କେନ୍ଦ୍ରାପଡାରେ ନଳକୂଅ ଖୋଳିବା ବେଳେ ବାହାରିଲା ଗ୍ୟାସ : ଲୋକେ ଆତଙ୍କିତ

38

କେନ୍ଦ୍ରାପଡାରେ ରହସ୍ୟମୟ ଗ୍ୟାସ । ଟ୍ୟୁବୱେଲ ପାଇଁ ଖୋଳାଯାଇଥିବା ଗାତରୁ ବାହାରୁଛି ଗ୍ୟାସ । ଦିଆସିଲି ଲଗାଇ ଗାତରେ ପକାଇଦେଲେ ଜଳି ଉଠୁଛି । ଆଉ ଏହାକୁ ନେଇ ଭୟଭିତ ଗାଁ ଲୋକେ । ଜିଲ୍ଲାର ନିକିରେଇ ଥାନା ମଠସାହି ଗାଁରେ ସଦାଶିବ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ବାଡିରେ ଖୋଳାଯାଇଥିବା ନଳକୂପ ଗାତରୁ ବାହାରୁଛି ଏଭଳି ରହସ୍ୟମୟ ଗ୍ୟାସ । ପାଣି ପାଇଁ ନଳକୂଅ ଖୋଳାଯାଇଥିବାବେଳେ ଏଥିରୁ ବାହାରୁଛି ଗ୍ୟାସ । ସଦାଶିବ କହିଛନ୍ତି ନଳକୂଅ ଖୋଳାଯାଉଥିବାବେଳେ ମାଟିତଳେ ହଠାତ ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣାଯାଇଥିଲା । ପରେ କାମ ବନ୍ଦ ରଖି ଚାଲିଯାଇଥିଲେ ନଳକୂଅ ଖୋଳୁଥିବା ଲୋକେ । ସନ୍ଦେହରେ ଅଗ୍ନି ସଂଯୋଗ କରିବାରୁ ଏହା ଜଳି ଉଠିଥିଲା । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉକ୍ରଣ୍ଠା ଯେତିକି, ଭୟ ବି ସେତିକି ରହିଛି । କେଉଁ ପରିସ୍ଥିତିରେ ଏଠାରୁ ଗ୍ୟାସ ବାହାରୁଛି ତାକୁ ନେଇ ଗାଁ ଲୋକେ ଭୟଭିତ ହୋଇ ରହିଛନ୍ତି । ସେପଟେ ସ୍ଥାନୀୟ ପ୍ରଶାସନକୁ ଏନେଇ ଖବର ଦିଆଯିବା ପରେ ଗ୍ରାମ୍ୟ ପାନୀୟ ଜଳ ବିଭାଗର ଏକ ୩ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ । କୁନ୍ତୁ କେଉଁ ପରିସ୍ଥିତିରେ ଗ୍ୟାସ ନିର୍ଗତ ହେଉଛି, ସେ ସଂପର୍କରେ ଜଣାପରି ନାହାନ୍ତି । ଗାତ ମୁହଁକୁ ସାମୟିକ ଭାବେ କପଡାଦେଇ ବନ୍ଦ କରିବା ସହ ପଥର ଲଦିଦେବାକୁ ପରାମର୍ଶ ଦେଇଛନ୍ତି । ଏ ସଂପର୍କରେ ନିର୍ଦ୍ଦିଷ୍ଟ ବିଭାଗ ସହ ଆଲୋଚନା କରି ପରବର୍ତି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।