କମେଡ଼ି କିଙ୍ଗଙ୍କ ବିବାହ ତାରିଖ ହେଲା ଫାଇନାଲ : ଗାଲଫ୍ରେଣ୍ଡ ଗିନିଙ୍କ ସହ ବୈବାହିକ ବନ୍ଧନରେ ବାନ୍ଧି ହେବେ କପିଲ

152

କମେଡ଼ି କିଙ୍ଗ୍ କପିଲ ଶର୍ମା ଡିସେମ୍ବର ୧୨ରେ ତାଙ୍କ ବାନ୍ଧବୀ ଗିନି ଚତରାଥଙ୍କୁ ବିବାହ କରି‌ବେ। ଡିସେମ୍ବର ୧୪ରେ ଉଭୟ ମୁମ୍ବାଇରେ ଭୋଜି ଦେବେ। କପିଲ କହିଛନ୍ତି ତାଙ୍କ ଭାଇଙ୍କ ବାହାଘର ସମୟରେ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ବାହାଘର କମ୍ ଖର୍ଚ୍ଚରେ କରାଯାଇଥିଲା। କିନ୍ତୁ କପିଲଙ୍କ ବାହାଘର ବେଶ୍ ଧୁମଧାମରେ ହେବ ବୋଲି ତାଙ୍କ ମା’ଙ୍କ ଇଚ୍ଛା।

ଛୋଟ ପରଦାକୁ ଫେରିବା ପାଇଁ କପିଲ୍ ଜୋରଦାର୍ ପ୍ରସ୍ତୁତି ଜାରି ରଖିଥିବା ବେଳେ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା । ଜାତୀୟ ଗଣମାଧ୍ୟମ ପ୍ରକାଶିତ ରିପୋର୍ଟ ଅନୁଯାୟୀ କପିଲଙ୍କ ଏହି ବିବାହ ଉତ୍ସବ ପୈତୃକ ସହର ଅମ୍ରିତସରରେ ଅନୁଷ୍ଠିତ ହେବ । ପଂଜାବୀ ରୀତିନୀତିରେ ୪ଦିନ ଧରି କପିଲଙ୍କ ବିବାହ ଉତ୍ସବ ଚାଲିବ । ତେବେ ଡିସେମ୍ବର ୧୪ରେ ମୁମ୍ବାଇରେ ଏକ ରିସେପ୍ସନ୍ ପାର୍ଟି ରଖାଯିବ ।

ଗତବର୍ଷ ମାର୍ଚ୍ଚ ମାସରେ କପିଲ ଶର୍ମା ଗିନିଙ୍କ ସହ ପ୍ରେମ ସମ୍ପର୍କର ଖୁଲାସା କରିଥିଲେ । ପୂର୍ବରୁ ସହ-କଳାକାର ସୁନୀଲ ଗ୍ରୋଭରଙ୍କ ସହ ମତାନ୍ତର ଯୋଗୁଁ କପିଲ ଅଡୁଆରେ ପଡ଼ିଥିଲେ । ଏପରିକି ସୁନୀଲ ସୋ’ ଅଧାରୁ ଛାଡ଼ିଦେଇଥିଲେ ଓ ଚାନେଲରେ ସୋ’ ବନ୍ଦ ହୋଇଥିଲା । ତେବେ ଫ୍ୟାମିଲି ଟାଇମ୍ ଉଇଥ୍ କପିଲ ଶର୍ମା ନାଁରେ ଆଉ ଏକ ସୋ ଜରିଆରେ କପିଲ ପୁଣି ଫେରିଥିଲେ ଛୋଟପରଦାକୁ । କିନ୍ତୁ କପିଲଙ୍କ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା । ଆଗକୁ କପିଲ ଶର୍ମା ସୋ ଜରିଆରେ ସେ କମ୍ ବ୍ୟାକ୍ କରୁଛନ୍ତି ତେବେ ଏହା ପୂର୍ବରୁ ପ୍ରେମିକା ଗିନି ଚତରାଥଙ୍କ ସହ ତାଙ୍କ ବିବାହ ଖବର ଚର୍ଚ୍ଚା ସୃଷ୍ଟି କରିଛି ।