ଯୁବତୀଙ୍କ ପେଟେଣ୍ଟ୍ ମେଡିସିନ୍ ! ଦୁଷ୍କର୍ମ କରିବାରୁ ସାଧୁଙ୍କ କାଟିଲେ ଗୁପ୍ତାଙ୍ଗ

97

ସାଧୁଙ୍କୁ ମହଙ୍ଗା ପଡିଛି ଧର୍ଷଣ କରିବା । ଅତିଷ୍ଠ ହୋଇ ଅଭିଯୁକ୍ତ ସ୍ୱାମୀ ଗଣେଶାନନ୍ଦଙ୍କ ଗୁପ୍ତାଙ୍ଗ କାଟିଛନ୍ତି ଯୁବତୀ । ଘଟଣାଟି ଘଟିଛି କେରଳରେ । ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଗତ ୬ବର୍ଷ ଧରି ଯୁବତୀଙ୍କୁ ଦୁଷ୍କର୍ମ କରି ଆସୁଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ ସାହାସିକତାର ଏହି ପଦକ୍ଷେପ ନେଇଛନ୍ତି ।

ପୁଲିସ୍ ମୁତାବକ ,୫୪ ବର୍ଷୀୟ ଅଭିଯୁକ୍ତ ସାଧୁ ସ୍ୱାମୀ ଗଣେଶାନନ୍ଦ ପୂଜା ପାଠ ପାଇଁ ପୀଡିତାଙ୍କ ଘରକୁ ଗତ କିଛି ବର୍ଷ ହେବ ଯିବା ଆସିବା କରୁଥିଲେ । ଯେତେବେଳେ ପୀଡିତାଙ୍କୁ ୧୬ବର୍ଷ ହୋଇଥିଲା ସେେ ତବେଳେ ଅଭିଯୁକ୍ତ ତାଙ୍କୁ ପ୍ରଥମ ଥର ଦୁଷ୍କର୍ମ କରିଥିଲେ । ଏହାପରେ ଲଗାତାର ଏହି କୁକର୍ମ କରିଚାଲିଥିଲା ଅଭିଯୁକ୍ତ । ତେବେ ଶୁକ୍ରବାର ଦିନ ସୁଯୋଗ ପାଇ ପୀଡିତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଯୁବତୀ ଜଣଙ୍କ ଏକ ଧାରୁଆ ଛୁରୀରେ ଅଭିଯୁକ୍ତର ଗୁପ୍ତାଙ୍ଗ କାଟିଦେଇଥିଲେ ।

ଘଟଣା ପରେ ପୁଲିସ୍ ଅଭିଯୁକ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ୟପଟେ ଯୁବତୀଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ସାହାସିକତା ପାଇଁ ସାବାସୀ ଦେଇଛନ୍ତି ।