ଦର୍ଶକଙ୍କ ପାଇଁ ଖୁସି ଖବର ! ଆସନ୍ତା ଅକ୍ଟୋବରରେ ଫେରୁଛି କପିଲ ଶର୍ମା ସୋ’

40

କପିଲ ଶର୍ମାଙ୍କ କମେଡ଼ି ସୋ’ର ଦର୍ଶକଙ୍କ ପାଇଁ ଖୁସି ଖବର । ଯେଉଁମାନେ କପିଲଙ୍କ ସୋ’କୁ ମିସ୍ କରୁଛନ୍ତି ସେମାନେ ପୁଣି ଥରେ କପିଲଙ୍କୁ ଦେଖିପାରିବେ । ଖରାପ ସ୍ୱାସ୍ଥ୍ୟବସ୍ଥା ପାଇଁ କପିଲଙ୍କୁ ବାରମ୍ବାର ସୋ’ କ୍ୟାନସେଲ କରିବା ପାଇଁ ପଡ଼ୁଥିଲା । ଏବଂ ଏଥି ମଧ୍ୟରେ କପିଲ ଶର୍ମା ଓ ସୋନି ଚ୍ୟାନେଲ ସହ ମିଶି ଘୋଷଣା କିରିଥିଲେ ଏବେ ଏହି ସୋ’ ବନ୍ଦ ବେହାକୁ ଯାଉଛି । ତେବେ ଯିବା ପୂର୍ବରୁ କପିଲ କଥା ଦେଇଥିଲେ, ସେ ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଫେରିବେ । ଇଣ୍ଡିଆନ ଏକ୍ସପ୍ରେସ ଖବର ଅନୁସାରେ କପିଲ ଶର୍ମା ଅକ୍ଟୋବରରେ ସୋକୁ ଫେରୁଛନ୍ତି । ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଯୋଗୁଁ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଥିଲେ କପିଲ । ତେବେ ଏବେ ଖବର ଅନୁସାରେ ଜଣାପଡ଼ିଛି ସେ ଏବେ ସମ୍ପୂର୍ଣ୍ଣ ରୂପେ ଠିକ ହୋଇସାରିଛନ୍ତି । ଏବେ ଖୁବ ଶ୍ରୀ ନିଜର ଦମଦାରର କମେଡ଼ିକୁ ନେଇ ଲୋକଙ୍କ ନିକଟକୁ ଫେରୁଛନ୍ତି । ତେବେ ଏଇଠି ରଖୁଛୁ କପିଲ ନିଜର ସୋ’ ବ୍ୟତୀତ ତାଙ୍କର ଆଗାମୀ ସିନେମା “ଫିରଙ୍ଗୀ’ର ପ୍ରଡ଼କ୍ସନରେ ମଧ୍ୟ ଖୁବ ବ୍ୟସ୍ତ ଅଛନ୍ତି ।

ସୂଚନାଯୋଗ୍ୟ ମେଡ଼ି କିଙ୍ଗ୍ କପିଲ ଶର୍ମା, ଜଣେ ଷ୍ଟାଣ୍ଡଅପ୍ କମେଡ଼ିଆନ ଭାବେ ପେଶାଦାର ଜୀବନkapil ଆରମ୍ଭ କରିଥିଲେ । ପରେ ସେ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫଟର ଚ୍ୟାଲେଞ୍ଜ’ ଜିତିଥିଲେ । ଏହାପରେ ନିଜର କମେଡ଼ି ସୋ’ ଆରମ୍ଭ କରିଥିଲେ ଓ ଖୁବ ସଫଳତା ମଧ୍ୟ ହାସଲ କରିଥିଲେ । ଅତି କମ ଦିନରେ କପିଲ ବେଶ ଜଣାଶୁଣା ନାମ ହୋଇଗଲେ । ସମସ୍ତେ ତାଙ୍କ କମେଡ଼ି ସୋ’ ଉପଭୋଗ କରୁଥିଲେ । ପିଲା ଠାରୁ ବୁଢ଼ା ଯାଏଁ ତାଙ୍କୁ ଓ ସୋ’ କୁ ପସନ୍ଦ କରୁଥିଲେ । ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଲା । ସବୁକିଛି ଠିକଠାକ୍ ଚାଲିଥିଲା । କିନ୍ତୁ ଅଚାନକ ସବୁ ଓଲଟ ପାଲଟ ହୋଇଗଲା । ମଝି ଆକାଶରେ ନିଜ ସହ କଳାକାର ସୁନୀଲ ଗ୍ରୋହରଙ୍କ ସହ କପିଲ ଶର୍ମାଙ୍କ ଝଗଡ଼ା, କପିଲଙ୍କ ପାଇଁ ଶନିଦଶା ପାଲଟି ଗଲା । ସୁନୀଲ ଓ କପିଲ ଜଣେ ଜଣଙ୍କ ଉପରେ ଏନେଇ ଅନେକ ଆରୋପ ପ୍ରତ୍ୟାରୋପ ଲଗାଇଲେ । ଧୀରେ ଧୀରେ ଅନ୍ୟ କଳାକାର ମାନେ ମଧ୍ୟ ଜଣେ ପରେ ଜଣେ କପିଲଙ୍କ ସୋ’ ଛାଡ଼ିବାରେ ଲାଗିଲେ ।

kapil-sunil-ଗୋଟିଏ ପଟେ କପିଲଙ୍କ ସୋରୁ କଳାକାର ଯିବାରେ ଲାଗିଲେ ଓ ଅନ୍ୟପଟେ ସୋର ଟିଆରପି ଖସିବାରେ ଲାଗିଲା । ଏନେଇ ସବୁବେଳେ ଖବର ମଧ୍ୟ ଆସୁଥିଲା । ସେପଟେ ଖବର ଆସୁଥିଲା କପିଲ ବଲିଉଡ଼୍ ସେଲିବ୍ରିଟିଙ୍କୁ ସୋ’କୁ ଡକାଇ ତାଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରାଉଛନ୍ତି । ଶାହାରୁଖ ଖାନ, ଅଜୟ ଦେବଗନ୍ ଓ ଅନୀଲ କପୁର ସମେତ ଅନେକ ସେଲଇିବ୍ରିଟଇ ତାଙ୍କୁ ସୋ’କୁଆସି ଅପେକ୍ଷା କରି କରି ଚାଲିଗଲେ । ଶେଷର ସୋନୀ ଚ୍ୟାନେଲ ଓ କପିଲ ଆପୋଷ ବୁଝାମଣା କରି ନିଷ୍ପତ୍ତି ନେଇଥିଲେ କିଛି ସମୟ ପାଇଁ ସୋର ପ୍ରସାରଣ ବନ୍ଦ ରହୁ । ପରେ ବଡ଼ ସ୍ତରରେ ପୁଣି ଥରେ ଏହି ସୋ’କୁ ପ୍ରସାରିତ କରାଯିବ । କପିଲଙ୍କ ସୋ ବନ୍ଦ ହେବ , କପିଲଙ୍କୁ ଚ୍ୟାନେଲ ବାହାର କରିଦେଲା , କପିଲ ଡ୍ରାମା କରୁଛନ୍ତି, ଏପରି ଅନେକ ଖବର ଆସିଲା । ସେ ଯାହା ହେଉ ଅପେକ୍ଷାର ଅନ୍ତ ହେଲା । ଦର୍ଶକଙ୍କ ମେଳକୁ ଫେରୁଛନ୍ତି କପିଲ ଶର୍ମା । ତେବେ କପିଲ ଫେରିବା ସହ ସୋରେ କ’ଣ ଟୁଇଷ୍ଟ ଆସିବ ସେକଥା ଦେଖିବା ପାଇଁ ବାକି ରହିଲା । ପୁରୁଣା କଳାକର ଫେରିବେ ନାଁ ନୂଆ କଳାକର ଯୋଗଦେବେ ସେନେଇ ଦର୍ଶକ ଚାହିଁ ବସିଛନ୍ତି ।