କରୁଣାନିଧି : ଜାଣନ୍ତୁ କେମିତି ବନିଲେ ଫିଲ୍ମ ଜଗତର ବାଦଶାହାରୁ ରାଜନୈତିକ ଚାଣକ୍ୟ

48

ଦକ୍ଷିଣ ଭାରତର ରାଜନୀତିର ଭୀଷ୍ମ ପିତାମହ ବୋଲାଯାଉଥିବା ଏମ୍ କରୁଣାନିଧି ସନ୍ଧ୍ୟା ୬ଟା ୧୦ ମିନିଟ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ସମୟ ଧରି ରୋଗରେ ପଡିଥିଲେ । ତାଙ୍କର ଚିକିତ୍ସା କାବେରୀ ହସପିଟାଲରେ ଚାଲୁଥିଲା ।

ଦକ୍ଷିଣ ଭାରତର ରାଜନୀତିରେ ମାଥୁଭେଲ କରୁଣାନିଧିଙ୍କ ନାମ ବହୁତ ମହତ୍ୱପୂର୍ଣ୍ଣ ଓ ଲୋକପ୍ରିୟ ନାମ । ଦ୍ରାବିଡ ମୁନେତ୍ରା କଝଗମ ର ମୁଖିଆ ଓ ୫ ଥର ମୁଖ୍ୟମନ୍ତ୍ରୀ ଏହି ସମୟରେ କାବେରୀ ହସପିଟାଲରେ ଲମ୍ବା ସମୟ ଧରି ଭର୍ତ୍ତି ଥିଲେ । କରୁଣାନିଧିଙ୍କ ଜନ୍ମ ଜୁନ୍ ୩, ୧୯୨୪ରେ ନାଗପଟ୍ଟିନମ୍ ଜିଲ୍ଲାର ଥିରୁକ୍କୁବଲାଇ ଗାଁରେ ମୁଥୁଭେଲ ଓ ଅଂଜୁଙ୍କ ଘରେ ହୋଇଥିଲା ।

କରୁଣାନିଧି ରାଜନୀତିକୁ ଆସିବା ପୂର୍ବରୁ ଫିଲ୍ମ ଲେଖକ ଥିଲେ । ସେ ଅନେକ ସୁପରହିଟ୍ ଫିଲ୍ମଗୁଡିକର ସ୍କ୍ରିପ୍ଟ ଲେଖିଛନ୍ତି । ଏହା ପୂର୍ବରୁ ସେ କେତେକ ନାଟକ ଓ କିଛି ବହି ମଧ୍ୟ ଲେଖିଛନ୍ତି ।

କରୁଣାନିଧି ଦ୍ରାବିଡ ରାଜନୈତିକ ବିଚାରକୁ ନିଜର ଫିଲ୍ମ ପରାଶକ୍ତି ଜରିଆରେ ସାଧାରଣ ତାମିଲ ଜନତାଙ୍କ ପାଖକୁ ପହଂଚାଇଥିଲେ ।

କରୁଣାନିଧି ଦର୍ଶକଙ୍କୁ ଦୁଇ ଦୁଇଟି ବଡ ସୁପରଷ୍ଟାର ବି ଦେଇଥିଲେ । ସେମାନେ ଥିଲେ ‘ଶିବାଜୀ ଗଣେଶନ’ ଓ ‘ଏସଏସ ରାଜେନ୍ଦ୍ରନ’

ଏହି ଫିଲ୍ମର ଗୁଣ ଲୋକଙ୍କୁ ଉକୁସାଇବା ଭଳି ଥିଲା । ଏହାକୁ ଦେଖି କଂଗ୍ରେସ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଥିଲେ ।

ରାଜନୈତିକ ବିବାଦ କାରଣରୁ ରିଲିଜର କିଛି ଦିନ ପରେ ଫିଲ୍ମ ‘ପରାଶକ୍ତି’କୁ ବ୍ୟାନ କରିଦେଇଥିଲେ । ପରେ ଏହି ଫିଲ୍ମ ୧୯୫୨ ମସିହାରେ ରିଲିଜ କରାଯାଇଥିଲା । ଦ୍ରାବିଡ ରାଜନୀତି ବ୍ରାହ୍ମଣବାଦ ବିରୁଦ୍ଧରେ ମୁଣ୍ଡ ଟେକିଥିଲା ।

ଫିଲ୍ମର ଏହି ଡାଇଲଗ୍ ବହୁତ ବିବାଦ ସୃଷ୍ଟି କରିଥିଲା, “କେବଳ ଏଥିପାଇଁ ଆପଣ ପଥରର ନାମ ଜପ କରିକି ଆସନ୍ତି ଓ ଫୁଲ ଚଢ଼ାନ୍ତି, ସେ ଦେବତା ହୋଇଯିବେ? ”

କରୁଣାନିଧି ୫୦ରୁ ୧ବି ଅଧିକ ଫିଲ୍ମର କାହାଣୀ ଲେଖିଛନ୍ତି । ଏଥିମଧ୍ୟରୁ ଅଧିକ କାହାଣୀ ରାଜନୈତିକ ବିଚାରରୁ ପ୍ରଭାବିତ ଥିଲା ।