ମାତ୍ର ୬୩୧ ଟଙ୍କା ଦାମରେ କିଣନ୍ତୁ ୬୪ ଶହ ଟଙ୍କାର ଔଷଧ । ଜାଣନ୍ତୁ କେଉଁଠାରେ ମିଳୁଛି ଏପରି ରିହାତି

ଔଷଧ କିଣିବାରେ ଥିଲେ ଏହି ଦୋକାନରୁ କିଣନ୍ତୁ । ମିଳିବ ୫୦ ରୁ ୬୦ ପ୍ରତିଶତ ରିହାତି

159

କନକ ବ୍ୟୁରୋ : ବର୍ତମାନ ସମୟରେ ସାରା ଦେଶରେ ଔଷଧ ଖାଉଥିବା ଲୋକମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ନିଜର ଚିକିତ୍ସା ପାଇଁ ରୋଗୀମାନେ ଔଷଧ ଖାଉଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ବଜାରରେ ବିକ୍ରି ହେଉଥିବା ମେଡିସିନର ଦାମ ମଧ୍ୟ ବହୁ ଅଧିକ ରହିଛି । ତେଣୁ ଲୋକମାନେ ଅଧିକ ଦାମର ମେଡିସିନ କିଣି ପାରୁନାହାନ୍ତି । ଠିକ ଏହି ସମୟରେ ଆମେ ମାନେ ଏପରି ଏକ ମେଡିସିନ ଦୋକାନର ନାମ କହିବୁ ଯେଉଁ ଦୋକାନରେ ଶସ୍ତାରେ ମିଳୁଛି ଔଷଧ । ୫୦ ରୁ ୯୦ ପ୍ରତିଶତ ଶସ୍ତାରେ ମିଳୁଛି ଔଷଧ । ଏହି ଦୋକାନରେ ଆଣ୍ଟି କ୍ୟାନସର ଡ୍ରଗ ମାତ୍ର ୬୩୧ ଟଙ୍କାରେ ମିଳୁଛି । ଏହି ଔଷଧର ମୂଲ୍ୟ ବଜାରରେ ରହିଛି ୬୪୧୨ ଟଙ୍କା । ତେବେ ଏହି ମେଡିସିନ ଆପଣ ଯଦି କିଣିବା ପାଇଁ ଇଚ୍ଛା କରୁଛନ୍ତି ତେବେ ନିକଟସ୍ଥ ଜନୌଷଧି କେନ୍ଦ୍ରକୁ ଯାଆନ୍ତୁ ।

 

ଲୋକମାନଙ୍କୁ ଶସ୍ତାରେ ଭଲ ଔଷଧ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସ୍ୱଚ୍ଛ ଭାରତର ସଂଜୀବନି ଭାବରେ ବର୍ତମାନ ଏହା ପରିଗଣିତ ହେଉଛି । ତେଣୁ ଲୋକମାନେ ଏହି ଦୋକାନରୁ ମେଡିସିନ କିଣିଲେ ଅନେକ ଫାଇଦା ମିଳୁଥିବା ସୂଚନା ମିଳିଛି । ବର୍ତମାନ ଏହି ଔଷଧ ଭାରତର ଅନେକ ସ୍ଥାନରେ ମିଳୁଛି । ଏତେ କମ ଦାମରେ ଔଷଧ ମିଳୁଥିବାରୁ ଲୋକମାନେ ମଧ୍ୟ ଉପକୃତ ହେଉଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ବର୍ତମାନ ସମୟ ସୁଦ୍ଧା ଉତ୍ତର-ପ୍ରଦେଶରେ ୭୩୨, ତାମିଲନାଡୁରେ ୪୧୬, କର୍ଣ୍ଣାଟକରେ ୪୦୦, ଗୁଜୁରାଟରେ ୩୯୯ ଓ ମହାରାଷ୍ଟ୍ରରେ ୨୮୭ଟି ଜନୌଷଧି କେନ୍ଦ୍ର ଖୋଲିଛି ।

 

ତେବେ ଆପଣଙ୍କ ଇଲାକାରେ ଏହି ଦୋକାନ ରହିଛି କେଉଁସ୍ଥାନରେ ତାହାର ବିବରଣୀ ପାଇଁ janaushadhi.gov.in ଏହି ୱେବ ସାଇଟରେ ସର୍ଚ ମଧ୍ୟ କରିପାରିବେ । ଏହାସହ ଟୋଲ ଫ୍ରୀ ନମ୍ବର ୧୮୦୦-୧୮୦-୮୦୮୦ ନମ୍ବରକୁ କଲ କରି ମଧ୍ୟ ସମସ୍ତ ତଥ୍ୟ ଜାଣିପାରିବେ । ଏହି ସମସ୍ତ ଔଷଧ ଜେନେରିକ ନାମରେ ଦୋକାନରେ ଉପଲବ୍ଧ ହେଉଛି । ଅନେକ ସମୟରେ ଦେଖାଯାଉଛି କି ଡାକ୍ତରମାନେ ଜେନେରିକ ନାମ ପରିବର୍ତେ ଔଷଧର ବ୍ରାଣ୍ଡ୍ ଲେଖୁଛନ୍ତି । ଏହା ଜଣାପଡିବା ପରେ ସମସ୍ତ ଡାକ୍ତରଙ୍କୁ ତାହାର ବ୍ରାଣ୍ଡ ପରିବର୍ତେ ଜେନେରିକ ନାମ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଲୋକମାନେ ଏହା ହେବା ଦ୍ୱାରା ଲୋକମାନେ କୌଣସି ଅସୁବିଧାର ସମୁଖୀନ ନହେବା ସହ ଅତି ସହଜରେ ଔଷଧ ସ୍ୱଳ୍ପ ମୂଲ୍ୟରେ ପାଇପାରିବେ ବୋଲି ଜଣାପଡିଛି ।