

ଅଧିକାଂଶ କିନ୍ନର ହିନ୍ଦୁ ଧର୍ମକୁ ମାନିଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ ମୃତଦେହକୁ ଜଳାଇ ଦିଆଯାଇଥାଏ । କିନ୍ତୁ କିନ୍ନରମାନଙ୍କ ସହ ଏପରି କରାଯାଇନଥାଏ । ସେମାନଙ୍କ ମୃତଦେହକୁ ପୋତାଯିବାର ପରମ୍ପରା ଅନେକ ଦିନରୁ ରହି ଆସିଛି ।ସାଧାରଣ ଲୋକର ମୃତ୍ୟୁରେ ତାଙ୍କ ପରିବାରବର୍ଗ ଶୋକ ମନାଇଥାନ୍ତି । କିନ୍ତୁ କିନ୍ନରମାନଙ୍କ ସହ ଏପରି କରାଯାଇନଥାଏ । କିନ୍ନରଙ୍କ ମୃତ୍ୟୁରେ ଶୋକ ମନାଯାଇନଥାଏ । ମରିଯାଇଥିବା କିନ୍ନରଙ୍କୁ ଏହି ନର୍କ ରୂପୀ ଜୀବନରୁ ମୁକ୍ତି ମିଳିଗଲା ବୋଲି ଭାବି ତାଙ୍କ ପରିଜନ ଖୁସି ମନାଇଥାନ୍ତି । ଏହା ସହ ମୃତ କିନ୍ନରଙ୍କୁ ଆଗାମୀ ଜନ୍ମରେ ପୁଣି ଥରେ କିନ୍ନର ନକରିବାକୁ ଆରାଧ୍ୟ ଦେବତା ଅରାବନଙ୍କୁ କାମନା କରିଥାନ୍ତି ।