ଖଣ୍ଡଗିରିରେ ଜମୁଛି ଯାତ୍ରା : ବଡ ବଡ ଏଲସିଡି ସ୍କ୍ରିନ ଓ ଅତ୍ୟାଧୁନିକ ଆଲୋକରେ ଝଲସୁଛି ପେଣ୍ଡାଲ

87

କନକ ବ୍ୟୁରୋ : ଖଣ୍ଡଗିରି କୁମ୍ଭମେଳା ରେ ଚାଲିଛି ଯାତ୍ରା ଯୁଦ୍ଧ । ଗୋଟେ ପରେ ଗୋଟେ ବଡ ନାମୀଦାମୀ ପାଟି ଙ୍କର ସିଧା ସଳଖ ଲଢେଇ ।ଇଷ୍ଟର୍ଣ୍ଣ ରେଡ,ରଙ୍ଗମହଲ ,ବିଶ୍ୱ ଦରବାର,ଦି ଗେଟ ଇଷ୍ଟର୍ଣ୍ଣ ଅପେରା ,ବାଘା ଯତିନ ଲୋକନାଟ୍ୟ ସହିତ କୋର୍ଣାକ ଗଣନାଟ୍ୟର ଚାଲିଛି ସିଧା ଟକ୍କର । ଲାଇଟ ସାଉଣ୍ଡ ଓ ମ୍ୟୁଜିକରେ କମ୍ପୁୁଛି ଯାତ୍ରା ପେଣ୍ଡାଲ୍ । ଆଉ ମଂଚ ତଳେ ବସି ଉପଭୋଗ କରୁଛନ୍ତି ଦର୍ଶକ ।

ଯାତ୍ରା ଆରମ୍ଭ ହେବା ଆଗରୁ ଜାତୀୟସଂଗୀତ ଗାନ କରିବାର ଝଲକ ବି ଦେଖିବାକୁ ମିଳିଥିଲା । କେଉଁ ଷ୍ଟେଜରେ ଚାଲିଛି ଜବରଦସ୍ତ ଷ୍ଟଂଟ ସିନ୍ , ପୁଣି କେଉଁଠି ଲେକଙ୍କୁ ନିଜ ଆଡକୁ ଆର୍କଷିତ କରିବା ପାଇଁ ମର୍ଡନ ଗୀତର  ତାଳେ ତାଳେ ଆର୍କଷଣୀୟ ନୂତ୍ୟ । ଯାତ୍ରା ମଂଚ ବଦଳିଛି ଓ ଲୋକଙ୍କ ଚାହାଣୀ ବି । ଯେଉଁଥିପାଇଁ ଯାତ୍ରାକୁ ମର୍ଡନ ରୂପ ଦେବା ପାଇଁ ଖର୍ଚ୍ଚ ହେଉଛି ବିପୁଳ ଟଙ୍କା । ବଡ ବଡ ଏଲସିଡି ସ୍କ୍ରିନ ଲାଗିଥିବା ବେଳେ ଅତ୍ୟାଧୁନିକ ଲାଇଟ ବ୍ୟବସ୍ଥା ଯାହା ଆଖି ଝଲସି ଉଠୁଛି । ଆଉ ଏହାରି ଭିତରେ ମଚ୍ଚସ୍ଥ ନାଟକକୁ ନେଇ ବି ବେଶ ଚର୍ଚ୍ଚା । ବାଘାଯତିନ ଲୋକନାଟ୍ୟର କାହାଣି କାନ୍ଦୁଛି ଆଖି ଲୁଚେଇ ନାଟକ ଦୁଈଦିନ ଧରି ଲଗାତର ଚାଲିଥିବା ବେଳେ ପାରିବାରିକ କାହାଣୀ ଉପରେ ପୁରା ଆଧାରିତ ରହିଛି ଏହି ବହି । ଯାହାକୁ ବି ବେଶ ପସନ୍ଦ କରିଛନ୍ତି ଦର୍ଶକ । ଘମାଘୋଟ ଲଢେଇ ଭିତରେ କିଛି ଓଲିଉଡ କଳାକାରଙ୍କୁ ବି ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିଥିଲା ।

ପୁଣି ସେପଟେ କୋର୍ଣାକ ଗଣନାଟ୍ୟରେ ଗଣପତିଙ୍କ ଗୀତରେ ଜବରଦସ୍ତ ଷ୍ଟଂଟ ସହିତ ଦୁଦାର୍ନ୍ତ ଖଳନାୟକ ଦୈତାରୀ ପଣ୍ଡାଙ୍କ ଅଭିନୟକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । କାଇଁଚମାଳି ନାଟକ ରେ ଦୁର୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡାଙ୍କର ରହିଛି ନେଗେଟିଭ ରୋଲ୍ । ନିଜ ଦୁଇ ଝିଅଙ୍କୁ ଦୁଇ ପରିବାରକୁ ପଠେଇ ପ୍ରତିଶୋଧ କିଭଳି ନେଉଛନ୍ତି ତାହାକୁ ବେଶ ନିଖୁଣ ଭାବରେ ଅଭିନୟ କରିଛନ୍ତି ଦୈତାରୀ ପଣ୍ଡା ।