ସାହିଦ କପୁରଙ୍କ ସହ କାମ କରିସାରିଥିବା ଅଭିନେତା ବନିଲା ଆତଙ୍କବାଦୀ । ସେନା ସହ ଏନକାଉଣ୍ଟରରେ ହେଲା ମୃତ୍ୟୁ

ସାହିଦ କପୁରଙ୍କ ସହ ନଜର ଆସିସାରିଛନ୍ତି ଏହି ଫିଲ୍ମରେ ।

534

ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ହାଇଦର’ ରେ କେମିଓ କରୁଥିବା ନଜର ଆସିଥିବା ଏକ କାଶ୍ମୀରୀ ଯୁବକ ସାକିବ ବିଲାଲ ସେନା ଦ୍ୱାରା ନିହତ ହୋଇଛି । ଏହି ଅଭିନେତା ଆତଙ୍କବାଦୀ ବନିଯାଇଥିଲା ଓ ଲସ୍କର-ଏ-ତୈବା ଆତଙ୍କବାଦୀ ସଂଗଠନ ସହିତ ମିଶିଥିଲା । ସାହିଦ କପୁରଙ୍କ ସହ କାମ କରିସାରିଥିବା ସାକିବ ଜଣେ ଥିଏଟର କଳାକାର ଥିଲା । ସେ ଅଗଷ୍ଟରେ ଅନ୍ୟ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିଲା । ୯ ଡିସେମ୍ବର ସାକିବ ଓ ଅନ୍ୟ ଏକ ଯୁବକ ଶ୍ରୀନଗରର ବାହାର ଅଂଚଳରେ ମୁଜୁଣ୍ଡରେ ସୁରକ୍ଷାବଳଙ୍କ ସହିତ ୧୮ ଘଣ୍ଟାର ଏନକାଉଣ୍ଟରରେ ମୃତ୍ୟୁ ହୋଇଯାଇଛି ।

ଉଭୟେ ୩୧ ଅଗଷ୍ଟରେ ଘର ଛାଡି ଚାଲିଯାଇଥିଲେ ଓ ବିଲାଲଙ୍କ ପରିବାରକୁ ଏହା ବୁଝାପଡୁନି କି ସେ ଆତଙ୍କବାଦୀ ସଂଗଠନରେ କାହିଁକି ସାମିଲ ହେଲା । କିଛି ଦିନ ପୂର୍ବରୁ ବିଲାଲର ଏକ ଫଟୋ ଆସିଥିଲା । ଯେଉଁଥିରେ ସେ ହାତରେ ବନ୍ଧୁକ ଧରିଥିଲା । ଏହାପରେ ଏହା ନିଶ୍ଚିତ ହେଲା ଯେ, ଆତଙ୍କବାଦୀ ସଂଗଠନ ସହିତ ମିଶିଯାଇଛି । ସାକିବର ମା’ଙ୍କ କହବାନୁସାରେ, ସାକିବକୁ ଥିଏଟର ଓ ଫୁଟବଲର ସଉକ ଥିଲା । ସେଦିନ ସେ ଘରୁ କିରାଣା ଜିନିଷ କିଣିବାକୁ ବାହାରିଥିଲା । ଲୋକମାନେ ଉଭୟଙ୍କୁ ଅନ୍ୟ ଏକ ବ୍ୟକ୍ତିଙ୍କ ସହିତ ବାଇକରେ ଦେଖିଥିଲେ ।