ସୁନୀଲଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କଲେ କପିଲ ଶର୍ମାଙ୍କ ଗର୍ଲଫ୍ରେଣ୍ଡ ! ଅନୁରୋଧ କରି କହିଲେ, ସୋ’ କୁ ଫେରିଆସ

56

ହାସ୍ୟଅଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ମଝି ଆକାଶରେ ଝଗଡ଼ା ହେବା ପରେ ଉଭୟଙ୍କ ଲୋକପ୍ରିୟ ଯୋଡ଼ି ଭାଙ୍ଗି ଯାଇଥିଲା । ସୁନୀଲ ଗ୍ରୋଭର  କପିଲ ଶର୍ମା ସୋ ଛାଡ଼ିଦେଲେ । ଏପରି ହେବା ଦ୍ୱାରା ସୋ’ର ଟିଆରିପି ଉପରେ ବହୁତ ପ୍ରଭାବ ପକାଇଥିଲା । ଝଗଡା ପରେ କେବଳ ଯେ ସୁନୀଲ ଗ୍ରୋଭର ସୋ’ ଛାଡ଼ିଥିଲେ ତା’ ନୁହଁ  ଅନ୍ୟ କଳାକାର ତଥା ଅଲୀ ଅସଗର, ଚନ୍ଦନ ପ୍ରଭାକର ‘ଦ କପିଲ ଶର୍ମା ସୋ’ ଛାଡି ଦେଇଥିଲେ । ପରେ ଖବର ଆସୁଥିଲା ସୋନୀ ଏଣ୍ଟରଟେନମେଣ୍ଟ ଚ୍ୟାନେଲ ‘ଦ କପିଲ ଶର୍ମା ସୋ’କୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି । ତା’ପରେ କପିଲ ଶର୍ମା ସୋର ପ୍ରତିଦ୍ୱନ୍ଦୀ ହାସ୍ୟକଳାକାର କୃଷ୍ଣା ଅଭିଶେକଙ୍କ ସହ ହାତ ମିଳାଇଥିଲେ ସୁନୀଲ୍ ।

ଉଭୟଙ୍କୁ ଏକାଠି ଦେଖିବା ପାଇଁ ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର ମଧ୍ୟ ଅନୁରୋଧ କରିଥିଲେ । ଋଷି କପୁର ଟ୍ୱିଟରରେ ଉଭୟେ ପୁଣି ଥରେ ଏକାଠି ହୁଅନ୍ତୁ ବୋଲି ତାଙ୍କର ଇଚ୍ଛା ଜାହିର କରିଥିଲେ । ପରେ କପିଲ ସୁନୀଲଙ୍କୁ ମନେଇବା ପାଇଁ ବହୁତ ଚେଷ୍ଟା କରିଥିଲେ , କିନ୍ତୁ ସୁନୀଲ ସୋକୁ ଫେରିବା ପାଇଁ ରୋକ ଠୋକ ମନା କରିଦେଇଥିଲେ । କେବଳ କପିଲ ଶର୍ମା ନୁହଁ କପିଲଙ୍କ ବନ୍ଧୁ ଓ ପରିବାର ଲୋକ ମଧ୍ୟ ସୁନୀଲଙ୍କୁ ସୋ’କୁ ଫେରିବା ପାଇଁ ବହୁତ ଅନୁରୋଧ କରିଥିଲେ । କିନ୍ତୁ ସୁନୀଲ ଏବେ ପର୍ଯ୍ୟନ୍ତୁ ନିଜ ନିଷ୍ପତିରେ ଅଟଳ ଅଛନ୍ତି ।

୩ ଅଗଷ୍ଟରେ କପିଲ ଶର୍ମା ସୁନୀଲଙ୍କ ଜନ୍ମଦିନରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ଏହାସହ ସେ ସୁନୀଲଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଭଗବାନ ତୁମକୁ ସଂସାରର ସବୁ ଖୁସି ଦିଅନ୍ତୁ । ଏହାର ଉତ୍ତରରେ ସୁନୀଲ ଲେଖିଥିଲେ ଧନ୍ୟବାଦ ଭାଇ, ତୁମେ ଖୁସି ଓ ସୁସ୍ଥ ରୁହ । ସୁନୀଲଙ୍କ ଜନ୍ମ ଦିନରେ କପିଲଙ୍କ ମହିଳା ବନ୍ଧୁ ଗିନ୍ନୀ ଚତରଥ ମଧ୍ୟ ଟ୍ୱିଟ ଜରିଆରେ ସୁନୀଲଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ସୋକୁ ଫେରିବାକୁ ଅନୁରୋଧ କରିଥିଲେ । ଗିନ୍ନୀ ଲେଖିଥିଲେ ଆମେ ତୁମକୁ ବହୁତ ମିସ କରୁଛୁ । ସୁନୀଲ ଏହି ଟ୍ୱିଟର କୌଣସି ଉତ୍ତର ଦେଇନଥିଲେ । ତେବେ ଏଇଠି ଦେଖିବାକୁ ବାକି ରହିଲା ସୁନୀଲ କ’ଣ ଗିନ୍ନୀଙ୍କ ଅନୁରୋଧ ରକ୍ଷା କରିବେ ?