ବଦଳାନ୍ତୁ ୪ଟି ସେଟିଙ୍ଗ୍ ! ବଢ଼ିଯିବ ଜିଓଫୋନର ବେଗ

52

କେତେକ ଉପଭୋକ୍ତା ଜିଓ ୪ଜି ର ବ୍ୟବହାର କରିବା ପରେ ଏହାର ବେଗକୁ ନେଇ ସନ୍ତୁଷ୍ଟ ନାହାନ୍ତି । ତେବେ ଏନେଇ ସେମାନଙ୍କର ଅଭିଯୋଗ ରହିଛି ଯେ ଜିଓ ୪ଜି ରେ ଆଉ ଆଗ ଭଳି ସ୍ପିଡ଼୍ ମିଳୁନାହିଁ । ଯେଉଁ କାରଣକୁ ନେଇ ତାଙ୍କୁ ଭଏସ୍ କଲିଂଙ୍ଗ୍ ଏବଂ ଇଣ୍ଟରନେଟ୍ ସେବାକୁ ଉପଯୋଗ କରିବାରେ ସମସ୍ୟା ସୃଷ୍ଟି ହେଉଛି । ତେବେ ସୂଚନା ଅନୁଯାୟୀ ପୂର୍ବରୁ ଜିଓର ପୁରୁଣା ଅଫର୍ରେ ୨୦ରୁ ୨୫ ଏମବିଏସର ସ୍ପିଡ଼୍ ମିଳୁଥିବା ବେଳେ ଏବେ ଏହାର ସ୍ପିଡ଼୍ ୩.୫ଏମବିଏସ ପାଖାପାଖି ମିଳୁଅଛି । ତେବେ ଏହି ସ୍ପିଡ଼୍ କମିବାର ମଧ୍ୟ ଅନ୍ୟ ଏକ କାରଣ ଥାଇପାରେ କି ଆପଣଙ୍କର ମୋବାଇଲର ସେଟିଙ୍ଗ୍ ସଠିକ୍ ନଥାଇ ପାରେ ?

ତେବେ ଆଜି ଆମେ ଆପଣଙ୍କୁ ଏନେଇ ଏପରି ସେଟିଙ୍ଗ୍ ବିଷୟରେ କହିବୁ, ଯାହାକୁକି ସେଟ୍ କରିବା ପରେ ଆପଣଙ୍କ ଫୋନରେ ଇଣ୍ଟରନେଟ ସ୍ପିଡ଼୍ ବହୁତ ବଢ଼ିଯିବ । ଆଉ ଏହି ସେଟିଙ୍ଗ୍ କରିବା ମଧ୍ୟ ଆପଣଙ୍କ ଲାଗି ବହୁତ ସହଜ । ତେବେ ଏନେଇ ଆପଣଙ୍କୁ କେବଳ ୪ଟି ଇନଷ୍ଟ୍ରକସନକୁ ଫଲୋ କରିବାକୁ ହେବ ।
ଆସନ୍ତୁ ଜାଣିବା ଏହି ଇନଷ୍ଟ୍ରକସନ ବିଷୟରେ  . . .

୧- ପ୍ରଥମତଃ ଆପଣ ଏପିଏନ୍ ସେଟିଙ୍ଗକୁ ବଦଳାନ୍ତୁ । ଏପିଏନ ସେଟିଙ୍ଗ ବଦଳାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ଜିଓ ୪ଜି ଫୋନ୍ର ସେଟିଙ୍ଗକୁ ଯାଇ ମୋବାଇଲ୍ ନେଟଓ୍ଵର୍କକୁ ଯିବାକୁ ହେବ। ଏହାପରେ ଏଥିରେ ରହିଥିବା ପ୍ରିଫର୍ଡ଼ ନେଟ୍ଓ୍ଵାର୍କ ଟାଇପ୍ କରି ଏଲଟିଇରେ ସେଟ୍ କରିବାକୁ ହେବ।

୨- ଦ୍ୱିତୀୟତଃ ଏପିଏନ୍ ପ୍ରୋଟୋକଲ୍ ଅପ୍ସନକୁ ବାଛନ୍ତୁ। ଏହାପରେ ଆପଣ ପୁଣିଥରେ ମୋବାଇଲ୍ ସେଟିଙ୍ଗକୁ  ଯାଇ ଆକ୍ସେସ ପଏଣ୍ଟ କୁ ସିଲେକ୍ଟ କରନ୍ତୁ । ଏହାକୁ କ୍ଲିକ୍ କଲାପରେ ଆପଣଙ୍କୁ ବହୁତ ଗୁଡ଼ିଏ ଅପ୍ସନ୍ ଦେଖିବାକୁ ମିଳିବ । ହେଲେ ଆପଣଙ୍କୁ ଏହା ଭିତରୁ କେବଳ ଏପିଏନ୍ ପ୍ରୋଟାକଲ୍ ଅପ୍ସନକୁ ବାଛିବାକୁ ହେବ ଏବଂ ଏଥିରେ ରହିଥିବା ଆଇପିଭି୪/ଆଇପିଭି୬ ଉପରେ କ୍ଲିକ୍ କରିବାକୁ ପଡ଼ିବ ।

୩- ତୃତୀୟତଃ ଆପଣଙ୍କୁ ବିୟରର୍ ଅପ୍ସନକୁ ବଦଳାଇବାକୁ ହେବ । ଏବେ ଏଠାରେ ଆପଣଙ୍କୁ ବିୟରର ଅପ୍ସନ୍ ଦେଖିବାକୁ ମିଳିବ। ଯେଉଁଠାରେ କି ଆପଣଙ୍କୁ ଏଲଟିକୁ ସିଲେକ୍ଟ୍ କରିବାକୁ ପଡ଼ିବ।

୪-ଚତୁର୍ଥତଃ ଆପଣଙ୍କୁ କ୍ୟାସ୍ ଫାଇଲସ୍କୁ ଡ଼ିଲିଟ୍ କରିବାକୁ ହେବ । ସାଧାରଣତଃ ଏଣ୍ଡ୍ରୋଏଡ଼୍ ସିଷ୍ଟମ୍ ରାଣ୍ଡମଲି କିଛି ଫାଇଲସକୁ ବ୍ୟବହାର କରିଥାଏ ଏବଂ ତାହାକୁ ମଧ୍ୟ ସେଭ୍ କରି ରଖିଥାଏ । ଯେଉଁ ଫାଇଲ କ୍ୟାସ୍ ଫାଇଲସ ବୋଲି କୁହାଯାଏ । ଆଉ ଏହାକୁ ଡ଼ିଲିଟ୍ କରି ଆପଣ ଆପଣଙ୍କ ୪ଜି ସ୍ମାଟଫୋନର ସ୍ପିଡ଼କୁ ମଧ୍ୟ ବଢ଼ାଇ ଦେଇପାରିବେ ।