ଯାତ୍ରା ପେଣ୍ଡାଲରେ ନିଶକଟା ନାରୀର କ୍ରେଜ୍ ! ଆଇଟମ୍ ଡ୍ୟାନ୍ସ ଦର୍ଶକଙ୍କୁ କରୁଛି ମତୁଆଲା

50

ଧିରେ ଧିରେ ଅଧିକ ଜୋରଦାର ହେଉଛି ଖଣ୍ଡଗିରି ଯାତ୍ରା ମହାସମର । ଇଷ୍ଟର୍ଣ୍ଣ ବ୍ଲୁ, କୋଣାର୍କ ଓ ତୁଳସୀଙ୍କ ମଧ୍ୟରେ ଚାଲିଚି ଜୋରଦାର ମୁକାବିଲା । ନୋkòଆ ସର୍ଦ୍ଦାର ଶକ୍ତି ସିଂ ଯେମିତି ମଂଚ ଥରାଉଛନ୍ତି, ସେମିତି ଛାତିଥରା ଡାଇଲଗରେ ମଂଚ କମ୍ପାଉଛନ୍ତି ମାଇଚିଆ ଗୋଖେଇ ସାହୁ । ଆରପଟେ ବର୍ଷା ଭିଜା ଆଇଟମ୍ ଡ୍ୟାନ୍ସ ଦେଖିବାକୁ ତୁଳସୀ ପେଣ୍ଡାଲରେ ଦର୍ଶକଙ୍କ ଭିଡ ।

ଚାଲିଛି ଖଣ୍ଡଗିରିରେ ଯାତ୍ରା ଯୁଦ୍ଧ । ଲାଇଟ, ସାଉଣ୍ଡ, ମ୍ୟୁଜିକ ଓ ଝିଲିମିଲି ଆଲୋକ ଭିତରେ ନିଜକୁ ହଜାଉଛନ୍ତି ଦର୍ଶକ । ରାତି ରାତି ନାଟକକୁ ଉପଭୋଗ କରୁଛନ୍ତି ଦର୍ଶକ । ମଇଦାନରେ ଏବେ ଇଷ୍ଟର୍ଣ୍ଣ ବ୍ଲୁ ସହ ଟକ୍କର ଦେଉଛି ତୁଳସୀ ଓ କୋଣାର୍କ ଗଣନାଟ୍ୟ । ବଲିଉଡ ବ୍ୟାଡବୟ ଶକ୍ତି କପୁରଙ୍କୁ ଦେଖିବା ପାଇଁ ଯେମିତି ଭିଡ ଜମୁଛି । ତାଙ୍କ ଦମଦାର ଅଭିନୟ ଓ ଚମତ୍କାର ଡାଇଲଗ ଶୁଣି ପଇସା ଅସୁଲ ହୋଇଯାଉଥିବା କହୁଛନ୍ତି ଦର୍ଶକ ।

ସେପଟେ କୋଣାର୍କ ମଂଚ ଥରାଇ ଦେଉଛନ୍ତି ଯଲିଉଡ୍ ଖଳନାୟକ ଦୈତାରୀ ପଣ୍ଡା । ଭିନ୍ନ ଭୂମିକା ସହ ଭିନ୍ନ ଶୈଳୀର ଅଭିନୟ କରୁଛନ୍ତି ଦୈତାରୀ । କିନ୍ନର ଖଳନାୟକ ଭାବେ ଦେଖାଉଛନ୍ତି ନିଜ ଅଭିନୟର ଚାତୁରୀ । ମାଇଚିଆ ଗୋଖେଇ ସାହୁ, ମାଇପ ହାତରୁ କୋହୁଣୀ ଖାଉ ଡାଇଲଗରେ ଦର୍ଶକ ଦେଉଛନ୍ତି ତାଳିମାଡ । ସେ’ପଟେ ପୁରାତନ ଯାତ୍ରା ତୁଳସୀ ବି ଦେଖାଉଛି ନିଜର କମାଲ ।

ନାଟକ ‘ଆଖି ତୁ କାନ୍ଦନା’ ଟ୍ରାଜେଡି ଲଭ୍ ଷ୍ଟୋରୀକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି । ହାସ୍ୟ ଅଭିନେତାଙ୍କ ଅଭିନୟରେ ହସି ହସି ବେଦମ ହେଉଛନ୍ତି ଦର୍ଶକ । ତା’ଠୁ ଅଧିକ ଲୋକଙ୍କୁ ଆକର୍ଷିତ କରୁଛି ଆଖି ଝଲସା ଆଇଟମ୍ ଡ୍ୟାନ୍ସ । ଭୋଜପୁରୀ ଠୁମକା ସହ ଝିପି ଝିପି ବର୍ଷାରେ ଭିଜୁଛନ୍ତି ଡ୍ୟାନ୍ସର ।

ଏହା ସହ ଦେଖନ୍ତୁ ଏହି ଭିଡିଓ –