ସୋସିଆଲ ମିଡିଆ ଉପରେ କଟକଣା ! ଏଣିକି ଜନ୍ମାଷ୍ଟମୀ ବ୍ୟତୀତ ଅନ୍ୟ କୌଣସି ପର୍ବପର୍ବାଣୀରେ ପଠାଇପାରିବେନି ଶୁଭେଚ୍ଛା ମେସେଜ୍

ଆଲ୍ଲାହବାଦ ହାଇକୋର୍ଟର କଡା ନିର୍ଦ୍ଦେଶ

511

ଆଜିର ଏହି ଡିଜିଟାଲ ଯୁଗରେ ଲୋକେ ବିଛଣାରୁ ଉଠିବା ମାତ୍ରକେ ପ୍ରଥମେ ଗୁଡ ମର୍ଣ୍ଣିଂ ମେସେଜଟିଏ ନିଜ ବନ୍ଧୁ ପରିଜନଙ୍କ ନିକଟକୁ ପଠାଇବାକୁ ଆଦୌ ଭୁଲିନଥାନ୍ତି । ସେହିଭଳି ଯଦି କୌଣସି ପର୍ବପର୍ବାଣୀ ପଡିଯାଏ ତେବେ ଗୁଡ ମର୍ଣ୍ଣିଂ ମେସେଜ ସାଙ୍ଗକୁ ଶୁଭେଚ୍ଛା ମେସେଜ ମଧ୍ୟ ଆପଣଙ୍କ ନିକଟକୁ ସକାଳୁ ସକାଳୁ ଚାଲିଆସେ । ଏଭଳି କରିବା ଦ୍ୱାରା ସଂପର୍କ ଆହୁରୀ ନିବିଡ ହୋଇଉଠେ । କୌଣସି ବନ୍ଧୁ ପରିଜନଙ୍କର ମେସେଜ ଆସିବା କ୍ଷଣି ମୁହଁରେ ହସ ଚାଲିଆସିଥାଏ । ହେଲେ କିଛି ଲୋକ ଏଭଳି ବି ଅଛନ୍ତି ଯେଉଁମାନଙ୍କୁ ଏଭଳି ମେସେଜ ଖୁସି ଦେବା ପରିବର୍ତ୍ତେ ବିରକ୍ତି ଆଣିଦେଇଛି । ଏଭଳି ହିଁ ଏକ ମାମଲା ଆସିଛି ଉତରପ୍ରଦେଶରୁ । ଆଲ୍ଲାହବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ନିଜ ପର୍ସନାଲ ମୋବାଇଲରେ ଡିଷ୍ଟ୍ରିକ୍ ଜଜମାନଙ୍କ ଜରିଆରେ ପଠାଯାଇଥିବା ଶୁଭେଚ୍ଛା ସନ୍ଦେଶ ଉପରେ ଖପ୍ପା ହୋଇଛନ୍ତି ।

ମୋବାଇଲରେ ଶୁଭେଚ୍ଛା ସନ୍ଦେଶ ଆସିବା ଯୋଗୁଁ ରାଗି ଯାଇଛନ୍ତି ଆଲ୍ଲାହବାଦ ହାଇକୋର୍ଟର ମୁଖ୍ୟ ବିଚାରପତି । ଖାଲି ରାଗି ନାହାଁନ୍ତି ବରଂ ଏନେଇ ସମସ୍ତ ଜିଲ୍ଲା ଜର୍ଜ ଏବଂ ନ୍ୟାୟିକ ଅଧିକାରୀମାନଙ୍କ ନିକଟକୁ ଏକ ନିର୍ଦ୍ଦେଶାନାମା ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି କି ସେମାନେ କୃଷ୍ଣ ଜନ୍ମାଷ୍ଟମୀ ବ୍ୟତୀତ ଅନ୍ୟ କୌଣସି ବି ପର୍ବପର୍ବାଣୀରେ ହ୍ୱାଟସଆପରେ ଶୁଭେଚ୍ଛା ମେସେଜ ପଠାଇପାରିବେ ନାହିଁ ।

ମୁଖ୍ୟ କଥା ହେଲା କି, ହ୍ୱାଟସଆପ ମେସେଜ ଜର୍ଜଙ୍କ ପାଇଁ ଏକ ସମସ୍ୟା ପାଲଟି ଯାଇଥିଲା । କାହିଁକି କି କାମ କରିବା ସମୟରେ ଏଭଳି ମେସେଜ ଲଗାତର ଆସିବା କାରଣରୁ କାମରେ ବାଧା ଉପୁଜିଥିଲା । ଯାହାକୁ ନେଇ ରାଗି ଯିବା ସହ ସମସ୍ତ ଜିଲ୍ଲା ନ୍ୟାୟାଳୟର ନ୍ୟାୟାଧିଶମାନଙ୍କୁ ଏଭଳି କୌଣସି ମେସେଜ ନପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୌଜନ୍ୟ: ଆଜତକ୍