ଖଣ୍ଡଗିରିରେ ଯାତ୍ରାପାର୍ଟିଙ୍କ ଭିତରେ ଚାଲିଛି ମହାସମର ! “ନଟି ବୟ’ ବନାମ “ଟିପିଟିପି ବର୍ଷା ପାଣି’

44

ଖଣ୍ଡଗିରିରେ ଯାତ୍ରାପାର୍ଟିଙ୍କ ଭିତରେ ଚାଲିଛି ମହାସମର, ଯାତ୍ରା ମୈଦାନରେ “ନଟି ବୟ’ ବନାମ “ଟିପିଟିପି ବର୍ଷା ପାଣି’। ଗୋଟିଏ ପଟେ ବଲିଉଡର ଦମଦାର ଖଳନାୟକଙ୍କ ଦମଦାର ଆକ୍ସନ ସିନ ଚାଲିଥିବା ବେଳେ,ଅନ୍ୟପଟେ ତୁଳସୀ ଗଣନାଟ୍ୟର ମତୁଆଲା କଲାଭଳି ନୃତ୍ୟରେ ବିମୋହିତ ହୋଇଛନ୍ତି ଦର୍ଶକ ।

ଇଷ୍ଟର୍ଣ୍ଣ ବ୍ଲୁରେ ଲଗାତାର ଭାବେ ଶକ୍ତି କପୁରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳୁଛି । ଖଣ୍ଡଗିରି ଯାତ୍ରାରେ ରାଜ କରିଚାଲିଛନ୍ତି ବଲିଉଡର ଭେଟରାନ୍ ଅଭିନେତା ଶକ୍ତି କପୁର । ତା’ସାଙ୍ଗକୁ କଡା ଟକ୍କର ବି ଦେଉଛନ୍ତି ଅନ୍ୟ ଯାତ୍ରା ପାର୍ଟି ।

ଆଇଟମ ନାଚରେ ଦୁଲୁକୁଛି ରଙ୍ଗମଂଚ, ଲାଇଟ,ସାଉଣ୍ଡ ମ୍ୟୁଜିକ ଓ ଜବରଦସ୍ଥ ସଂଳାପ ସାଙ୍ଗକୁ,ଝିଲିମିଲି ଆଲୋକ ଆଉ ସଙ୍ଗୀତର ତାଳେ ତାଳେ ଟିପିଟିପି ବର୍ଷା ପାଣି ନୃତ୍ୟରମଜା ଉଠାଇଛନ୍ତି ଦର୍ଶକ । ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ମଂଚରେ ହେଉଛି ଏମିତି ମତୁଆଲା ନୃତ୍ୟ । ପୁଣି ତୁଳସୀ ଗଣନାଟ୍ୟର “ଆଖିତୁ କାନ୍ଦେନି’ ନାଟକକୁ ବେଶ ଉପୋଭୋଗ କରିଛନ୍ତି ଦର୍ଶକ ।

ଲଭ୍ ଷ୍ଟୋରୀରେ ଭରପୁର ଥିବା ଏହି ନାଟକରେ କମେଡି, ଟ୍ରାଜେଡି ବି ଭରପୁର ରହିଛି । ବର୍ଷିୟାନ ଅଭିନେତା ଭାବେ ବେଶ ପରିଚିତ ସୁରେଶ ପଣ୍ଡାଙ୍କ ଅଭିନୟ ବି ବେଶ ମନକୁ ଛୁଇଁଛି । ସେପଟେ ଜବରଦସ୍ତ ଷ୍ଟଂଟବି ଦେଖିବାକୁ ମିଳିଥିଲା ।

ଯାତ୍ରା ମଇଦାନରେ ଅନ୍ୟ ଯାତ୍ରା ପାର୍ଟିଙ୍କର ମଧ୍ୟ ଝଲକ ଦେଖିବାକୁ ମିଳିଛି । ବିଭିନ୍ନ ଯାତ୍ରା ପାର୍ଟିର ଭେଟରାନ କଳାକାରଙ୍କ ମନମୁଗ୍ଧ ଅଭିନୟ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :