ରାସ୍ତାରେ ପେନ୍ ବିକ୍ରି କରୁଥିଲେ ଜନି ଲିବର ! ସୁନୀଲ ଦତ୍ତ ଦେଇଥିଲେ ପ୍ରଥମ ସୁଯୋଗ

80

ବଲିଉଡ଼ର ଲୋକପ୍ରିୟ ହାସ୍ୟଭିନେତା ଜନି ଲିବରଙ୍କର ଆଜି ଜନ୍ମଦିନ । ଜନି ଲିବର ଆନ୍ଧ୍ରପଦେଶରେଏକ ତେଲୁଗୁ କ୍ରିଷ୍ଟିୟାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପ୍ରକାଶ ରାଓ । ଜନି ଲିବରଙ୍କ ପରିବାରର କୌଣସି ସଦସ୍ୟ ପୂର୍ବରୁ ସିନେ ଦୁନିଆ ସହ ଜଡ଼ିତ ନଥିଲେ । ଏସବୁ ସତ୍ୱେ ଜନି ଲିବର ତାଙ୍କ ଦକ୍ଷତା ଯୋଗୁଁ ବେଶ ସଫଳତା ପାଇପାରିଛନ୍ତି ।

ଜନି ଲିବର ପାଖାପାଖି ଏବେ ୩୦ ମିଲିୟନ ଡଲାର ସମ୍ପତ୍ତିର ମାଲିକ । ପିଲାଦିନରେ ଜନି ଲିବରଙ୍କ ପରିବାର ଆର୍ଥିକ ଅବସ୍ଥା ଖୁବ ଖରାପ ଥିଲା । ଏଥିଯୋଗୁଁ ସେ ଅଧିକ ପାଠ ପଢ଼ିପାରିଲେ ନାହିଁ । ଅଳ୍ପ ବୟସରୁ ହିଁ ନିଜର ପେଟ ପୋଷିବା ପାଇଁ ସେ ଚାଲି ଆସିଥିଲେ ମୁମ୍ବାଇ । ଆଉ ସେଠାରେ ପେନ୍ ବିକ୍ରି କରିବା ଆରମ୍ଭ କରିଥିଲେ ।

ଜନି ଲିବର ବଲିଉଡ଼ ଗୀତରେ ଡ୍ୟାନ୍ସ କରି କରି ପେନ ବିକ୍ରି କରୁଥିଲେ । ଏହା ବ୍ୟତୀତ ଜନି ଲିବବର ନିଜର ପିତାଙ୍କ ସହ ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀରେ ମଧ୍ୟ କାମ କରିସାରିଛନ୍ତି । ସେହି ସମୟରୁ ହିଁ ସେ ତାଙ୍କର କମେଡ଼ି ମାଧ୍ୟମରେ ସହକର୍ମୀଙ୍କୁ ହସାଉଥିଲେ । ଧୀରେ ଧୀରେ ତାଙ୍କର ଏହି ନିଆରା ଅନ୍ଦାଜ ଯୋଗୁଁ କମ୍ପାନୀର ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ସେ ବେଶ ଲୋକପ୍ରିୟ ହେବାରେ ଲାଗିଲେ ଏବଂ ସେହିଠାରେ ହିଁ ତାଙ୍କୁ ଜନି ଲିବର ନାମ ମିଳିଥିଲା । ଆଗ୍ରହ ଓ କଠିନ ଇଚ୍ଛା ଶକ୍ତିି ବଳରେ ସେ ନିଜର ମିମିକ୍ରି ଟ୍ୟାଲେଣ୍ଟକୁ ଅଧିକ ବଢ଼ାଇଥିଲେ ।

ପରେ ଜନି ବିଭିନ୍ନ ଷ୍ଟେଜରେ ମିମିକ୍ରି ସୋ’ କରିଥିଲେ । ତାଙ୍କର ଏକ ଷ୍ଟେଜ ସୋ’ରେ ସୁନୀଲ ଦତ୍ତଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଜନିଙ୍କ ମିମିକ୍ରି କରିବାର ଦକ୍ଷତା ସୁନୀଲ ଦତ୍ତଙ୍କୁ ବହୁତ ପସନ୍ଦ ଆସିଥିଲା । ସୁନୀଲ ଦତ୍ତ ଜନି ଲିବରଙ୍କୁ ୧୯୮୨ ରେ ଆସିଥିବା ସିନେମା ‘ଦର୍ଦ କା ରିସ୍ତା’ରେ ଅଭିନୟର କରିବା ପାଇଁ ପ୍ରଥମ ସୁଯୋଗ ଦେଇଥିଲେ । ଏହାପରେ ଜନିଙ୍କୁ ସିନେ ଦୁନିଆରେ ନିଜର ପରିଚୟ ସୃଷ୍ଟି କିରବା ପାଇଁ ବହୁତ କଷ୍ଟ କରିବା ପାଇଁ ପଡ଼ିଥିଲା । ୧୯୯୩ରେ ଆସିଥିବା ସିନେମା ‘ବାଜିଗର’ରୁ ଲୋକ୍ରପିୟତା ହାସଲ କରିଥିଲେ ଜନି ।

ଏକ ସାକ୍ଷାତକାରରେ ଜନି ନିଜେ ପ୍ରକାଶ କରିଥିଲେ, ବାଜିଗର ସିନେମାରେ ହିଁ ତାଙ୍କୁ ଅଭିନୟ କରି ନିଜର ଦକ୍ଷତା ପ୍ରତିପାଦନ କରବାର ଉଚିତ ସୁଯୋଗ ମିଳିଥିଲା । ଜନି ଏବେ ପର୍ଯ୍ୟନ୍ତ ପାଖାପାଖି ୩୦୦ରୁ ଅଧିକ ସିନେମାରେ କାମ କରି ସାରିଛନ୍ତି । ଏହାବ୍ୟତୀତ ଜନି ଟେଲିଭିଜରେ ମଧ୍ୟ ଲୋକପ୍ରିୟତା ହାସଲ କରିିଛନ୍ତି । ୨୦୦୭ରେ ତାଙ୍କର ଏକ ସୋ’ ‘ଜନି ଆଲାରେ’ ଜି ଟିଭିରେ ପ୍ରସାରିତ ହେଉଥିଲା । ଏହା ବ୍ୟତୀତ କମେଡ଼ି ସର୍କସରେ ମଧ୍ୟ ସେ ଜଜ୍ ଭୂମିକାରେ ନଜର ଆସିଛନ୍ତି ।

ପ୍ରଥମେ ପ୍ରଥମେ ତାଙ୍କୁ ହିନ୍ଦୀ ଭାଷା ଜଣାନଥିଲା । ହିିନ୍ଦୀ ଶିଖିବା ପାଇଁ ଜନ ଲିବରଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ଏଥିପାଁଇ ସେ ହିନ୍ଦୀର ଅନେକ ବହି ଓ ଉପନ୍ୟାସ ମଧ୍ୟ ପଢ଼ୁଥିଲେ । ଜନି ଲିବରଙ୍କ ନାଁ ବିବାଦରେ ମଧ୍ୟ ଯୋଡ଼ି ହୋଇସାରିଛି । ୧୯୯୮ରେ ଜାତୀୟ ସଙ୍ଗୀତ ଓ ଭାରତୀୟ ସମ୍ବିଧାନର ଅପମାନ କରିବା ଅଭିଯୋଗରେ ତାଙ୍କୁ ସାତ ଦିନ ଜେଲ ହୋଇଥିଲା ।

ଜନି ଲିବର ୧୯୮୪ରେ ସୁଜାତାଙ୍କୁ ବିବାହ କରିଥିଲେ । ତାଙ୍କ ପତ୍ନୀ ସୁଜାତା ଲାଇମଲାଇଟରୁ ଦୂରେଇ ରହିବା ପାଇଁ ପସନ୍ଦ କରନ୍ତି । ଜନିଙ୍କ ଦୁଇ ଜଣ ସନ୍ତାନ, ପୁଅ ଜେସି ଲିବର ଓ ଝିଅ ଜେମି ଲିବର । ଉଭୟେ ବାପାଙ୍କ ରାସ୍ତାରେ ହିଁ ଆଗକୁ ବଢ଼ୁଛନ୍ତି ।