କିଏ ଜିତିବ କର୍ଣ୍ଣାଟକ ଉପ-ନିର୍ବାଚନ ? ୩ ଲୋକସଭା ଓ ୨ ବିଧାନସଭା ଆସନ ପାଇଁ ଆଜି ଭୋଟଗଣତି

କଂଗ୍ରେସ-ଜେଡିଏସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ

87

କନକ ବ୍ୟୁରୋ: କର୍ଣ୍ଣାଟକରେ ଆଜି ୩ ଲୋକସଭା ଓ ୩ଟି ବିଧାନସଭା ଉପନିର୍ବାଚନର ଭୋଟଗଣତି କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି । ଏହି ଉପନିର୍ବାଚନ କଂଗ୍ରେସ-ଜେଡିଏସ ମେଂଟ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ମାଣ୍ଡ୍ୟା ଓ ବେଲାରିରେ କଡା ସୁରକ୍ଷା ମଧ୍ୟରେ ଭୋଟଗଣତି ଚାଲିଛି । ଶନିବାରଦିନ ଏଠାରେ ଉପନିର୍ବାଚନ ହୋଇଥିଲା । ନିର୍ବାଚନ ମୈଦାନରେ ୩୧ ଜଣ ପ୍ରାର୍ଥୀ ଅଛନ୍ତି ।

ଉପନିର୍ବାଚନରେ ବିଜେପି ନେତା ୟେଦୁୟରପ୍ପାଙ୍କ ପୁଅ ଲଢୁଥିବାକୁ ଏହା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସିବମୋଗା ଓ ବେଲାରୀ ଉଭୟ ମେଂଟ ଓ ବିଜେପି ପାଇଁ ସମ୍ମାନର ଲଢେଇ ହୋଇଛି । ସିବମୋଗାରେ ତିନି ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପୁଅ ପ୍ରାର୍ଥୀ ଅଛନ୍ତି । ରାମନଗରରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସ୍ତ୍ରୀ ଅନୀତା କୁମାରସ୍ୱାମୀ ନିର୍ବାଚନ ଲଡୁଛନ୍ତି ।ଏଠାରେ ନାଟକୀୟ ଭାବେ ବିଜେପି ପ୍ରାର୍ଥୀ ନିର୍ବାଚନରୁ ଓହିରିଯାଇଥିବାକୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।