କର୍ଣ୍ଣାଟକ ରାଜନୀତିରେ ନୂୂଆ ଡ୍ରାମା ! ସ୍ୱାଧୀନ ବିଧାୟକଙ୍କ ଆବେଦନର ଜରୁରୀ ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ ।

212

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ନୂଆ ଡ୍ରାମା । କର୍ଣ୍ଣାଟକ-ଜେଡିଏସ୍ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଦୁଇଜଣ ସ୍ୱାଧୀନ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ସୋମବାର ସକାଳେ ସୁପ୍ରିମ୍ କୋର୍ଟ ମନା କରି ଦେଇଛନ୍ତି । ସୋମବାର ସନ୍ଧ୍ୟାସୁଦ୍ଧା ଫ୍ଲୋର୍ ଟେଷ୍ଟ୍ ସାରିବାକୁ ଜେଡି(ଏସ୍)-କଂଗ୍ରେସ ସରକାରଙ୍କୁ ଅଦାଲତ ନିର୍ଦେଶ ଦେଉ ବୋଲି ସେମାନେ ଆବେଦନ କରିଥିଲେ ।

କିନ୍ତୁ ବିଧାୟକଙ୍କ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେବା ସହ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭାରେ ପଡ଼ି ରହିଥିବା ଆସ୍ଥାଭୋଟ୍ ମାମଲାରେ ହସ୍ତକ୍ଷେପ କରାଯିବ ନାହିଁ । ପୂର୍ବର ଦୁଇଟି ଡେଡ୍ଲାଇନ୍ ମିସ୍ କରିବା ପରେ ଆଜି କର୍ଣ୍ଣାଟକ ବିଧାନସଭାରେ ଫ୍ଲୋର୍ ଟେଷ୍ଟ୍ କରାଯିବାକୁ ଦିନ ଧାର‌୍ୟ୍ୟ କରାଯାଇଛି । ବାଚସ୍ପତି କେଆର୍ ରମେଶ କୁମାର କହିଛନ୍ତି କି, ଆଜି ଗୃହରେ ଆସ୍ଥାଭୋଟ୍ ଶେଷ ହେବ।

ଏହାଛଡ଼ା ଆସନ୍ତାକାଲି (ଜୁଲାଇ ୨୩) ଦିନ ୧୧ଟାରେ ତାଙ୍କୁ ଭେଟିବାକୁ ବିଦ୍ରୋହୀ ବିଧାୟକମାନଙ୍କୁ ସେ ସମନ୍ କରିଛନ୍ତି । କୁମାରସ୍ୱାମୀ ସରକାର ବିତର୍କ ଏବଂ ଗୃହର ସମସ୍ତ ବିଧାୟକଙ୍କ ଭାଷଣ ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ବିରୋଧୀ ବିଜେପି ତୁରନ୍ତ ଆସ୍ଥାଭୋଟ୍ କରାଇବାକୁ ଦାବି କରୁଛି ।