ମାର୍ଚ୍ଚ ୭ରୁ ଆରମ୍ଭ ହେବ +୨ ପରୀକ୍ଷା ! ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଚାଲିବ ପରୀକ୍ଷା, ଜାଣନ୍ତୁ +୨ ପରୀକ୍ଷା ବାବଦରେ ଟିକିନିକି ତଥ୍ୟ

1,793

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ୨୦୧୯ ମାର୍ଚ୍ଚ ୭ରୁ ଆରମ୍ଭ ହେବ +୨ ପରୀକ୍ଷା । ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ଯାଏଁ ଚାଲିବ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦା ମୂଳକ ଶିକ୍ଷାର ଥିଓରୀ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହେବ । ତେବେ ଥିଓରୀ ପୂର୍ବରୁ ସରିବ ପ୍ରାକ୍ଟିକାଲ ପରୀକ୍ଷା । ଜାନୁଆରୀ ୨୮ରୁ ଫେବୃଆରୀ ୮ ମଧ୍ୟରେ ବିଭିନ୍ନ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ହେବ ।


ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପ୍ରଥମ ଦିନ ବାଣିଜ୍ୟ ଓ ବିଜ୍ଞାନର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ମାର୍ଚ୍ଚ ୮ ତାରିଖରୁ କଳା ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।